ETV Bharat / sports

2023 ଦିନିକିଆ ବିଶ୍ୱକପ ପାଇଁ ଫିଟ ରହିବାକୁ ଚାହେଁ: ଧାୱନ - 2023 ଦିନିକିଆ ବିଶ୍ବକପ

ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଦକ୍ଷିଣ ଆଫ୍ରିକା ବିପକ୍ଷ ତିନୋଟି ଦିନିକିଆ ସିରିଜ । ଶିଖର ଧାୱନଙ୍କୁ ଏହି ଦିନିକିଆ ସିରିଜର ନେତୃତ୍ବ ଦିଆଯାଇଛି । ଅଧିକ ପଢନ୍ତୁ

2023 ଦିନିକିଆ ବିଶ୍ବକପ ପାଇଁ ସୁସ୍ଥ ମନରେ ଫିଟ ରହିବାକୁ ଚାହେଁ : ଶିଖର ଧାୱନ

author img

By

Published : Oct 5, 2022, 10:01 PM IST

ହାଇଦ୍ରାବାଦ: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଦକ୍ଷିଣ ଆଫ୍ରିକା ବିପକ୍ଷ ତିନୋଟି ଦିନିକିଆ ସିରିଜ । ଅଧିନାୟକ ରୋହିତ ଶର୍ମା ସହିତ ବିଶ୍ବକପ ସଦସ୍ୟ ଗୁରୁବାର ଟି୨୦ ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ । ତେଣୁ ଶିଖର ଧାୱନଙ୍କୁ ଏହି ଦିନିକିଆ ସିରିଜର ନେତୃତ୍ବ ଦିଆଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆ ଅକ୍ଟୋବର ୬ ତାରିଖ ଲକ୍ଷ୍ମୌରେ ଖେଳାଯିବାକୁ ଥିବାବେଳେ, ୯ ତାରିଖରେ ଦ୍ବିତୀୟ ଦିନିକିଆ ରାଞ୍ଚିରେ ଖେଳାଯିବ । ସେହିପରି ତୃତୀୟ ଦିନିକିଆ ଅକ୍ଟୋବର ୧୧ ତାରିଖରେ ଦିଲ୍ଲୀରେ ଖେଳାଯିବ ।

ଶିଖର ଧାୱନ ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ଏବଂ ଜିମ୍ବାୱେ ବିପକ୍ଷ ଦିନିକିଆ ମ୍ୟାଚରେ ଆଗରୁ ନେତୃତ୍ବ ନେଇସାରିଛନ୍ତି । ଗୁରବାରଠାରୁ ଆରମ୍ଭହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ପୁଣି ଆଉ ଥରେ ନେତୃତ୍ବ ନେବେ ଧାୱନ । ଏହି ସିରିଜ ବାବଦରେ କାର୍ଯ୍ୟକାରୀ ଅଧିନାୟକ ଶିଖର ଧାୱନ କହିଛନ୍ତି " ମୁଁ ନିଜକୁ ବହୁତ ଧନ୍ୟମନେ କରୁଛି କି ମୋ କ୍ୟାରିୟର ସଫଳ ରହିଛି । ଏଥିପାଇଁ ମୁଁ କୃତଜ୍ଞ । ଯେତେବେଳେ ବି ସମ୍ଭବ ହୁଏ ମୁଁ ମୋର ଅଭିଜ୍ଞତାକୁ ଯୁବ କ୍ରିକେଟର ମାନଙ୍କୁ ବାଣ୍ଟିଥାଏ । ଏହା ମୋ ପାଇଁ ଏକ ନୂଆ ଦାୟିତ୍ବ ନ ହେଲେ ବି ଏଭଳି ଆହ୍ବାନପୂର୍ଣ୍ଣ କାର୍ଯ୍ୟର ମୁଁ ଆନନ୍ଦ ନେଇଥାଏ । ଆଗକୁ ୨୦୨୩ ରେ ଦିନିକିଆ ବିଶ୍ବକପ ଖେଳାଯିବ । ଯାହା ମୋର ଲକ୍ଷ୍ୟ ରହିଛି । ମୁଁ କେବଳ ନିଜକୁ ଫିଟ ରଖିବାକୁ ଚାହେଁ ଏବଂ ମଇଦାନରେ ଦୃଢ ହୋଇ ଠିଆ ହେବାକୁ ସୁସ୍ଥ ମନରେ ରହିବାକୁ ଚାହେଁ ।"

କାମଚଳା ଅଧିନାୟକ ଶିଖର ଧାୱନ ୩୬ ବର୍ଷ ବୟସରେ ମଧ୍ୟ ଫିଟ ଅଛନ୍ତି । ସେ ଗତ ଦୁଇ ବର୍ଷ ହେଲା ଦିନିକିଆ ମ୍ୟାଚରେ ପ୍ରାୟ ବ୍ୟାଟିଂ କରିଆସିଛନ୍ତି । ଧାୱନଙ୍କ କ୍ରିକେଟ କ୍ୟାରିୟର ଦମଦାର ରହିଛି । ଯେଉଁଥିରେ ସେ ୩୬ ଟି ଟେଷ୍ଟ ମ୍ୟାଚ, ୧୫୮ ଟି ଦିନିକିଆ ମ୍ୟାଚ, ଏବଂ ୬୮ ଟି ଟି୨୦ ମ୍ୟାଚ ଖେଳି କ୍ରମଶଃ ୨୩୧୫, ୬୬୪୭, ୧୭୫୯ ରନ ସଂଗ୍ରହ କରିଛନ୍ତି ।

ଦକ୍ଷିଣ ଆଫ୍ରିକା ଦିନିକିଆ ସ୍କ୍ବାଡ

ଶିଖର ଧାୱନ (ଅଧିନାୟକ), ଶ୍ରେୟାସ ଆୟାର, ଋତୁରାଜ ଗାଏକ୍ବାଡ, ଶୁଭମନ ଗିଲ, ରଜତ ପଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶାନ, ସଞ୍ଜୁ ସାମସନ, ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ଣୋୟୀ, ମୁକେଶ କୁମାର, ଆଭେଷ ଖାନ, ମହମ୍ମଦ ସିରାଜ, ଦୀପକ ଚହର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.