ETV Bharat / sports

ICC ODI World Cup 2023: 'ସର୍ବାଧିକ ରନ୍‌ କରିବେ ରୋହିତ ଶର୍ମା', କାରଣ କହିଲେ ସେହୱାଗ

ଆସନ୍ତା ଦିନିକିଆ ବିଶ୍ବକପ୍‌ରେ ସବୁଠାରୁ ଅଧିକ ରନ୍‌ କରିବେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଏପରି ଆକଳନ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Aug 27, 2023, 8:28 AM IST

ICC ODI World Cup 2023
ICC ODI World Cup 2023

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆରମ୍ଭ ହେବ ଏସିଆ କ୍ରିକେଟ୍‌ ଜଗତର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ୨୦୨୩ । ଏହାପରେ ମାତ୍ର କିଛି ଦିନର ଅପେକ୍ଷା । ଭାରତରେ ଆରମ୍ଭ ହୋଇଯିବ ଦିନିକିଆ କ୍ରିକେଟ୍ ବିଶ୍ଵକପ୍ ୨୦୨୩ । ଏଥିରେ କେଉଁ ୪ଟି ଦଳ ସେମିଫାଇନାଲକୁ ଯିବେ, ସେନେଇ ଅନେକ କ୍ରିକେଟ୍ ସମୀକ୍ଷକ ଓ ପୂର୍ବତନ ଖେଳାଳି ନିଜର ମତ ରଖିବାରେ ଲାଗିଛନ୍ତି । ହେଲେ ଏହାରି ଭିତରେ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ଏକ ବଡ଼ ଭବିଷ୍ୟତବାଣୀ କରିଛନ୍ତି । ବିଶ୍ଵକପ୍ ୨୦୨୩ରେ ସବୁଠୁ ଅଧିକ ରନ ଭାରତୀୟ ଅଧିନାୟକ ରୋହିତ ଶର୍ମା କରିବେ ବୋଲି କହିଛନ୍ତି । ଆଇସିସି ବୀରେନ୍ଦ୍ର ସେହୱାଗଙ୍କ ଏହି ଭିଡିଓକୁ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି ।

ଭାରତୀୟ କ୍ରିକେଟ୍‌ ଜଗତର ଏହି ପୂର୍ବତନ ଓପନର୍‌ କହିଛନ୍ତି, "ମୋତେ ଲାଗୁଛି ଅନେକ ଓପନିଂ ବ୍ୟାଟର ସବୁଠାରୁ ଅଧିକ ରନ୍‌ ସଂଗ୍ରହ ଦୌଡରେ ଅଛନ୍ତି । କାରଣ ଭାରତର ପିଚ୍ ବ୍ୟାଟିଂ ପାଇଁ ଉପଯୋଗୀ । ସେଥିପାଇଁ ଓପନରଙ୍କୁ ଲମ୍ବା ସମୟ ଯାଏଁ ବ୍ୟାଟିଂ କରିବାର ସୁଯୋଗ ମିଳିବ । ମୁଁ ଯଦି ଜଣେ ଓପନରଙ୍କୁ ଚୟନ କରେ, ମୋ ମତରେ ସେହି ବ୍ୟାଟର ରୋହିତ ଶର୍ମା ହିଁ ରହିବେ । ବିଶ୍ବକପ୍‌ରେ ତ ଅନେକ ଓପନିଂ ବ୍ୟାଟର ଅଛନ୍ତି, କିନ୍ତୁ ଜଣେ ଭାରତୀୟ ହିସାବରେ ମୁଁ ରୋହିତ ଶର୍ମାଙ୍କୁ ଆଗରେ ରଖିବି ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ବିଶ୍ବକପ ପାଇଁ ଭାରତୀୟ ଦଳ ଚୟନ କଲେ ଗାଙ୍ଗୁଲି, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ ?

ରୋହିତ ଶର୍ମାଙ୍କୁ ଚୟନ କରିବା କାରଣ ଦର୍ଶାଇ ସେହୱାଗ କହିଛନ୍ତି, "ଯେମିତି ବିଶ୍ଵକପ୍ ଆସେ, ରୋହିତଙ୍କ ଫର୍ମରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ତାଙ୍କ ପ୍ରଦର୍ଶନ ବହୁତ ଅଧିକ ବଢିଯାଏ । ଏଥର ସେ ପୁଣି ଅଧିନାୟକ ପଦରେ ରହିଛନ୍ତି । ତେଣୁ ମୁଁ ଆଶା କରୁଛି, ସେ ବହୁତ ରନ୍‌ କରିବେ ।" ଉଲ୍ଲେଖଯୋଗ୍ୟ, ୨୦୧୯ ବିଶ୍ବକପ୍‌ରେ ସବୁଠାରୁ ଅଧିକ ରନ୍‌ ଓପନର ରୋହିତ୍‌ ଶର୍ମା କରିଥିଲେ । ଚଳିତ ବିର୍ଷ ବିଶ୍ଵକପ୍ ଅକ୍ଟୋବର ୫ରୁ ଆରମ୍ଭ ହେବ । ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ ଏବଂ ରନର୍ସଅପ୍ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ତେବେ ଭାରତ ଏହାର ପ୍ରଥମ ମୁକାବିଲା କଙ୍ଗାରୁ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଅକ୍ଟୋବର ୮ରେ ଖେଳିବ । ଏହାପରେ ବହୁପ୍ରତୀକ୍ଷିତ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ଅକ୍ଟୋବର ୧୪ରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.