ଲଣ୍ଡନ: ନେଟ୍ସ ଜୋରଦାର ଅଭ୍ୟାସ କଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ପିଠିରେ ଯନ୍ତ୍ରଣା ଯୋଗୁଁ ଅଭ୍ୟାସ ମ୍ୟାଚରେ ଭାଗ ନେଇନଥିଲେ ବିରାଟ । ସେପଟେ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ହାର୍ମଷ୍ଟ୍ରିଂ ସମସ୍ୟା ଯୋଗୁଁ ଅଭ୍ୟାସ ମ୍ୟାଚରୁ ବିଶ୍ରାମ ନେଇଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ବରେ ଇଂଲିଶ କାଉଣ୍ଟି ଏକାଦଶ ବିପକ୍ଷରେ ଭାରତୀୟ ଦଳ ଅଭ୍ୟାସ ମ୍ୟାଚ ଖେଳୁଛି ।
-
Captain @imVkohli batting = Pure bliss #TeamIndia pic.twitter.com/5EUDxhLwgJ
— BCCI (@BCCI) July 21, 2021 " class="align-text-top noRightClick twitterSection" data="
">Captain @imVkohli batting = Pure bliss #TeamIndia pic.twitter.com/5EUDxhLwgJ
— BCCI (@BCCI) July 21, 2021Captain @imVkohli batting = Pure bliss #TeamIndia pic.twitter.com/5EUDxhLwgJ
— BCCI (@BCCI) July 21, 2021
ତେବେ ଅଧିନାୟକ ଓ ଉପ ଅଧିନାୟକଙ୍କ ଆହତ ସମସ୍ୟାକୁ ନେଇ ଚିନ୍ତାରେ ରହିଥିଲା ବିସିସିଆଇ । ତେବେ ବିରାଟ କୋହିଲିଙ୍କୁ ବୁଧବାର ନେଟରେ ଜୋରାଦାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଯାହା ଦଳ ପାଇଁ ଏକ ଆଶ୍ବସ୍ତିକର ଖବର । କାରଣ ଅଗଷ୍ଟ 4 ତାରିଖରୁ ଭାରତ ଓ ଇଲଂଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ । ଏହାପୂର୍ବରୁ ଉଭୟ ଅଧିନାୟକ ଓ ଉପ ଅଧିନାୟକ ଦଳ ପାଇଁ ଫିଟ ହେବା ଜରୁରୀ ।
ଡରହାମରେ ବିରାଟ କୋହିଲ ଅଭ୍ୟାସ କରୁଥିବା ନେଇ ଏକ ଭିଡିଓ ବିସିସିଆଇ ପକ୍ଷରୁ ସେୟାର କରାଯାଉଛି । ଏଥିରେ ବିରାଟ କୋହଲି ବଡ଼ ବଡ଼ ସଟ୍ ଖେଳୁଥିବା ଦେଖାଦେଇଛି। ଯାହାକୁ ନେଇ ଆଶ୍ବସ୍ତ ହୋଇଛି ବିସିସିଆଇ । ଭାରତ ଓ ଇଂଲିଶ କାଉଣ୍ଟି ଏକାଦଶ ମଧ୍ୟରେ ତିନିଦିନିଆ ଅଭ୍ୟାସ ମ୍ୟାଚ ଜାରି ରହିଛି । ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଇନିଂଶରେ ଭାରତ ୩୦୯ ରନ କର ଅଲ ଆଉଟ ହୋଇଛି ।
ଭାରତ ପକ୍ଷରୁ କେଏଲ ରାହୁଲ ଏକ ଶତକ ହାସଲ କରିଥିବା ବେଳେ ଅଲରାଉଣ୍ଡ ରବିନ୍ଦ୍ର ଜାଡେଜା ଦମଦାର ୭୫ ରନ ଅର୍ଦ୍ଧଶତକୀୟ ଇନିଂଶ ଖେଳିଛନ୍ତି । ତେବେ ଇଂଲିଶି କାଉଣ୍ଟି ଦଳ ପକ୍ଷରୁ ଖେଳୁଥିବା ଆଭେଶ ଖାନଙ୍କ ବାମ ହାତ ବୁଢ଼ା ଆଙ୍ଗୁଟିରେ ଆଘାତ ଯୋଗୁଁ ସେ ଦ୍ବିତୀୟ ଦିନ ପଡ଼ିଆକୁ ଓହ୍ଲାଇ ନାହାନ୍ତି । ସେ ଆଉ ଅଭ୍ୟାସ ମ୍ୟାଚରେ ଭାଗ ନେବେ ନାହିଁ ବୋଲି ସ୍ପଷ୍ଟ କରିଛି ବିସିସିଆଇ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ