ETV Bharat / sports

ସଚିନ-ଦ୍ରାବିଡଙ୍କ ସହ ଏହି ରେକର୍ଡରେ ସାମିଲ ହେଲେ ବିରାଟ କୋହଲି - virat kohli news record

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦୦ ଟେଷ୍ଟ ରନ ପୂରଣ କରିଛନ୍ତି କୋହଲି । ପୂର୍ବରୁ ଭାରତୀୟ ଭାବେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦଲୁକର ଓ ଟିମ୍ ଇଣ୍ଡିଆର ୱାଲ୍ ରାହୁଲ ଦ୍ରାବିଡଙ୍କ ନାମରେ ଏହି ରେକର୍ଡ ରହିଥିଲା । ଅଧିକ ପଢ଼ନ୍ତୁ...

ସଚିନ-ଦ୍ରାବିଡଙ୍କ ସହ ଏହି ରେକର୍ଡରେ ସାମିଲ ହେଲେ ବିରାଟ କୋହଲି

author img

By

Published : Sep 5, 2021, 10:23 PM IST

ଓଭାଲ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ମଧ୍ୟ କୋହିଲଙ୍କ ଶତକ ମରୁଡି଼ ଜାରି ରହିଛି । ଏହା ସତ୍ତ୍ବେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ଅଧିନାୟକ ବିରାଟ କୋହଲି । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦୦ ଟେଷ୍ଟ ରନ ପୂରଣ କରିଛନ୍ତି କୋହଲି । ପୂର୍ବରୁ ଭାରତୀୟ ଭାବେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦଲୁକର ଓ ଟିମ୍ ଇଣ୍ଡିଆର ୱାଲ୍ ରାହୁଲ ଦ୍ରାବିଡଙ୍କ ନାମରେ ଏହି ରେକର୍ଡ ରହିଥିଲା । ତେବେ ବର୍ତ୍ତମାନ ଏହି ତାଲିକାରେ ଅଧିନାୟକ ବିରାଟ କୋହଲିଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି ।

ଓଭାଲ ପଡ଼ିଆରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ଦ୍ବିତୀୟ ଇନିଂସରେ କୋହଲି ଅଳ୍ପକେ ଅର୍ଦ୍ଧ ଶତକରୁ ବଞ୍ଚିତ ହୋଇଛନ୍ତି । ଫଳରେ ପୁନଃ ଫ୍ୟାନମାନଙ୍କୁ କୋହଲିଙ୍କ ଶତକ ପାଇଁ ଅପେକ୍ଷା କରିବାକୁ ପଡ଼ିଛି । ଇଂଲଣ୍ଡ ସ୍ପିନର ମୋଇନ ଅଲୀଙ୍କ ବଲରେ କ୍ୟାଚ ଆଉଟ ହୋଇ ପାଭେଲିୟନ ଫେରିଥିଲେ କୋହଲି ।

କୋହଲିଙ୍କ ଶତକ ମରୁଡ଼ି ମଧ୍ୟରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ ହାସଲ କରି ଚାଲିଛନ୍ତି । ଏହାପୂର୍ବରୁ ପ୍ରଥମ ଇନିଂସରେ ଅର୍ଦ୍ଧ ଶତକ ହାସଲ କରି ବିରାଟ କୋହଲି ବିଶ୍ବର ଦ୍ରୁତତମ ୨୩ ହଜାର ଅନ୍ତଃରାଷ୍ଟ୍ରୀୟ ରନ୍ ପୂରଣ କରିଛନ୍ତି । ଏହା କରି ସେ ସଚିନ ତେନ୍ଦୁଲକର ଓ ରିକି ପଣ୍ଟିଂଙ୍କ ଭଳି କ୍ରିକେଟ କିମ୍ବଦନ୍ତୀଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ଏହାପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଇଂଲଣ୍ଡ ବିପକ୍ଷରେ ୧୯୦୯ ଟେଷ୍ଟ ରନ ପୂରଣ କରିଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ୧୫୭୫ ରନ କରିଛନ୍ତି । ସେହିଭଳି ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଇଂଲଣ୍ଡ ବିପକ୍ଷରେ ୧୧୪୩ ରନ୍ କରିଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ୧୩୭୬ ରନ୍ କରିଛନ୍ତି । ବିରାଟ କୋହଲି ମଧ୍ୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ୧୦୦୦ ରନ୍ ପୂରଣ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.