ETV Bharat / sports

Asia Cup 2023: ରବି ଶାସ୍ତ୍ରୀଙ୍କ ପ୍ରସ୍ତାବକୁ ଖଣ୍ଡନ କଲେ ମଞ୍ଜରେକର, କହିଲେ କୋହଲିଙ୍କୁ 'ସ୍କେପ୍‌ଗୋଟ୍‌' କରାଯାଇଛି - ୪ ନମ୍ବରରେ ବିରାଟ କୋହଲି ଖେଳି ପାରିବେ

ଏସିଆ କପ୍‌ ୨୦୨୩ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ହେଲେ ଏବେ ବି ୪ ନମ୍ବର ସ୍ଥାନକୁ ନେଇ ଦ୍ବନ୍ଦ୍ବରେ ଟିମ୍‌ ଇଣ୍ଡିଆ । ତେବେ ୪ ନମ୍ବରରେ ବିରାଟ କୋହଲି ଖେଳି ପାରିବେ ବୋଲି ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିବା ପରେ କୋହଲିଙ୍କୁ 'ସ୍କେପ୍‌ଗୋଟ୍‌' କରାଯାଇଛି ବୋଲି କହିଛନ୍ତି ପୂର୍ବତନ କ୍ରିକେଟର୍‌ ସଞ୍ଜୟ ମଞ୍ଜରେକର । ଅଧିକ ପଢ଼ନ୍ତୁ

କୋହଲିଙ୍କୁ 'ସ୍କେପ୍‌ଗୋଟ୍‌' କରାଯାଇଛି
କୋହଲିଙ୍କୁ 'ସ୍କେପ୍‌ଗୋଟ୍‌' କରାଯାଇଛି
author img

By ETV Bharat Odisha Team

Published : Aug 23, 2023, 10:18 PM IST

ନୂଆଦିଲ୍ଲୀ: ବହୁ ମାନସମନ୍ଥନ ପରେ ଏସିଆ କପ୍‌ ୨୦୨୩ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ଆସନ୍ତା ୩୦ ତାରିଖରେ ଏସୀୟ କ୍ରିକେଟ୍‌ର ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଏସିଆ କପ୍‌ ଅଭିଯାନ ଆରମ୍ଭ କରିବ । କିନ୍ତୁ ଏବେ ମଧ୍ୟ ୪ ନମ୍ବର ସ୍ଥାନକୁ ନେଇ ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ । ନମ୍ବର ୪ ପାଇଁ ଉପଯୁକ୍ତ ବ୍ୟାଟର୍‌ ଏବେ ମଧ୍ୟ ଖୋଜୁଛି ଦଳ । ତେବେ ୪ ନମ୍ବରରେ ବିରାଟ କୋହଲି ଖେଳିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଷ୍ଟାର ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନ । ଯାହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି ପୂର୍ବତନ କ୍ରିକେଟର୍‌ ସଞ୍ଜୟ ମଞ୍ଜରେକର ।

ଏସିଆ କପ୍‌ ୨୦୨୩ ପାଇଁ ଘୋଷଣା ହୋଇଥିବା ୧୭ ଜଣିଆ ଦଳରେ ୱିକେଟ୍‌କିପର- ବ୍ୟାଟର କେଏଲ୍‌ ରାହୁଲଙ୍କୁ ଚୟନ କରାଯାଇଛି । ଯାହାପରେ ଏହି ଚିନ୍ତା ଦୂର ହୋଇଯିବା ବୋଲି ଆଶା କରାଯାଉଥିଲା । ହେଲେ ଏପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି । ଯେଉଁଥିପାଇଁ ସେ ପ୍ରଥମ ଗୋଟିଏ କିମ୍ବା ୨ଟି ମ୍ୟାଚ୍‌ ଖେଳିନପାରନ୍ତି ବୋଲି ନିଜେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର୍‌ ଓ ଅଧିନାୟକ ରୋହିତ ଶର୍ମା ପ୍ରେସ୍‌ମିଟ୍‌ରେ ଜଣାଇଛନ୍ତି । ଏବେ ଚିନ୍ତାର ବିଷୟ, ଚତୁର୍ଥ ନମ୍ବରରେ କିଏ ଖେଳିବ ? ଏହା ଉପରେ ଆଲୋଚନା କରି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଥିଲେ, ଯଦି କୋହଲିଙ୍କୁ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ପଡିବ ତେବେ ଏହା ଦଳ ସପକ୍ଷରେ ରହିବ । ସେପଟେ ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ଶାସ୍ତ୍ରୀଙ୍କ ମତକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି, "ଯଦି ରାହୁଲ ଖେଳୁ ନାହାନ୍ତି, ତେବେ ବିରାଟ ଏହି ସ୍ଥିତିରେ ବ୍ୟାଟିଂ କରିବା ଉଚିତ ।"

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ଅନଫିଟ୍‌ ରାହୁଲଙ୍କୁ ଦଳରେ ମିଳିଲା ସ୍ଥାନ, ଷ୍ଟାଣ୍ଡ୍‌ବାଇରେ ସାମ୍‌ସନ୍‌

ସେପଟେ ରବିଚନ୍ଦ୍ରନ ଅଶ୍ବିନ ଓ ରବି ଶାସ୍ତ୍ରୀଙ୍କ ମତକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସଞ୍ଜୟ ମଞ୍ଜରେକର । ଏକ ସାକ୍ଷାତକାରରେ ସେ କହିଛନ୍ତି, "ବିରାଟ କୋହଲିଙ୍କୁ ଆଦୌ 'ସ୍କେପ୍‌ଗୋଟ୍‌' କରାଯିବା ଉଚିତ ନୁହେଁ । ୨୦୦୭ ବିଶ୍ବକପରେ ସଚିନ ତେନ୍ଦୁଲକରଙ୍କ ସହିତ କଣ ଘଟିଥିଲା ତାହା ମନେରଖିବା ଉଚିତ । ଯେତେବେଳେ ଭାରତୀୟ ଦଳରେ ଅନ୍ୟାନ୍ୟ ବିକଳ୍ପ ବିଷୟରେ ଚର୍ଚ୍ଚା କରିଯାଉଛି, ସେତେବେଳେ କୋହଲିଙ୍କ ବ୍ୟାଟିଂ କ୍ରମକୁ ପଛକୁ ଠେଲି ଦିଆଯାଉଛି । ତାଙ୍କୁ ଅନ୍ୟ ବ୍ୟାଟିଂକ୍ରମକୁ ପଠାଇ ସମସ୍ୟାକୁ ଶେଷ କରିବାକୁ ସଭିଏଁ ଚାହୁଁଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ ଅନାବଶ୍ୟକ ଭାବରେ 'ସ୍କେପ୍‌ଗୋଟ୍‌' କରାଯାଇଛି । ଏହା ଦଳପାଇଁ ମଧ୍ୟ କ୍ଷତିକାରକ ହୋଇପାରେ ।" ତେବେ ବିରାଟ କେଉଁ ସ୍ଥିତିରେ ଖେଳିବାକୁ ଚାହାନ୍ତି, ତାହା ତାଙ୍କ ଉପରେ ଛାଡି ଦେବା ଆବଶ୍ୟକ ବୋଲି ମଞ୍ଜରେକର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.