ETV Bharat / sports

ଆଜି ଦ୍ବିତୀୟ ଦିନିକିଆ, ସିରିଜ କବଜା ଲକ୍ଷ୍ୟରେ ଭାରତ - ସିରିଜ କବଜା ଲକ୍ଷ୍ୟରେ ଭାରତ

ଆଜି (ମଙ୍ଗଳବାର) ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ବିତୀୟ ଦିନିକିଆ । ଆଜିର ମ୍ୟାଚକୁ କବଜା କରି ସିରିଜ ହାତେଇବାକୁ ପ୍ରୟାସ କରିବ ଧାୱନଙ୍କ ଦଳ । ଅଧିକ ପଢନ୍ତୁ...

ସିରିଜ କବଜା ଲକ୍ଷ୍ୟରେ ଭାରତ
ସିରିଜ କବଜା ଲକ୍ଷ୍ୟରେ ଭାରତ
author img

By

Published : Jul 20, 2021, 9:02 AM IST

କଲମ୍ବୋ: ଆଜି (ମଙ୍ଗଳବାର) ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ବିତୀୟ ଦିନିକିଆ । ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ 7 ୱିକେଟରେ ହରାଇବା ପରେ ଦ୍ବିତୀୟ ମ୍ୟାଚକୁ କବଜା କରିବା ଲକ୍ଷ୍ୟରେ ଭାରତ । ଆଜିର ମ୍ୟାଚକୁ କବଜା କରି ସିରିଜ ହାତେଇବାକୁ ପ୍ରୟାସ କରିବ ଧାୱନଙ୍କ ଦଳ ।

ଅନ୍ୟପଟେ ଘରୋଇ ଦଳ ଶ୍ରୀଲଙ୍କା ପାଇଁ ଆଜି କର ବା ମର ପରିସ୍ଥିତି ସହ ସମାନ । ସିରିଜକୁ ଫେରିବାକୁ ହେଲେ ଶ୍ରୀଲଙ୍କାକୁ ବିଜୟ ନିହାତି ଆବଶ୍ୟକ । ଏ ନେଇ ଦଳକୁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡଂ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ । ଭାରତର ବ୍ୟାଟିଂ ବିଭାଗ ବେଶ ସୁଦୃଢ ରହିଛି । ତେଣୁ ପ୍ରଥମେ ବ୍ୟାଟିଂ କଲେ ଏକ ବିଶାଳ ସ୍କୋର କରିବାକୁ ପଡିବ ।

ପ୍ରେସଦାସା ଷ୍ଟାଡିୟମର ପିଚ ବ୍ୟାଟିଂ ପାଇଁ ଭଲ ଥିବାରୁ ଅତି କମରେ 300 ରନ କରିବା ଜରୁରୀ । ସିରିଜରେ ତିଷ୍ଠିବାକୁ ହେଲେ ଶ୍ରୀଲଙ୍କାକୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ପ୍ରଥମ ମ୍ୟାଚରେ ବିଫଳ ହୋଇଥିବା ଇସୁରୁ ଉଦାନାଙ୍କ ସ୍ଥାନରେ ଲାହିରୁ କୁମାରଙ୍କୁ ସ୍ଥାନ ମିଳିଛି । ଭାରତୀୟ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ସବୁ ଖେଳାଳି ଫର୍ମରେ ଅଛନ୍ତି । ପ୍ରଥମ ଦିନିକିଆକୁ ଜିତିବା ପରେ ଦ୍ବିତୀୟ ଦିନିକିଆକୁ କବଜା କରିବା ଲକ୍ଷ୍ୟ ରଖିଛି ଧାୱନ ବାହିନୀ ।

ଭାରତ ସମ୍ଭାବ୍ୟ ଏକାଦଶ: ଶିଖର ଧାୱନ (ଅଧିନାୟକ), ପୃଥୀ ସ', ଇଶାନ କିଶନ, ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କୁନାଲ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଦୀପକ ଚହର, ୟୁବବେନ୍ଦ୍ର ଚହର, କୁଲଦୀପ ଯାଦବ ।

ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ: ଅଭିଷ୍କା ଫର୍ଣ୍ଣାଣ୍ଡୋ, ମିନୋଜ ଭାନୁଦା, ଭାନୁକା ରାଜପାକ୍ସା, ଧନଞ୍ଜୟ ଡି ସିଲଭା, ଚରିତ ଅସଲଙ୍କା, ଦାସୁନ ସନକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିତା କରୁଣାରତ୍ନେ, ଦୁଷ୍ମନ୍ତ ଚାମିରା, ଲକ୍ଷଣ ସନ୍ଦକଣ, ଲାହିରୁ କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.