ହାଇଦ୍ରାବାଦ: ସମୟ, ଅସମୟ ଆଉ ଦୁଃସମୟକୁ ବାଉଣ୍ଡ୍ରୀ ପାର୍ କରି ଯୁଦ୍ଧ ପଡିଆରୁ କୀର୍ତ୍ତିମାନ ରଚିବାରେ, କୋଟି କୋଟି ପ୍ରଶଂସକଙ୍କ ମନ ଜିଣିବାରେ ଆଉ ଦେଶ ପାଇଁ ବିଜୟ ଭେଟି ଦେବାରେ ସେ ବିରାଟ କାରିଗର, ବିରାଟ କୋହଲି । ବାସ୍ ତାଙ୍କ ନାମ ହିଁ କାଫି, ମୁକୁଟ ବିହୀନ ରାଜା ଭାବେ ସେ ସବୁଠି ପରିଚିତ । କ୍ୟାରିୟରର ବିପର୍ଯ୍ୟୟ ସମୟରେ ଘୋଟି ଯାଇଥିବା କଳା ବାଦଲକୁ ଏଡାଇ କିପରି ନବ ସୂର୍ଯ୍ୟୋଦୟର ଚମକ ଭରାଯାଏ ସେ ତା'ର ଉଦାହରଣ । ଆବାଳ ବୃଦ୍ଧ ବନିତାଙ୍କ ବେଷ୍ଟ୍ ବ୍ୟାଟର୍ । ଆଜି ଏହି କୀର୍ତ୍ତିମାନ ବାଜିଗର, କ୍ରିକେଟ୍ କିଙ୍ଗ୍ ବିରାଟ କୋହଲିଙ୍କ ଜନ୍ମଦିନ ।
1988 ମସିହାରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ବିରାଟ ଆଜି 34 ବର୍ଷରେ ପାଦ ଥାପିଛନ୍ତି । ଗାଁରୁ ସହର, ଦେଶରୁ ବିଦେଶ ସୁବଠୁ ଛୁଟୁଛି ଶୁଭେଚ୍ଛାର ସୁଅ(Happy Birthday Virat Kohli) । କାରଣ ଅଣ୍ଡର୍-19 କ୍ରିକେଟ୍ ଟିମ୍ରୁ କ୍ୟାପ୍ଟେନ କ୍ୟାରିୟର ଆରମ୍ଭ କରିଥିବା କୋହଲି ଏବେ କ୍ରିକେଟ୍ କିଙ୍ଗ । ନିକଟରେ ତାଙ୍କ କ୍ରିକେଟ କୀର୍ତ୍ତି ସମସ୍ତଙ୍କୁ ପ୍ରଶଂସିତ କରିବାକୁ ବାଧ୍ୟ କରିଛି । 2008ରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ପକ୍ଷରୁ ପ୍ରଥମେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚ୍ ଡେବ୍ୟୁ ଆରମ୍ଭ କରିଥିଲେ ବିରାଟ । ସେବେଠାରୁ ବର୍ତ୍ତମାନର 14 ବର୍ଷର ଯାତ୍ରା ମଧ୍ୟରେ ବିରାଟ ରେକର୍ଡ ରଚିଛନ୍ତି ବିରାଟ ।
ଆଜିର ବିଶ୍ବ କ୍ରିକେଟରେ ସଫଳତମ ତଥା ପ୍ରଶଂସକଙ୍କ ପ୍ରିୟର ବ୍ୟାଟର୍ ହେଉଛନ୍ତି ବିରାଟ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବିରାଟଙ୍କର କୋଟି କୋଟି ଫ୍ୟାନ୍ । ଏପରିକି ଭାରତର ଚିର ପ୍ରତିଦ୍ବନ୍ଦ୍ବୀ କୁହାଯାଉଥିବା ପାକିସ୍ତାନରେ ମଧ୍ୟ କୋହଲିଙ୍କର ପ୍ରଶଂସକଙ୍କ ସଂଖ୍ୟା କିଛି କମ୍ ନାହିଁ । ତେବେ ଦିନିକିଆରୁ କ୍ୟାରିଅର୍ ଆରମ୍ଭ କରିଥିବା କୋହଲି କ୍ରିକେଟ୍ ଫଟାଫଟ ନେଇ ଟେଷ୍ଟ୍ ସବୁଠି ତାଙ୍କର ଦବ୍ଦବା ରହିଛି । ଏକଦା ଭାରତୀୟ କ୍ରିକେଟ୍ ଟିମ୍ର ମଙ୍ଗ ଧରିଥିବା କୋହଲି ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଥିବା ଦର୍ଶାଇ ଅଧିନାୟକ ଦାୟିତ୍ବରୁ ଓହରି ଯାଇଥିଲେ । ଆଉ ଆଜି ସେ ତାହା ପ୍ରମାଣ କରି ଦେଖାଇଛନ୍ତି ।
ନାନା ବିବାଦ, ଆଲୋଚନା, ପର୍ଯ୍ୟାଲୋଚନା ପରେ ସେ ଯେ, ଟିମ୍ ଇଣ୍ଡିଆର ରନ୍ ମେସିନ୍ ତାହା ପ୍ରମାଣିତ । ଅଷ୍ଟ୍ରେଲିଆରେ ଚାଲିଥିବା ICC ଟି-20 ବିଶ୍ବକପ୍ରେ ତାଙ୍କ ଧୂଆଁଧାର୍ ପ୍ରଦର୍ଶନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିରାଟ କୋହଲି T20 ବିଶ୍ବକପ ଇତିହାସରେ ସର୍ବାଧିକ ରନ୍ ସଂଗ୍ରହକାରୀ କ୍ରିକେଟର ବନିଛନ୍ତି ।
ନଜର ପକାନ୍ତୁ ବିରାଟଙ୍କ କୀର୍ତ୍ତିମାନ ଉପରେ
- ଟେଷ୍ଟ୍ କ୍ୟାରିୟରରେ ମଧ୍ୟ ସର୍ବଶ୍ରେଷ୍ଠ ଟେଷ୍ଟ ସ୍କୋର 254 ଅପରାଜିତ ରନ୍ କହିଛନ୍ତି କୋହଲି ।
- କୋହିଲ ପ୍ରଥମ ଭାରତୀୟ ଖେଳାଳି ଭାବେ ବିଶ୍ବକପ ଡେବ୍ୟୁ ମ୍ୟଚରେ ଶତକ ମାରିଥିଲେ ।
- ୨୦୧୨ ଏବଂ ୨୦୧୭ରେ ସେ ଦିନିକିଆର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଆଇସିସିରୁ ଏବଂ ଉନ୍ନତ ପ୍ରଦର୍ଶନ ପାଇଁ ବିସିସିଆଇ ପକ୍ଷରୁ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ବିରାଟ ।
- ସେହିପରି 2018ରେ ଭାରତୀୟ କ୍ରୀଡାର ସର୍ବଶ୍ରେଷ୍ଠ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନରେ ମଧ୍ୟ ବିରାଟ ହୋଇଛନ୍ତି ସମ୍ମାନିତ ।
- ସେ ମଧ୍ୟ ଭାରତକୁ ୧୯-ବର୍ଷରୁ କମ ବିଶ୍ୱକପ ବିଜେତା କରାଇଥିଲେ ।