ETV Bharat / sports

Cricket World Cup 2023: ଆଜି ନେଦରଲାଣ୍ଡ୍ସ ଓ ଶ୍ରୀଲଙ୍କା ମୁକାବିଲା, ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ

author img

By ETV Bharat Odisha Team

Published : Oct 21, 2023, 9:49 AM IST

ଆଜି ବିଶ୍ବକପରେ ଦୁଇଟି ମ୍ୟାଚ ଖେଳିଯିବ। ନେଦରଲାଣ୍ଡ୍ସ ଓ ଶ୍ରୀଲଙ୍କା ମୁକାବିଲା, ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ। ଅଧିକ ପଢନ୍ତୁ

Cricket World Cup 2023
Cricket World Cup 2023

ହାଇଦ୍ରାବାଦ: ଜାରି ରହିଛି ବିଶ୍ବକପ ମହାସମର । ଆଜି ଖେଳାଯିବ ଦୁଇଟି ମ୍ୟାଚ । ପ୍ରଥମେ ନେଦରଲାଣ୍ଡ୍ସ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଦ୍ବିତୀୟରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଲଢେଇ ହବେ । ସକାଳ 10ଟା 30ରେ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ମୁହାଁମୁହିଁ ହେବ ନେଦରଲାଣ୍ଡ୍ସ ଓ ଶ୍ରୀଲଙ୍କା । ବିଜୟୀ ହେବା ପାଇଁ ଆଜି ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର ହେବ।

ନେଦରଲ୍ୟାଣ୍ଡ ବର୍ତ୍ତମାନ ସୁଦ୍ଧା ବିଶ୍ବକପରେ 3ଟି ମ୍ୟାଚ ଖେଳି ସାରିଥିବା ବେଳେ କେବଳ ଗୋଟିଏରେ ବିଜୟୀ ହୋଇଛି। କିନ୍ତୁ ଶ୍ରୀଲଙ୍କା 3ଟି ମ୍ୟାଚ ଖେଳି ଗୋଟିଏରେବି ବିଜୟୀ ନହୋଇ ପଏଣ୍ଟ ଟେବଲରୁ ଶେଷରେ ରହିଛି । ତେଣୁ ଆଜି ବିପକ୍ଷ ଦଳକୁ ହରାଇ ବିଶ୍ବକପ୍‌ରେ ବିଜୟ ଅଭିଯାନ ଆରମ୍ଭ କରିବାକୁ ଦଳ ଜୋରଦାର କସରତ କରିବ । ସେପଟେ ପୂର୍ବ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଥିବାରୁ ଆଜିର ମ୍ୟାଚ୍‌ ପାଇଁ ଦଳର ମନୋବଳ ଦୃଢ଼ ରହିଛି । ବିଜୟୀ ଅଭିଯାନ ଜାରି ରଖିବାକୁ ଜୋରଦାର ପ୍ରସ୍ତୁତି କରିଛି ନେଦରଲାଣ୍ଡ୍ସ । ଦିନିକିଆରେ ଉଭୟ ପରସ୍ପରକୁ 5 ଥର ଭେଟିଥିବା ବେଳେ ଶ୍ରୀଲଙ୍କା ସମସ୍ତ ମ୍ୟାଚ ଜିତିଛି ।

ଅପରାହ୍ନ 2ଟା ସମୟରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଡାଡିୟମରେ ଦକ୍ଷିଣ ଦୁଇ ଶକ୍ତିଶାଳୀ ଦଳ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବେ । ଆଜି ଉଭୟ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ । ଚଳିତ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ବର୍ତ୍ମାନ ସୁଦ୍ଧା 3ଟି ମ୍ୟାଚ୍‌ ଖେଳି 2ଟିରେ ବିଜୟୀ ଓ ଗୋଟିଏରେ ପରାଜିତ ହୋଇଛି । ଲଗାତାର ଦୁଇଟି ମ୍ୟାଚରେ ଜିତିବା ପରେ ଶେଷ ମ୍ୟାଚରେ ହାରିଥିଲା । ତେଣୁ ଆଜିର ମ୍ୟାଚରେ ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ ଦକ୍ଷିଣ ଆଫ୍ରିକା । ସେହିପରି ଇଂଲଣ୍ଡ ବିଶ୍ବକପରେ 3ଟି ମ୍ୟାଚ୍‌ ଖେଳି ଗୋଟିଏରେ ମାତ୍ର ବିଜୟୀ ହୋଇଛି । ତେଣୁ ଇଂଲଣ୍ଡକୁ ହରାଇ ଦ୍ୱିତୀୟ ବିଜୟ ହାସଲ ପାଇଁ ଦଳ ଆଶାବାଦୀ ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ୩୦୫ରେ ଅଟକିଲା ପାକିସ୍ତାନ, ଅଷ୍ଟ୍ରେଲିଆର ବିଜୟଧାରା ଜାରି

ବିଶ୍ବକପ୍‌ରେ ଗତକାଲି ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଟସ୍‌ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ଆହ୍ବାନ କରିଥିଲେ ପାକ୍‌ ଅଧିନାୟକ ବାବର ଆଜମ । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଆରମ୍ଭରୁ ହିଁ ପାକିସ୍ତାନ ବୋଲରଙ୍କୁ ଆକ୍ରମଣ କରିଥିଲେ କଙ୍ଗାରୁ ଦଳର ଦୁଇ ଓପନର ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ ମାର୍ଶ । ଶେଷରେ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୬୭ ରନ୍‌ରେ କରିଥିଲା ଅଷ୍ଟ୍ରେଲିଆ । ଏହାପରେ ପାକିସ୍ତାନ 368 ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ୩୦୫ ରନରେ ସମସ୍ତ ୱିକେଟ୍‌ ହରାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.