ମୁମ୍ବାଇ: ଆଇପିଏଲ ୨୦୨୨ ପୂର୍ବରୁ ପଞ୍ଜାବ କିଙ୍ଗ୍ସର ନବନିଯୁକ୍ତ କ୍ୟାପେଟନ୍ ମୟଙ୍କ ଅଗ୍ରୱାଲଙ୍କ ବଡ ବୟାନ । ମାର୍ଚ୍ଚ ୨୬ରୁ ଆଇପିଏଲର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଥିବାବେଳେ, ମୟଙ୍କ କହିଛନ୍ତି ଫ୍ରାଞ୍ଚାଇଜ ଏଥର ପାଇଛି ଟଇଟେଲ ବିଜୟୀ ସ୍କ୍ବାଡ୍ । କେବଳ ମ୍ୟାଚ୍ର କଠିନ ସ୍ଥିତିରେ ଦକ୍ଷତାକୁ ପ୍ରମାଣିତ କରିବାକୁ ହେବ ।
-
Another set of 🦁s join #SaddaSquad and they are absolutely pumped 🆙#TATAIPL2022 #SaddaPunjab #PunjabKings pic.twitter.com/P8tyUH3jHN
— Punjab Kings (@PunjabKingsIPL) March 20, 2022 " class="align-text-top noRightClick twitterSection" data="
">Another set of 🦁s join #SaddaSquad and they are absolutely pumped 🆙#TATAIPL2022 #SaddaPunjab #PunjabKings pic.twitter.com/P8tyUH3jHN
— Punjab Kings (@PunjabKingsIPL) March 20, 2022Another set of 🦁s join #SaddaSquad and they are absolutely pumped 🆙#TATAIPL2022 #SaddaPunjab #PunjabKings pic.twitter.com/P8tyUH3jHN
— Punjab Kings (@PunjabKingsIPL) March 20, 2022
ଓପନିଂ ପାର୍ଟନର କେଏଲ ରାହୁଲ ଲକ୍ଷ୍ନୌ ଫ୍ରାଞ୍ଚାଇଜକୁ ସିପ୍ଟ ହେବାପରେ ଟିମ ସହିତ ୪ଟି ସଂସ୍କରଣ ଖେଳିଥିବା ଅଗ୍ରୱାଲଙ୍କୁ ନେୃତୃତ୍ବ ଭାର ମିଳିଛି । ଗତ ଦୁଇଟି ସଂସ୍କରଣରେ ଅଗ୍ରୱାଲ ୪୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି ଓ ଆଇପିଏଲରେ ରାହୁଲଙ୍କ ସହିତ ଅନ୍ୟତମ ଶକ୍ତିଶାଳୀ ଓପନିଂ ଯୋଡି ହୋଇପାରିଥିଲେ । ମାତ୍ର ଟିମ ପ୍ଲେ-ଅଫ୍ ପର୍ଯ୍ୟାୟକୁ ପହଞ୍ଚିବାରେ ବିଫଳ ହୋଇଛି ।
ତେବେ IPL ନିଲାମିରେ ଶିଖର ଧାୱନ, କାଗିସୋ ରବାଡା, ଲିଆମ ଲିଭିଂଷ୍ଟୋନ, ଜନ୍ନି ବେୟାରଷ୍ଟୋ ଓ ଓଡିନ ସ୍ମିଥଙ୍କ ଭଳି ଖେଳାଳିଙ୍କୁ କିଣି କ୍ୟାମ୍ପ୍ରେ ସାମିଲ କରିଛି । ସେହିପରି ପାୱାର ହିଟର ଶାହାରୁଖ ଖାନ ଓ ରିଟେନ ଖେଳାଳି ଅର୍ଶଦୀପ ସିଂହଙ୍କୁ ନେଇ ପଞ୍ଜାବ ସ୍କ୍ବାଡ୍ ଶକ୍ତିଶାଳୀ ରହିଛି । ଟିମର କ୍ରମାଗତ ଖରାପ ପ୍ରଦର୍ଶନ ଜାରି ରହିଛି । କେବଳ ୨୦୧୪ରେ ଫାଇନାଲରେ ପହଞ୍ଚିଥିଲା ପଞ୍ଜାବ । ଫଳରେ ମ୍ୟାନେଜମେଣ୍ଟ ନୂଆ ଖେଳାଳିଙ୍କୁ ନେଇ ଦୀର୍ଘଦିନର ଆଶାପୂରଣ କରିବାକୁ ଆଶାବାଦୀ ଅଛନ୍ତି ।