ETV Bharat / sports

ବୃନ୍ଦାବନରେ ବିରୁଷ୍କା, ଝିଅ ଭାମିକା ସହ ପୂଜାର୍ଚ୍ଚନା କରୁଥିବା ଆସିଲେ ନଜର

author img

By

Published : Jan 6, 2023, 2:09 PM IST

Updated : Jan 7, 2023, 10:45 AM IST

ଝିଅ ଭାମିକାଙ୍କୁ ଧରି ବୃନ୍ଦାବନରେ ପୂଜାର୍ଚ୍ଚନା କଲେ ଅନୁଷ୍କା ଶର୍ମା ଓ ବିରାଟ କୋହଲି । ଅଧିକ ପଢନ୍ତୁ

Anushka Virat reached Mathura
Anushka Virat reached Mathura
Anushka Virat reached Mathura

ଲକ୍ଷ୍ନୌ: ବୃନ୍ଦାବନରେ ନଜର ଆସିଲା ଅଭିନେତ୍ରୀ ଅନୁଷ୍କା ଶର୍ମା(Actress Anushka Sharma) ଓ ବିରାଟ କୋହଲି (Cricketer Virat Kohli)। ଝିଅ ଭାମିକାଙ୍କୁ ଧରି ବୃନ୍ଦାବନର ନିମ କରୋଲି ଆଶ୍ରମରେ ପୂଜାର୍ଚ୍ଚନା କଲେ ଏହି ଷ୍ଟାର ଦମ୍ପତି । ଗତ ବୁଧବାର ୨ଦନିଆ ତୀର୍ଥଯାତ୍ରାରେ ଆସି ବୃନ୍ଦାବନର ନିମ କରୋଲି ଆଶ୍ରମରେ ପୂଜା କରିଥିଲେ । ଏହାପରେ ଗୁରୁବାର ଦିନ ସେବାକୁଞ୍ଜ ଆଶ୍ରମରେ ସାଧୁ ସନ୍ଥଙ୍କୁ ଭେଟିଥିଲେ । ଏହାପରେ ଅପରାହ୍ନ ସମୟରେ ହେଲିକପ୍ଟରରେ ଦିଲ୍ଲୀ ଫେରି ଆସିଥିଲେ ଏହି ଷ୍ଟାର ଦମ୍ପତି ।

ପୁଣି ନଜର ଆସିଲେ ଭାମିକା: ତେବେ ନିମ କରୋଲି ଆଶ୍ରମରେ କୋହଲି ଓ ଅନୁଷ୍କା ପୂଜାର୍ଚ୍ଚନା କରିଥିଲେ । ଦୁହେଁ ତଳେ ବସିଥିବା ବେଳେ ଅନୁଷ୍କାଙ୍କ କୋଳରେ ନଜର ଆସିଥିଲେ ଝିଅ ଭାମିକା । ପୁଣି ଦ୍ବିତୀୟ ଥର ପାଇଁ ଭାମିକାଙ୍କୁ ଦେଖିବାକୁ ପାଇଛନ୍ତି ଏହି ଷ୍ଟାର ଦମ୍ପତିଙ୍କ ଫ୍ୟାନ୍ସ । ଭିଡିଓରେ ଦେଖିବାକୁ ମିଳିଛି ଯେ ଭମିକା ଏକ ଧଳା ଓ ପିଙ୍କ ରଙ୍କର ଡ୍ରେସ ପିନ୍ଧି ଅନୁଷ୍କାଙ୍କ କୋଳରେ ଖେଳୁଛନ୍ତି । ତେବେ ଗୁରୁବାର ସେବାକୁଞ୍ଜ ଆଶ୍ରମରେ ପହଞ୍ଚିବା ପରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଝିଅ ଭାମିକାଙ୍କ ସହ ଏଠାରେ ଅଧ ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ । ଏହାପରେ ଉଭୟ ସେଲିବ୍ରିଟି ଅନ୍ୟ ଏକ ସ୍ଥାନକୁ ଭ୍ରମଣରେ ଯାଇଥିଲେ ।

ଗଣମାଧ୍ୟମ ଠାରୁ ନିଜକୁ ଦୂରେଇ ରଖିଥିଲେ ଏହି ଦମ୍ପତି: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ବୃନ୍ଦାବନରେ ପହଞ୍ଚିବା ପରେ ଏହି ଖବର ଚାରିଆଡେ ବ୍ୟାପି ଯାଇଥିଲା । ଏହାପରେ ପ୍ରଥମେ ସେ ବୃନ୍ଦାବନ ପରିକ୍ରମା ମାର୍ଗରେ ଥିବା ଶ୍ରୀଶ୍ରୀ ଆନନ୍ଦ ଆଶ୍ରମରେ କିଛି ସମୟ ବିତାଇଥିଲେ । ଏହି ସମୟରେ ସେ ଗଣମାଧ୍ୟମଠାରୁ ନିଜକୁ ଦୂରରେ ରଖିଥିଲେ ।

ଅନୁଷ୍କା ଓ କୋହଲିଙ୍କ ଟିକିଏ ଝଲକ ଦେଖିବାକୁ ଫ୍ୟାନ୍ସଙ୍କ ଭିଡ: ଏକ ହେଲିକପ୍ଟର ଯୋଗେ ବୃନ୍ଦାବନରେ ପହଞ୍ଚିଥିଲେ ଏହି ଦମ୍ପତି । ଫଳରେ ଉଭୟଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ଅନୁଷ୍କା ଓ ବିରାଟଙ୍କ ଟିକିଏ ଝଲକ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଥିଲା ।

Last Updated : Jan 7, 2023, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.