ETV Bharat / sports

ଡିଫେଣ୍ଡିଂ ଚମ୍ପିଆନ ଇଣ୍ଡିଜ୍‌ର ଲଜ୍ଜାଜନକ ପ୍ରଦର୍ଶନ, ୫୫ ରନ୍‌ରେ ଅଲଆଉଟ୍‌

author img

By

Published : Oct 23, 2021, 9:12 PM IST

୧୪.୨ ଓଭରରେ ମାତ୍ର ୫୫ ରନ୍‌ରେ ଅଲଆଉଟ୍‌ ହୋଇଛି ଡିଫେଣ୍ଡିଂ ଚମ୍ପିଆନ ୱେଷ୍ଟଇଣ୍ଡିଜ । ଅଧିକ ପଢନ୍ତୁ...

West Indies bowled out for 55 by England
ଡିଫେଣ୍ଡିଂ ଚମ୍ପିଆନ ଇଣ୍ଡିଜ୍‌ର ଲଜ୍ଜାଜନକ ପ୍ରଦର୍ଶନ, ୫୫ ରନ୍‌ରେ ଅଲଆଉଟ୍‌

ଦୁବାଇ: ଟି-୨୦ ବିଶ୍ବକପ ୨୦୨୧ରେ ଡିଫେଣ୍ଡିଂ ଚମ୍ପିଆନ ୱେଷ୍ଟଇଣ୍ଡିଜର ନୈରାଶ୍ୟଜନକ ପ୍ରଦର୍ଶନ । ଟୁର୍ଣ୍ଣାମେଣ୍ଟର ସୁପର ୧୨ ପର୍ଯ୍ୟାୟର ଦ୍ବିତୀୟ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ବୋଲିଂ ନିଷ୍ପତ୍ତି ନେବାପରେ ପ୍ରଥମେ ବ୍ୟାଟିଂ କରିଥିଲା ୱେଷ୍ଟଇଣ୍ଡିଜ । ମାତ୍ର ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ।

ଇଂନିସର ଦ୍ବିତୀୟ ଓଭରରେ ଇଭିନ ଲିୱିସ ପ୍ରଥମ ଖେଳାଳି ଭାବେ ଆଉଟ୍‌ ହେବାପରେ ପରବର୍ତ୍ତୀ ସମସ୍ତ ବ୍ୟାଟର ବିଫଳ ହୋଇଥିଲେ। ଇଂଲିସ ବୋଲର ଅଧିକ ଆକ୍ରମଣାତ୍ମକ ରଣନୀତିରେ ବୋଲିଂ କରିଥିଲେ । ଫଳରେ ସଂପୂର୍ଣ୍ଣ ୨୦ ଓଭର ଖେଳିବାକୁ ଅସମର୍ଥ ହୋଇଥିଲା ୱେଷ୍ଟଇଣ୍ଡିଜ । ୧୪.୨ ଓଭରରେ ମାତ୍ର ୫୫ ରନ୍‌ରେ ଅଲଆଉଟ୍‌ ହୋଇଛି । ଟିମର ୧୦ଜଣ ଖେଳାଳି ଦୁଇଅଙ୍କ ସ୍କୋର ଛୁଇଁ ପାରିନାହାଁନ୍ତି । ଏକମାତ୍ର କ୍ରିସ୍‌ ଗେଲ୍‌ ୧୩ ରନ୍‌ କରିବା ସହ ଦୁଇଅଙ୍କ ସ୍କୋର ପାର୍‌ କରିଥିଲେ ।

ଅନ୍ୟପଟେ ଇଂଲଣ୍ଡ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ସ୍ପିନର ଆଦିଲ ରସିଦ ୨.୨ ଓଭର ବୋଲି କରିବା ସହ ୨ ରନ୍‌ ବ୍ୟୟ କରି ସର୍ବାଧିକ ୪ଟି ୱିକେଟ ହାକେଇଛନ୍ତି । ମୋଇନ ଅଲୀ ଓ ତିମାଲ ମିଲ୍ସ ୨ଟି ଲେଖାଏଁ ସଫଳତା ହାସଲ କରିଛନ୍ତି । ସେହିପରି କ୍ରିସ୍‌ ଜୋର୍ଡାନ ଓ କ୍ରିସ୍‌ ୱର୍କ୍ସଙ୍କୁ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.