ETV Bharat / sports

ଟ୍ବିଟରରେ ବିରାଟଙ୍କ ରାଜ, ଅତିକ୍ରମ କଲେ ୫୦ ମିଲିୟନ ଫୋଲଅର୍ସ - ବିରାଟ କୋହଲି

ଭାରତୀୟ ଟିମର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ( Virat Kohli ) ତାଙ୍କ ଟ୍ବିଟରରେ ୫୦ ମିଲିୟନ ଫୋଲଅର୍ସ ଅତିକ୍ରମ କରିଛନ୍ତି । ବିରାଟ କୋହଲିଙ୍କର ଏହି ମାଇଲ ଷ୍ଟୋନ ସହିତ ୫୦ ମଲିୟନ ଫୋଲଅର୍ସ ଅତିକ୍ରମ କରିବାର ସେ ହେଉଛନ୍ତି ପ୍ରଥମ ଭାରତୀୟ କ୍ରିକେଟର । ଅଧିକ ପଢନ୍ତୁ

ଟ୍ବିଟରରେ ବିରାଟଙ୍କ ରାଜ, ଅତିକ୍ରମ କଲେ ୫୦ ମିଲିୟନ ଫୋଲଅର୍ସ

author img

By

Published : Sep 14, 2022, 4:05 PM IST

ହାଇଦ୍ରାବାଦ : ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ( Virat Kohli ) ଭାଗ୍ୟ ଏବେ ଚମକିବାରେ ଲାଗିଛି । ଗୋଟେ ପଟେ ସେ ଖରାପ ଫର୍ମରୁ ବାହାରି ନିଜ ପୁରୁଣା ଫର୍ମକୁ ଫେରି ଏସିଆ କପରେ ଶତକୀୟ ଇନିଂସ ଖେଳିଥିବା ବେଳେ ଏବେ ସେ ସୋସିଆଲ ମିଡିଆରେ ରାଜ କରିବାରେ ଲାଗିଛନ୍ତି । ଭାରତୀୟ ଟିମର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ତାଙ୍କ ଟ୍ବିଟରରେ ୫୦ ମଲିୟନ ଫୋଲଅର୍ସ ଅତିକ୍ରମ କରିଛନ୍ତି । ବିରାଟ କୋହଲିଙ୍କର ଏହି ମାଇଲ ଷ୍ଟୋନ ସହିତ ୫୦ ମିଲିୟନ ଫୋଲଅର୍ସ ଅତିକ୍ରମ କରିବାର ସେ ହେଉଛନ୍ତି ପ୍ରଥମ ଭାରତୀୟ କ୍ରିକେଟର ।

ସେହିପରି ସୋସିଆଲ ମିଡିଆରେ ୩୭ ମିଲିୟନ ଫୋଲଅର୍ସଙ୍କ ସହିତ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସୋସିଆଲ ମିଡିଆରେ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଦବଦବା ସବୁବେଳେ ରହିଥାଏ । ବିରାଟ ତାଙ୍କ ଟ୍ବିଟରର ୫୦ ମିଲିୟନ ଫୋଲଅର୍ସ ଅତିକ୍ରମ କରିଥିବା ବେଳେ ଇନଷ୍ଟାଗ୍ରାମରେ ତାଙ୍କର ୨୧୧ ମିଲିୟନ ଫୋଲଅର୍ସ ରହିଛନ୍ତି । ସେହିପରି ଫେସବୁକରେ ବିରାଟଙ୍କ ପାଖାପାଖି ୫୦ ମିଲିୟନ ଫୋଲଅର୍ସ ରହିଛନ୍ତି ।

ନିକଟରେ ବିରାଟ କୋହଲି ଖରାପ ଫର୍ମ ଦେଇ ଗତି କରୁଥିଲେ । ଯେଉଁ କାରଣରୁ ତାଙ୍କୁ ଅନେକ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା । ତାଙ୍କର ଖରାପ ଫର୍ମ ପାଇଁ ତାଙ୍କୁ ଦଳ ତରଫରୁ ଗୋଟେ ମାସ ବିଶ୍ରାମ ଦିଆଯାଇଥିଲା । ପରେ ଏସିଆ କପ ମାଧ୍ୟମରେ ବିରାଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏସିଆ କପ ତାଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା । ଏସିଆ କପ ଟୁର୍ଣ୍ଣାମେଣ୍ଟରେ ପ୍ରଥମେ ଅର୍ଦ୍ଧଶତକ ହାସଲ କରିବା ପରେ ପରେ ସେ ଶତକୀୟ ଇନିଂସ ଖେଳିବାରେ ସଫଳ ହୋଇଥିଲେ । ୧୦୨୦ ଦିନ ପରେ କ୍ରିକେଟ ପ୍ରଶଂସକ ବିରାଟଙ୍କ ବ୍ୟାଟରୁ ବିରାଟ ଶତକ ଦେଖିବାକୁ ପାଇଥିଲେ । ଏସିଆ କପ ସୁପର ୪ ରାଉଣ୍ଡରେ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ 61 ବଲରୁ ୧୨ ଟି ଚୌକା ଏବଂ ୬ ଟି ଛକା ମାରିବା ସହିତ ୧୨୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ବିରାଟ କୋହଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ୭୧ ତମ ଶତକ ହାସଲ କରିବା ସହିତ ଟି-୨୦ ମ୍ୟାଚରେ ପ୍ରଥମ ଥର ପାଇଁ ଶତକ ହାସଲ କରିବାରେ ସଫଳ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.