ETV Bharat / sports

Eng vs ind test series: ଚତୁର୍ଥ ଟେଷ୍ଟ ପାଇଁ ବଦଳିବେ ଏହି ଭାରତୀୟ ଖେଳାଳି - ଚତୁର୍ଥ ଟେଷ୍ଟ ପାଇଁ ବଦଳିବେ ଖେଳାଳି

ତୃତୀୟ ମ୍ୟାଚରେ ଜବରଦସ୍ତ ପରାଜୟ ପରେ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟ ପାଇଁ ଦଳ ଖେଳାଳି ବଦଳ କରିବାକୁ ଇଶାରା ଦେଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ଅଧିକ ପଢ଼ନ୍ତୁ...

Eng vs ind test series: ଚତୁର୍ଥ ଟେଷ୍ଟ ପାଇଁ ବଦଳିବେ ଏହି ଭାରତୀୟ ଖେଳାଳି

author img

By

Published : Aug 29, 2021, 9:52 PM IST

ଲଣ୍ଡନ: ତୃତୀୟ ମ୍ୟାଚରେ ଜବରଦସ୍ତ ପରାଜୟ ପରେ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟ ପାଇଁ ଦଳ ଖେଳାଳି ବଦଳ କରିବାକୁ ଇଶାରା ଦେଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ଜୋ ରୁଟଙ୍କ ଶତକ ଓ ଓଲି ରବିନସନଙ୍କ ୫ ୱିକେଟ ଭାରତକୁ ପରାଜୟ ଦ୍ବାରକୁ ଠେଲି ଦେଇଥିଲା । ରୋହିତ ଶର୍ମା, ବିରାଟ କୋହିଲ ଓ ଚେତେଶ୍ବର ପୂଜାରାଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ବେ ମ୍ୟାଚକୁ ବଞ୍ଚାଇ ପାରିନଥିଲା ଭାରତୀୟ ଦଳ ।

ତୃତୀୟ ଟେଷ୍ଟର ଚତୁର୍ଥ ଦିନ ଆରମ୍ଭ ହେବାମାତ୍ରେ ତାସର ଘରି ଭଳି ପଡ଼ି ଯାଇଥିଲା ଭାରତୀୟ ଦଳ ୱିକେଟ । ଯାହାଫଳରେ ଗୋଟିଏ ଇନିଂସ ଓ ୭୬ ରନରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା ଭାରତୀୟ ଦଳ । ଏହାପରେ ପୋଷ୍ଟ ମ୍ୟାଚ କାର୍ଯ୍ୟକ୍ରମରେ ଆଗାମୀ ମ୍ୟାଚରେ ଖେଳାଳଙ୍କୁ ବିଶ୍ରାମ ଦେବା କଥା କହିଥିଲେ । ତେବେ ସେ କାହାକୁ ଆଗାମୀ ମ୍ୟାଚରେ ବିଶ୍ରାମ ଦେବେ ତାହାକୁ ନେଇ କୌଣସି ସୂଚନା ଦେଇ ନାହାନ୍ତି ।

ଆଗାମୀ ମ୍ୟାଚ ଓଭାଲ ପଡ଼ିଆରେ ଖେଳାଯିବ । ତୃତୀୟ ଟେଷ୍ଟ ପରାଜୟ ପରେ କୋହଲି କହିଥିଲେ ଯେ, "ଯେତେବେଳେ ପରିଣାମ ସଠିକ ନଆସେ ସେତେବେଳେ ଯାହା କରିବା କଥା ତାହା କରିବା ଆବଶ୍ୟକ ହୋଇପଡ଼େ । ଏଥିପାଇଁ ଆମେ ପ୍ରତିଟି ଖେଳାଳିଙ୍କ ସହ କଥା ହେବୁ । ଯାହାଙ୍କୁ ବିଶ୍ରାମ ଆବଶ୍ୟକ ତାଙ୍କୁ ଆମେ ବିଶ୍ରାମ ଦେବୁ । ଆପଣ କେବେ ଆଶା କରିପାରିବେ ନାହିଁ ଯେ ଜଣେ ଖେଳାଳି ଲଗାତାର ୪ଟି ଟେଷ୍ଟ ଖେଳିପାରିବେ ।"

କୋହଲିଙ୍କ ଏହି ମନ୍ତବ୍ୟ ପରେ ଏବେ ଚତୁର୍ଥ ଟେଷ୍ଟରେ ଦଳରେ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ । ତେବେ କିଏ ସେହି ଖେଳାଳି ହେବେ ତାହାକୁ ନେଇ କୌଣସି ସୂଚନା ମିଳି ପାରିନାହିଁ । ଦଳରୁ ରାହାଣେଙ୍କୁ ବିଶ୍ରାମ ଦିଆଯାଇପାରେ । ସେପଟେ ଆର ଅଶ୍ବିନ ମଧ୍ୟ ଦଳରେ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଧରିଛି । ସେପଟେ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଦଳରେ ସ୍ଥାନ ପାଇ ପାରନ୍ତି ବୋଲି କ୍ରିକେଟ ପଣ୍ଡତ ମତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.