ETV Bharat / sports

ମାଙ୍କଡିଂ ବିବାଦ, କୌଣସି ଅପରାଧ କରିନୁ କହିଲେ ହରମନପ୍ରୀତ

author img

By

Published : Sep 25, 2022, 7:59 PM IST

ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତୀୟ ବୋଲର ଦିପ୍ତୀ ଶର୍ମା ( Deepti Sharma ) ଇଂଲଣ୍ଡ ବ୍ୟାଟର ଚାର୍ଲି ଡିନଙ୍କୁ (Charlie Dean) ମାଙ୍କଡିକ ଦ୍ବାରା ଆଉଟ କରିଥିଲେ । ଯାହାକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ଅଧିକ ପଢନ୍ତୁ

ମାଙ୍କଡିଙ୍ଗ ବାବଦରେ ହରମନପ୍ରୀତ କହିଲେ ଆମେ କୌଣସି ଅପରାଧ କରିନାହୁଁ

ହାଇଦ୍ରାବାଦ: ଇଂଲଣ୍ଡ ମାଟିରେ ଭାରତୀୟ ମହିଳା କ୍ରିକେଟ ଦଳ ସିରିଜ କ୍ଲିନ ସ୍ବିପ କରି ଐତିହାସିକ ବିଜୟ ହାସଲ କରିଛି । ତେବେ ମ୍ୟାଚରେ ଭାରତ ଶେଷ ୱିକେଟ ହାତେଇବାକୁ ନେଇ ବିବାଦ ବଢିବାକୁ ଲାଗିଛି । ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତୀୟ ବୋଲର ଦିପ୍ତୀ ଶର୍ମା ( Deepti Sharma ) ଇଂଲଣ୍ଡ ବ୍ୟାଟର ଚାର୍ଲି ଡିନଙ୍କୁ ( Charlie Dean ) ମାଙ୍କଡିଂ ଦ୍ବାରା ଆଉଟ କରିଥିଲେ । ଫଳସ୍ବରୁପ ଭାରତ ୧୬ରନରେ ବିଜୟୀ ହୋଇଥିଲା ।

ଏହା ବି ପଢନ୍ତୁ...ସରିଲା ଝୁଲଣଙ୍କ ଯୁଗ, ଇଂଲଣ୍ଡ ମାଟିରେ ଦିନିକିଆ ସିରିଜ କ୍ଲିନ ସ୍ୱିପ୍ କଲା ଭାରତ

ଦିପ୍ତି ଶର୍ମା ମାଙ୍କଡିଂ ଦ୍ବାରା ଚାର୍ଲି ଡିନଙ୍କୁ ଆଉଟ କରିବା ପରେ ଷ୍ଟାଡିୟମରେ ଇଂଲଣ୍ଡ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ହେଲେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର (Harmanpreet Kaur ) ଏ ବାବଦରେ ଦିପ୍ତୀ ଶର୍ମାକୁ ସମର୍ଥନ କରିଥିଲେ । ମ୍ୟାଚ ଶେଷ ହେବା ପରେ ହରମନପ୍ରୀତ କୌର ସାମ୍ବାଦିକ ସମ୍ମଳନୀରେ କହିଥିଲେ "ଦିପ୍ତୀ କ୍ରିକେଟ ନିୟମ ବିରୋଧରେ ଯାଇନାହାଁନ୍ତି । ସେ ଯାହାବି କରିଛନ୍ତି କ୍ରିକେଟ ନିୟମ ଭିତରେ କରିଛନ୍ତି । ଏହା ଖେଳର ନିୟମ ଅଟେ । ମୋତେ ଲାଗୁ ନାହିଁ କି ଆମେ କିଛି ନୂଆ କରିଛେ । ବରଂ ଆପଣ ଏହା ଦେଖିବା ଦରକାର କି କ୍ରିଜରେ ନନ୍ ଷ୍ଟ୍ରାଇକର ବ୍ୟାଟର କଣ କରୁଛି । ମୁଁ ମୋ ଦଳର ଖେଳାଳିଙ୍କୁ ଏନେଇ ସମର୍ଥନ କରିବି । ସେ ନିୟମ ବାହାରକୁ ଯାଇ କିଛି ପଦକ୍ଷେପ ନେଇନାହିଁ । ମୋତେ ଲାଗୁ ନାହିଁ କି ଆମେ କିଛି ଅପରାଧ କରିଛୁ । ଆଉ ମୋତେ ଏହା ବି ଲାଗୁ ନାହିଁ ଆମକୁ ଏହି ବାବଦରେ ଅଧିକ ଆଲୋଚନା କରିବା ଦରକାର ।"

କଣ ରହିଥିଲା ଘଟଣା

୪୪ ଓଭରରେ ଦିପ୍ତି ଶର୍ମା ବୋଲିଂ କରୁଥିଲେ ତେବେ ସେହି ସମୟରେ ଭାରତକୁ ମ୍ୟାଚ ଜିତିବା ପାଇଁ ୱିକେଟର ଆବଶ୍ୟକ ରହିଥିଲା । ସେତେବେଳେ ଇଂଲଣ୍ଡ ବ୍ୟାଟର ଚାର୍ଲି ଡିନ କ୍ରିଜର ମହଜୁଦଥିଲେ । ସେ ୮୦ ବଲରୁ ୫ ଟି ଚୌକା ସହ ୪୭ ରନର ପାଳି ଖେଳିଥିଲେ । ତେବେ ଭାରତ ଏହି ଗୁରୁତ୍ବପୂର୍ଣ୍ଣ ୱିକେଟ ନେବାକୁ ମାଙ୍କଡିଙ୍ଗର ସାହାରା ନେଇଥିଲା । ୪୪ ଓଭରରେ ଦିପ୍ତୀ ଶର୍ମା ବୋଲିଂ କରୁଥିବାବେଳେ, ଅଧିନାୟିକା ହରମନପ୍ରୀତ କୌର ଚାର୍ଲି ଡିନଙ୍କୁ ମାଙ୍କଡିଂ କରିବାକୁ ଇସାରା ଦେଇଥିଲେ । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଚାର୍ଲି ଡିନ ଆଉଟ ହେବା ପରେ ସେ ନିରାଶ ଥିବା ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.