ହାଇଦ୍ରାବାଦ: ୧୯ ବର୍ଷରୁ କମ୍ ବର୍ଗର ଏସିଆ କପ୍ (Under 19 Asia Cup) ମୁକାବିଲା ଆରମ୍ଭ ହୋଇଯାଇଛି । ପ୍ରଥମରୁ ହିଁ ଦବ୍ଦବା ଦେଖାଇଛି ଟିମ୍ ଇଣ୍ଡିଆ । ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମୁକାବିଲାରେ ୭ ୱିକେଟ୍ରେ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଆଜିର ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୭୩ ରନ୍ରେ ଅଲ୍ ଆଉଟ୍ ହୋଇଥିଲା । ଜବାବରେ ଭାରତ କେବଳ ୩୭.୩ ଓଭରରେ ୩ ୱିକେଟ୍ ହରାଇ ଟାର୍ଗେଟ୍ ହାସଲ କରିନେଇଛି । ଭାରତ ପକ୍ଷରୁ ଅର୍ଶିନ କୁଲକର୍ଣ୍ଣି ଉଭୟ ବ୍ୟାଟଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ । ବୋଲିଂରେ ସେ ୩ଟି ୱିକେଟ୍ ହାସଲ କରିଥିବାବେଳେ ବ୍ୟାଟିଂରେ ୭୦ ରନର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳିଥିଲେ ।
-
#TeamIndia off to a winning start in the #ACCMensU19AsiaCup 🙌🙌
— BCCI (@BCCI) December 8, 2023 " class="align-text-top noRightClick twitterSection" data="
They beat Afghanistan by 7 wickets at the ICC Academy Ground in Dubai 👌👌
Scorecard: https://t.co/4FgkV7W5HW pic.twitter.com/lXrAPruQlM
">#TeamIndia off to a winning start in the #ACCMensU19AsiaCup 🙌🙌
— BCCI (@BCCI) December 8, 2023
They beat Afghanistan by 7 wickets at the ICC Academy Ground in Dubai 👌👌
Scorecard: https://t.co/4FgkV7W5HW pic.twitter.com/lXrAPruQlM#TeamIndia off to a winning start in the #ACCMensU19AsiaCup 🙌🙌
— BCCI (@BCCI) December 8, 2023
They beat Afghanistan by 7 wickets at the ICC Academy Ground in Dubai 👌👌
Scorecard: https://t.co/4FgkV7W5HW pic.twitter.com/lXrAPruQlM
ଆଫଗାନିସ୍ତାନ ବ୍ୟାଟିଂ: ଦୁବାଇସ୍ଥିତ ଆଇସିସି ଏକାଡେମି ଗ୍ରାଉଣ୍ଡ୍ରେ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତୀୟ ଅଧିନାୟକ ଉଦୟ ସାହାରନ ଟସ୍ ଜିତି ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ । ବ୍ୟାଟିଂ ନିମନ୍ତ୍ରଣ ପାଇ ଆଫଗାନିସ୍ତାନ ଦଳ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଓପନର୍ ଜାମସେଦ ଜଦ୍ରାନ୍ ସର୍ବାଧିକ ୪୩ ରନ୍ ସଂଗ୍ରହ କରିଥିବାବେଳେ ଆକ୍ରମ ମହମ୍ମଦଜାଇ ୨୦, ନ୍ୟୁମାନ ଶାହ ୨୫ ଓ ମହମ୍ମଦ ୟୁନୁସ୍ ଜଦ୍ରାନ୍ ୨୬ ରନର ପାଳି ଖେଳିଥିଲେ । ଅନ୍ୟ କୌଣସି ବ୍ୟାଟର ୨୦ ରନ୍ କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ ।
ଭାରତ ବୋଲିଂ: ଭାରତୀୟ ଯୁବ ବୋଲିଂ ଆଟାକ୍ ଆଫଗାନିସ୍ତାନ ବ୍ୟାଟରଙ୍କ ନିଦ ହଜାଇ ଦେଇଥିଲେ । ଅର୍ଶିନ କୁଲକର୍ଣ୍ଣି ଏବଂ ରାଜ ଲିମ୍ବାନୀ ୩ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ୮ ଓଭରରେ ଅର୍ଶିନ ମାତ୍ର ୨୯ ରନ୍ ଖର୍ଚ୍ଚ କରିଥିବାବେଳେ ରାଜ ୧୦ ଓଭରରୁ ୪୬ ରନ୍ ବ୍ୟୟ କରିଥିଲେ । ସେହିପରି ନମନ ତିୱାରୀ ୧୦ ଓଭରରେ ୩୦ ରନ୍ ଦେଇ ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ଅଭିଷେକ ଏବଂ ମୁଶୀରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।
ଭାରତ ବ୍ୟାଟିଂ: ୧୭୪ ରନ୍ ଟାର୍ଗେଟକୁ ଭାରତୀୟ ଦଳ କେବଳ ୩୭.୩ ଓଭରରେ ହାସଲ କରି ନେଇଥିଲା । ଦଳ ପକ୍ଷରୁ ଅର୍ଶିନ ୧୦୫ ବଲ୍ରେ ସର୍ବାଧିକ ୭୦ ରନ୍ କରିଥିଲେ । ଅନ୍ୟମତ ଓପନର ଆଦର୍ଶ ସିଂହ ୧୨ ବଲ୍ରେ ୧୪ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ଉଦୟ ମଧ୍ୟ ବିଶେଷ ଭଲ ପ୍ରଦର୍ଶନ ଦେଇପାରିନଥିଲେ । ସେ ୪୯ ବଲରୁ କେବଳ ୨୦ ରନ୍ କରି ଆଉଟ୍ ହୋଇଥିଲେ । ଅର୍ଶିନଙ୍କ ସହ ମିଶି ମୁଶୀର ଖାନ ଏକ ଉପଯୋଗୀ ପାଳି ଖେଳି ଭାରତକୁ ବିଜୟୀ କରାଇଥିଲେ । ସେ ୫୩ ବଲରୁ ଅପରାଜିତ ୪୮ ରନର ପାଳି ଖେଳିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ