ETV Bharat / sports

World cup 2023: ଆଜି ବିଶ୍ବକପରେ 2ଟି ମ୍ୟାଚ, ଇଡେନ ଗାର୍ଡେନରେ ଖେଳାଯିବ ପ୍ରଥମ ବିଶ୍ବକପ ମ୍ୟାଚ - ନେଦରଲାଣ୍ଡ୍ସ ବନାମ ବାଂଲାଦେଶ

ଆଜି ବିଶ୍ବକପରେ ରହିଛି ଦୁଇଟି ମୁକାବିଲା । ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡ୍ସ ବନାମ ବାଂଲାଦେଶ । ଅଧିକ ପଢନ୍ତୁ

World cup 2023
World cup 2023
author img

By ETV Bharat Odisha Team

Published : Oct 28, 2023, 9:04 AM IST

ହାଇଦ୍ରାବାଦ: ଆଜି ଆଇସିସି ପୁରୁଷ ବିଶ୍ବକପରେ ରହିଛି ଦୁଇଟି ମ୍ୟାଚ । ପ୍ରଥମେ ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ ଓ ଅପରାହ୍ନରେ ନେଦରଲାଣ୍ଡ୍ସ ବନାମ ବାଂଲାଦେଶ ମଧ୍ୟରେ ମ୍ୟାଚ ଖେଳାଯିବ । ବିଶ୍ବକପରେ 27ତମ ମ୍ୟାଚ ଧର୍ମଶାଳାରେ ଖେଳାଯିବ । ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୋରଦାର ଫାଇଟ ହେବ । ଆଜିର ମ୍ୟାଚରେ ବିଜୟୀ ହେବାକୁ ଦୁଇ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-PAK Vs SA: ପ୍ରତିଶୋଧ ନେଲା ସାଉଥ ଆଫ୍ରିକା, ପୁଣି ହାରିଲା ପାକିସ୍ତାନ

ଚଳିତ ବିଶ୍ବକପରେ ନ୍ୟୁଜିଲାଣ୍ଡ ବର୍ତ୍ତମାନ ସୁଦ୍ଧା ମୋଟ 5ଟି ମ୍ୟାଚ ଖେଳି 4ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ସେହିପରି ଅଷ୍ଟ୍ରେଲିଆ ବର୍ତ୍ତମାନ ସୁଦ୍ଧା 5ଟି ମ୍ୟାଚ ଖେଳି 3ଟିରେ ବିଜୟୀ ହୋଇ ଚତୁର୍ଥ ସ୍ଥାନରେ ରହିଛି । ଭାରତ ଠାରୁ ପରାଜୟ ପରେ ନ୍ୟୁଜିଲାଣ୍ଡ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନକୁ ଖସି ଆସିଥିଲା । ତେଣୁ ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଆଜି ଜୋରଦାର ପ୍ରୟାସ କରିବ ନ୍ୟୁଜିଲାଣ୍ଡ । ସେହିପରି ପଏଣ୍ଟ ଟେବୁଲରେ ନିଜ ସ୍ଥାନ ବଜାୟ ରଖିବାକୁ ପ୍ରୟାସ କରିବ ଅଷ୍ଟ୍ରେଲିଆ ।

ଏହା ମଧ୍ୟ ପଢନ୍ତୁ-World cup 2023: ରେକର୍ଡ ପରେ ରେକର୍ଡ କରୁଛନ୍ତି ହିଟମ୍ୟାନ, ଇଂଲଣ୍ଡ ବିପକ୍ଷ ମ୍ୟାଚରେ ରଚିବେ ଆଉ ୨ କୀର୍ତ୍ତିମାନ

ଅନ୍ୟପଟେ ଆଜି ପ୍ରଥମ ଥର ପାଇଁ କୋଲକାତାର ଇଡେନ ଗାର୍ଡେନରେ ବିଶ୍ବକପ ମ୍ୟାଚ ଖେଳାଯିବ । 28 ତମ ମ୍ୟାଚରେ ନେଦରଲାଣ୍ଡ୍ସ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ । ଉଭୟ ଦଳ ବର୍ତ୍ତମାନ ସୁଦ୍ଧା 5ଟି ଲେଖାଏଁ ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି । ବାଂଲାଦେଶ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଥିବା ବେଳେ ନେଦରଲାଣ୍ଡ୍ସ ଶେଷରେ ରହିଛି । ତେଣୁ ଦ୍ବିତୀୟ ବିଜୟର ସ୍ବାଦ ଚାଖିବାକୁ ଦୁଇ ଦଳ ବ୍ୟାକୁଳ । ବାଂଲାଦେଶ ପକ୍ଷରୁ ଅଧିନାୟକ ସାକିବ ଅଲ ହାସନ ଓ ବୋଲର ଟସ୍କିନ ଖେଳି ପାରନ୍ତି ବୋଲି ଆଶା ରହିଛି । ସେପଟେ ନେଦରଲାଣ୍ଡ୍ସ ମଧ୍ୟ ଆଜିର ମ୍ୟାଚରେ ବାଂଲାଦେଶକୁ ହରାଇବାକୁ ଚେଷ୍ଟା କରିବ ।

ଆଜି କୋଲକାତାର ଇଡେନଗାର୍ଡେନରେ ପ୍ରଥମ ବିଶ୍ବକପ ମ୍ୟାଚ ଖେଳାଯିବ । ଏହାକୁ ନେଇ ବେଶ ଉତ୍ସାହିତ କୋଲକାତାବାସୀ । ଏଠାର ପିଚ ବ୍ୟାଟିଂ ପାଇଁ ବେଶ ଅନୁକୂଳ । ଆଇପିଏଲ ଓ ଟି-ଟ୍ବେଣ୍ଟି ଅନ୍ତର୍ଜାତୀୟ ମ୍ୟାଚରେ ଏଠାରେ ଭଲ ସ୍କୋର ହୋଇଛି । ତେଣୁ ଆଜି ଦୁଇ ଦଳ ଭଲ ସ୍କୋର କରିବେ ବୋଲି ଆଶା କରାଯାଉଛି । 6 ବର୍ଷ ମଧ୍ୟରେ ଏଠାରେ ଗୋଟିଏ ମାତ୍ର ଦିନିକିଆ ଖେଳାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.