ETV Bharat / sports

ICC Test Rankings: କୋହଲି ରୋହିତଙ୍କ ସ୍ଥାନ ସ୍ଥିର

author img

By

Published : May 26, 2022, 9:35 AM IST

ପ୍ରକାଶ ପାଇଛି ସଦ୍ୟ ଆଇସିସି ଟେଷ୍ଟ ମାନ୍ୟତା ତାଲିକା । ଏଥିରେ ଭାରତୀୟ ଖେଳାଳିମାନେ ନିଜ ନିଜ ପୂର୍ବ ସ୍ଥାନ ବଜାୟ ରଖିଛନ୍ତି । ଅଧିକ ପଢନ୍ତୁ

ICC Test Rankings
ICC Test Rankings

ଦୁବାଇ: ପ୍ରକାଶ ପାଇଛି ସଦ୍ୟ ଆଇସିସି ଟେଷ୍ଟ ମାନ୍ୟତା ତାଲିକା । ଏଥିରେ ଭାରତୀୟ ଖେଳାଳିମାନେ ନିଜ ନିଜ ପୂର୍ବ ସ୍ଥାନ ବଜାୟ ରଖିଛନ୍ତି । ରୋହିତ ଶର୍ମା ବିରାଟ କୋହଲି ଓ ଅଶ୍ବିନୀଙ୍କର 10 ତାଲିକାରେ ସ୍ଥାନ ସ୍ଥିର ରହିଛି ।

କେବଳ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ଚାଲିଥିବାରୁ ବ୍ୟାଟିଂ, ବୋଲିଂ ଓ ଅଲରାଉଣ୍ଡର ମାନ୍ୟତା ତାଲିକାରେ ଶ୍ରେଷ୍ଠ-10ରେ କୌଣସି ପରିବର୍ତ୍ତନ ଘଟିନାହିଁ । ବ୍ୟାଟିଂ ତାଲିକାରେ ରୋହିତ ଶର୍ମା ଅଷ୍ଟମ ଓ ବିରାଟ କୋହଲି ନବନ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ମାର୍ନସ ଲାବୁସାଁଙ୍କ ଶୀର୍ଷ ସ୍ଥାନ ଅପରିବର୍ତ୍ତିତ ରହିଛି ।

ବାଂଲାଦେଶର ଲିଟନ ଦାସ 17ତମ, ମୁସଫିକର ରହିମ 25 ତମ, ତାମିମ ଇକାବମ 27ତମ ଏବଂ ଶ୍ରୀଲଙ୍କର ଆଞ୍ଜେଲୋ ମାଥ୍ୟୁସ 21ତମ ସ୍ଥାନକୁ ଉଠିଛନ୍ତି । ବୋଲିଂ ତାଲିକାରେ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଭାରତର ବୋଲର ଅଶ୍ବିନ ଦ୍ବିତୀୟ ଓ ଯଶପ୍ରୀତ ବୁମରାଙ୍କ ତୃତୀୟ ସ୍ଥାନ ସୁରକ୍ଷିତ ଅଛି । ଅଲରାଉଣ୍ଡର ମାନ୍ୟତା ତାଲିକାରେ ରବିନ୍ଦ୍ର ଜାଡେଜା ଓ ଅଶ୍ବିନୀ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.