ETV Bharat / sports

Ranji Trophy 2023: ଓଡିଶା ଉତ୍ତର ପ୍ରଦେଶ ମ୍ୟାଚ ଡ୍ର, ଅଧିନାୟକ ଶୁଭ୍ରାଂଶୁ ଖେଳିଲେ ଦମଦାର ଇନିଂସ

author img

By

Published : Jan 21, 2023, 8:59 PM IST

ଓଡିଶା ବନାମ ଉତ୍ତର ପ୍ରଦେଶର ରଣଜୀ ମ୍ୟାଚ ଡ୍ର ହୋଇଛି । ଅଧିକ ପଢନ୍ତୁ

ଓଡିଶା ଉତ୍ତର ପ୍ରଦେଶ ମ୍ୟାଚ ଡ୍ର
ଓଡିଶା ଉତ୍ତର ପ୍ରଦେଶ ମ୍ୟାଚ ଡ୍ର

ମିରଟ : ରଣଜୀ ଟ୍ରଫି ୨୦୨୨-୨୩ । ଓଡିଶା ବନାମ ଉତ୍ତର ପ୍ରଦେଶ ମ୍ୟାଚ ଡ୍ର ରହିଲା । ଓଡିଶା ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ଓଡିଶା ୨୨୬ ରନ କରି ଅଲ ଆଉଟ ହୋଇଥିଲା । ଦ୍ବିତୀୟ ଇନିଂସରେ ୪ ୱିକେଟ ହରାଇ ୩୩୫ ରନ କରିଥିଲା । ସେହିପରି ଉତ୍ତରପ୍ରଦେଶ ପ୍ରଥମ ଇନିଂସରେ ୩୬୨ ରନ କରି ଅଲ ଆଉଟ ହୋଇଥିଲା । ପ୍ରଥମ ଇନିଂସରେ ଓଡିଶା ଶାନ୍ତନୁ ମିଶ୍ରଙ୍କ ଶତକ ବଳରେ ୨୨୬ ରନ କରିବାରେ ସକ୍ଷମ ହୋଇପାରିଥିଲା । ସେହିପରି ରାଜେଶ ଧୁପର ୬୨ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ଅଭିଷେକ ରାଉତ ୪୩ ରନ କରିଥିଲେ । ଏହି ତିନି ଜଣ ବ୍ୟାଟରଙ୍କ ବ୍ୟତୀତ ପ୍ରଥମ ଇନିଂସରେ ଅନ୍ୟ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହିଥିଲେ ।

ସେପଟେ ଦ୍ବିତୀୟ ଇନିଂସରେ କମ ବ୍ୟାକ କରିଥିଲା ଓଡିଶା । ୪ ୱିକେଟ ହରାଇ ୩୩୫ ରନ କରିଥିଲା ଦଳ । ଅଧିନାୟକ ଶୁଭ୍ରାଂଶୁ ସେନାପତି ଦମଦାର ଶତକୀୟ ଇନିଂସ ଖେଳିଥିଲେ । ସେ ୨୦ ଟି ଚୌକା ଏବଂ ୨ ଟି ଛକା ବଳରେ ୧୪୫ ରନ କରିଥିଲେ । ସେହିପରି ଓପନର ଅନୁରାଗ ଷଡଙ୍ଗୀ ଶତକୀୟ ଇନିଂସରୁ ବଞ୍ଚିତ ହୋଇଛନ୍ତ । ସେ ମଇଦାନରେ ଧୀମା ବ୍ୟାଟିଂ ଜାରି ରଖି ୧୦ ଟି ଚୌକା ଏବଂ ୨ ଟି ଛକା ବଳରେ ୯୧ ରନ କରିବାରେ ସକ୍ଷମ ହୋଇଥିଲେ । ସେପଟେ ଗୋବିନ୍ଦ ପୋଦ୍ଦାର ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେ ୬ ଟି ଚୌକା ବଳରେ ୫୩ ରନର ଇନିଂସ ଖେଳିଥିଲେ । ରାଜେଶ ଧୁପର ୨୨ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ଶାନ୍ତନୁ ମିଶ୍ର ୪ ରନ କରିଥିବା ବେଳେ କାର୍ତ୍ତିକ ବିଶ୍ବାଳ ୮ ରନ କରିଥିଲେ ।

ସେପଟେ ଉତ୍ତର ପ୍ରଦେଶ ପ୍ରଥମ ଇନିଂସରେ ଦମଦାର ପାଳି ଖେଳିଥିଲା । ଦଳ ୩୬୨ ରନ କରି ଅଲ ଆଉଟ ହୋଇଥିଲା । ପ୍ରିୟାମ ଗାର୍ଗ ଏବଂ ରିଙ୍କୁ ସିଂହ ଶତକୀୟ ଇନିଂସ ଖେଳି ଦଳର ସ୍ଥିତିକୁ ମଜବୁତ କରିଥିଲେ । ପ୍ରିୟାମ ଗାର୍ଗ ୧୫ଟି ଚୌକା ବଳରେ ୧୨୨ ରନର ଇନିଂସ ଖେଳିଥିଲେ । ସେହିପରି ରିଙ୍କୁ ସିଂହ ୧୨ ଚୌକା ଏବଂ ଗୋଟିଏ ଛକା ବଳରେ ୧୦୮ ରନ କରିଥିଲେ । ଓପନର ଧ୍ରୁଭ ଜୁରେଲ ୭ ଟି ଚୌକା ସହିତ ୪୪ ରନର ଇନିଂସ ଖେଳିଥିଲେ । କାର୍ତ୍ତିକେୟ ଜୟସ୍ବାଲ ୧୧ ରନ, ଆକାଶଦୀପ ନାଥ ଓ ସମୀର ଚୌଧୁରୀ ୨୧ ରନ କରିଥିଲେ । ସେହିପରି ସମର୍ଥ ସିଂହ ୬ ରନ, ଅଧିନାୟକ କରନ ଶର୍ମା ୭ ରନ, ସୌରଭ କୁମାର ୫ ରନ, କୁନାଲ ଯାଦବ ୪ ରନ କରିଥିଲେ । ଭାରତୀୟ ବୋଲର ଉତ୍ତର ପ୍ରଦେଶ ବିପକ୍ଷରେ ଶୃଙ୍ଖଳିତ ବୋଲିଂ କରିଥିଲେ । ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୪ ଟି ୱିକେଟ ନେଇଥିଲେ । ସେହିପରି ସୁନିଲ ରାଉଳ ଏବଂ ପ୍ରୟାସ ସିଂହ ୨ ଟି ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.