ETV Bharat / sports

ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଟି୨୦ ମ୍ୟାଚ୍‌କୁ ବର୍ଷା ଭୟ, ଜାଣନ୍ତୁ କଣ କହୁଛି ପାଣିପାଗ ରିପୋର୍ଟ - ଗ୍ରୀନଫିଲ୍ଡ ଇଣ୍ଟରନାସନାଲ ଷ୍ଟାଡିୟମ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ବାଧା ସୃଷ୍ଟି କରିପାରେ ବର୍ଷା । ମ୍ୟାଚ୍‌ ପୂର୍ବରୁ ସାମ୍ନାକୁ ଆସିଲା ବର୍ଷା ପାଣିରେ ବୁଡ଼ି ରହିଥିବା ଥିରୁବନନ୍ତପୁରମ ମୈଦାନର ଫଟୋ । ଅଧିକ ପଢ଼ନ୍ତୁ

ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଟି୨୦ ମ୍ୟାଚ୍‌କୁ ବର୍ଷା ଭୟ

author img

By ETV Bharat Odisha Team

Published : Nov 25, 2023, 8:05 PM IST

ଥିରୁବନନ୍ତପୁରମ: ଦିନିକିଆ ବିଶ୍ବକପ୍‌ ଶେଷ ହେବା ପରେ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଯାଇଛି ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ । ଏହାର ପ୍ରଥମ ମ୍ୟାଚ୍‌ରେ ହିଁ ଅଷ୍ଟ୍ରେଲିଆକୁ ହରାଇ ବିଶ୍ବକପ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଛି ଟିମ୍‌ ଇଣ୍ଡିଆ । ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ନଭେମ୍ବର ୨୬ (ରବିବାର) କେରଳର ଥିରୁବନନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଇଣ୍ଟରନାସନାଲ ଷ୍ଟାଡିୟମରେ ଖେଳାଯିବ । ହେଲେ ଏହା ପୂର୍ବରୁ କେରଳରେ ପ୍ରବଳ ବର୍ଷା ଜାରି ରହିଛି । ମ୍ୟାଚ୍‌ ଦିନ ସେଠାରେ ପ୍ରାୟ ୨୫ ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଥିବା ଖବର ପ୍ରକାଶ ପାଇଛି ।

ଆଜି ହୋଇଛି ପ୍ରବଳ ବର୍ଷା: ରବିବାର ଏହି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଏହା ପୂର୍ବରୁ ଆଜି (ଶନିବାର) ସେଠାରେ ପ୍ରବଳ ବର୍ଷ। ହୋଇଛି । ବର୍ଷା ପରେ ଗ୍ରୀନ ଫିଲ୍ଡ ଇଣ୍ଟରନାସନାଲ ଷ୍ଟାଡିୟମ ମୈଦାନର ଫଟୋ ସୋସିଆଲ୍‌ ମିଡିଆରେ ବେଶ ଭାଇରାଲ ହେଉଛି । ଫଟୋରେ ପିଚ୍‌କୁ କଭର ସାହାଯ୍ୟରେ ଘୋଡ଼ାଯାଇଥିବା ବେଳେ ପଡ଼ିଆରେ କିନ୍ତୁ ପ୍ରବଳ ପାଣି ଜମିଥିବା ଦେଖିବାକୁ ମିଳୁଛି । ତେବେ ମ୍ୟାଚ୍‌ ପୂର୍ବରୁ ଥିରୁବନନ୍ତପୁରମରେ ପ୍ରବଳ ବର୍ଷା ପ୍ରଶଂସକଙ୍କୁ ନିରାଶ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଟି-୨୦ ସିରିଜ: SKYଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ରିଙ୍କୁଙ୍କ ୱିନିଂ ସଟ୍‌, ୨ ୱିକେଟରେ ଜିତିଲା ଭାରତ

ବର୍ଷା ଧୋଇପାରେ ୨ୟ ମ୍ୟାଚ୍‌: ପାଣିପାଗ ରିପୋର୍ଟ ଅନୁଯାୟୀ ନଭେମ୍ବର ୨୬ ତାରିଖରେ ଥିରୁବନନ୍ତପୁରମରେ ବର୍ଷା ହେବାର ପ୍ରାୟ ୨୫ ପ୍ରତିଶତ ସମ୍ଭାବନା ରହିଥିବା ଖବର ପ୍ରକାଶ ପାଇଛି । ହେଲେ ଗତ କିଛିଦିନ ମଧ୍ୟରେ ମଧ୍ୟବର୍ତ୍ତୀ ବର୍ଷା ସତ୍ତ୍ବେ ମ୍ୟାଚ୍‌ ସମୟରେ ଆକାଶ ସ୍ପଷ୍ଟ ରହିବ ବୋଲି ଆଶା କରାଯାଉଛି । ଏହି ସମୟରେ ହାରାହାରି ତାପମାତ୍ରା ୨୫ ଡିଗ୍ରୀ ସେଲ୍‌ସିୟସ୍‌ ରହିବ, ଷ୍ଟାଡିୟମରେ ୧୦ରୁ ୧୫ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରିଛି ସ୍ଥାନୀୟ ପାଣିପାଗ ବିଭାଗ । ରାତିରେ ତାପମାତ୍ରା ଧୀରେ ଧୀରେ ସର୍ବନିମ୍ନ ୨୫ ଡିଗ୍ରୀ ସେଲ୍‌ସିୟସ୍‌ରୁ ତଳକୁ ଖସିପାରେ ।

ଏହା ମଧ୍ୟ ପଢ଼ନ୍ତୁ...ଡାଇମଣ୍ଡ ଡକ୍‌ର ଶିକାର ହେଲେ ଋତୁରାଜ, 3ୟ ଭାରତୀୟ ଭାବେ ଯୋଡ଼ିଲେ ଅଲୋଡ଼ା ରେକର୍ଡ

ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ: ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି୨୦ ମ୍ୟାଚ୍‌ ବିଶାଖାପାଟନମରେ ଖେଳିଥିଲା ଘରୋଇ ଭାରତ । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଜୋଶ ଇଂଲିଶ୍‌ଙ୍କ ବିସ୍ଫୋରକ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍‌ ହରାଇ ୨୦୮ ରନ୍‌ର ବିଶାଳ ସ୍କୋର କରିଥିଲା । ଜବାବରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୪୨ ବଲରୁ ବିସ୍ଫୋରକ ୮୦ ରନ୍‌ ସଂଗ୍ରହ କରିଥିଲେ । ଅର୍ଦ୍ଧଶତକ ସହିତ ଇଶାନ କିଷାନ ମଧ୍ୟ ବିଜୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶେଷରେ ରିଙ୍କୁ ସିଂହ ଉପଯୋଗୀ ବ୍ୟାଟିଂ କରି ଭାରତକୁ ୨ ୱିକେଟ୍‌ରେ ବିଜୟୀ କରାଇଥିଲେ । ଫଳରେ ପ୍ରଥମ ମ୍ୟାଚ୍‌ ଶେଷ ସୁଦ୍ଧା ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.