ETV Bharat / sports

ଭାରତୀୟ ଟୋକିଓ ଅଲମ୍ପିକ ଟିମକୁ ସଚିନଙ୍କ ଶୁଭେଚ୍ଛା - ମନପ୍ରୀତ ସିଂହ

ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ମଙ୍ଗଳବାର ଆଗାମୀ ଅଲମ୍ପିକ୍ସ ପାଇଁ ଟୋକିଓ ଯୋଗ୍ୟ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

Tokyo Olympics: Our athletes have worked really hard, they need our support, says Tendulkar
ଭାରତୀୟ ଟୋକିଓ ଅଲମ୍ପିକ ଟିମକୁ ସଚିନଙ୍କ ଶୁଭେଚ୍ଛା
author img

By

Published : Jul 6, 2021, 10:34 PM IST

ନୂଆଦିଲ୍ଲୀ: ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ମଙ୍ଗଳବାର ଆଗାମୀ ଅଲମ୍ପିକ୍ସ ପାଇଁ ଟୋକିଓ ଯୋଗ୍ୟ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ବିଶ୍ବ କ୍ରୀଡାର ମହାକୁମ୍ଭ ଟୋକିଓ ଅଲମ୍ପିକ୍ସ ଖେଳ ଅନୁଷ୍ଠିତ ହେବ । ଗତବର୍ଷ ଏହି ମେଗା ଇଭେଣ୍ଟ ଆୟୋଜନ ନେଇ ସୂଚୀ ରହିଥିଲା ମାତ୍ର କୋଭିଡ-19 ମହାମାରୀ ନେଇ ସ୍ଥଗିତ ରହିଥିଲା ।

  • We all get goosebumps when we see the tricolour 🇮🇳 being represented!

    This Olympics, it shall be no different and we’ll all be cheering loudly from India as you make us proud.#Cheer4India pic.twitter.com/OFVu8Vae8E

    — Sachin Tendulkar (@sachin_rt) July 6, 2021 " class="align-text-top noRightClick twitterSection" data=" ">

ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ତେନ୍ଦୁଲକର କହିଛନ୍ତି, "ମହାମାରୀ ସମୟରେ ଆଥଲେଟଙ୍କ ସମେତ ସମସ୍ତେ ବଡ ଆହ୍ବାନର ସାମ୍ନା କରିବାକୁ ପଡିଛି । ତେବେ ସେମାନେ ହାର୍‌ ମାନିନାହାନ୍ତି, ନିଜ ସମର୍ଥରେ ସେମାନେ ପ୍ରସ୍ତୁତି ଜାରି ରଖିଥିଲେ । ମୋର ବିଶ୍ବାସ ରହିଛି, ଟୋକିଓ ଅଲମ୍ପିକ୍ସରେ ସେମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବେ । ସମସ୍ତ ଆଥଲେଟ କଠିନ ପରିଶ୍ରମ କରିଛନ୍ତି, ବର୍ତ୍ତମାନ ସେମାନେ ଆମର ସହଯୋଗ ଓ ଶୁଭେଚ୍ଛା ଆବଶ୍ୟକ କରନ୍ତି ।

ବକ୍ସର ମେରୀ କମ ଓ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହ ଟୋକିଓ ଅଲମ୍ପିକ୍ସରେ ଭାରତର ଧ୍ବଜାବାହକ ହେବେ । ଏନେଇ ସୋମବାର ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ସ୍ପଷ୍ଟ କରିଛି । ମୋଟ 126ଟି ଆଥଲେଟ ଓ 76ଜଣ ଅଫିସିଆଲ ଭାରତୀୟ ଅଲମ୍ପିକ୍ସ ଟିମରେ ଟୋକିଓ ଯାତ୍ରା କରିବେ ବୋଲି IOA ସଭାପତି ନରିନ୍ଦର ବାତ୍ରା ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.