ETV Bharat / sports

ପରଫେକ୍ଟ ଟେନ୍‌ ନେଲେ Ajaz, ଅଭିନନ୍ଦନ ଜଣାଇଲେ Kumble

author img

By

Published : Dec 4, 2021, 8:36 PM IST

ବିଶ୍ବ କ୍ରିକେଟର ତୃତୀୟ ବୋଲର ଭାବେ ଗୋଟିଏ ଟେଷ୍ଟ ଇଂନିସରେ ୧୦ ୱିକେଟ ହାସଲ ସହ ଇତିହାସ ରଚିଥିବା କିୱି ସ୍ପିନର ଏଜାଜ ପଟେଲଙ୍କୁ ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କ (Anil Kumble) ଅଭିନନ୍ଦନ । ଅଧିକ ପଢନ୍ତୁ

'Welcome to the club': Anil Kumble as Ajaz scalps all ten wickets in single Test innings
ଗୋଟିଏ ଇଂନିସରେ ୧୦ ଟେଷ୍ଟ ୱିକେଟ କ୍ଳବକୁ ଏଜାଜଙ୍କୁ ସ୍ବାଗତ କଲେ କୁମ୍ବଲେ

ମୁମ୍ବାଇ: ବିଶ୍ବ କ୍ରିକେଟର ତୃତୀୟ ବୋଲର ଭାବେ ଗୋଟିଏ ଟେଷ୍ଟ ଇଂନିସରେ ୧୦ ୱିକେଟ ହାସଲ ସହ ଇତିହାସ ରଚିଥିବା କିୱି ସ୍ପିନର ଏଜାଜ ପଟେଲଙ୍କୁ ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେ ଅଭିନନ୍ଦନ ଜଣାଇଛନ୍ତି ।

ଏଜାଜଙ୍କ ଉଦ୍ଦେଶ୍ୟରେ କୁମ୍ବଲେ ଟ୍ବିଟ୍‌ରେ ଲେଖିଛନ୍ତି, 'ୱେଲକମ୍‌ ଟୁ କ୍ଳବ୍‌' ପରଫେକ୍ଟ ଟେନ୍‌ ପାଇଁ ଅଭିନନ୍ଦନ । ଶନିବାର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନରେ ଏକାକୀ ଭାରତୀୟ ଟିମର ସମସ୍ତ ଖେଳାଳିଙ୍କୁ ଆଉଟ୍‌ କରି ବିରଳ କିର୍ତ୍ତୀମାନ ନିଜ ନାମରେ କରିଛନ୍ତି ମୁମ୍ବାଇ ଜନ୍ମିତ ଏଜାଜ ।

ପୂର୍ବତନ ଭାରତୀୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲଙ୍କ ଐତିହାସିକ ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି । ଶାସ୍ତ୍ରୀ ଟ୍ବିଟରେ ଲେଖିଛନ୍ତି, "ସଂପୂର୍ଣ୍ଣ ଟିମକୁ ଏକାକୀ ଆଉଟ୍‌ କରିବା ଅବିଶ୍ବସନୀୟ ମାତ୍ର ବାସ୍ତବ ହୋଇଛି । ଏହି ପ୍ରଦର୍ଶନ ପାଇଁ ଶୁଭେଚ୍ଛା ।"

ଗୋଟିଏ ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇଂନିସରେ ସମସ୍ତ ୧୦ ୱିକେଟ ହାସଲ କରିବାରେ ଟେଷ୍ଟ କ୍ରିକେଟ ଇତିହାସରେ ତୃତୀୟ ବୋଲର ହୋଇଛନ୍ତି ଏଜାଜ ପଟେଲ । ଏଥିସହ ସେ ଇଂଲଣ୍ଡର ମହାନ କ୍ରିକେଟର ଜିମ ଲେକର ଓ ଭାରତୀୟ କିମ୍ବଦନ୍ତୀ ଅନିଲ କୁମ୍ବଲେଙ୍କ ରେକର୍ଡର ସମକକ୍ଷ ମଧ୍ୟ ହୋଇଛନ୍ତି । ପୂର୍ବରୁ ଏହି ଦୁଇ ଖେଳାଳିଙ୍କ ନାମରେ ଗୋଟିଏ ଇଂନିସରେ ସମସ୍ତ ୧୦ ୱିକେଟ ହାସଲ କରିବାର ବିରଳ ରେକର୍ଡ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.