ETV Bharat / sports

World Cup 2023: ଆଶ୍ବସନା ଦେଲେ ରୋହିତ, ପାଣ୍ଡ୍ୟାଙ୍କ ଆହତ ସମସ୍ୟା ଗମ୍ଭୀର ନୁହେଁ - ଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ପାଣ୍ଡ୍ୟା । ଗୁରୁତର ଆହତ ହୋଇନଥିବା କହିଲେ ରୋହିତ । ଅଧିକ ପଢନ୍ତୁ

Rohit says Hardiks fitness
Rohit says Hardiks fitness
author img

By ETV Bharat Odisha Team

Published : Oct 20, 2023, 10:51 AM IST

ହାଇଦ୍ରାବାଦ: ବାଂଲାଦେଶ ବିପକ୍ଷରେ ମ୍ୟାଚରେ ବୋଲିଂ କରୁଥିବା ବେଳେ ଆହତ ହୋଇଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଡାହାଣ ଗୋଡ଼ରେ ବଲ୍‌କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଆହତ ହୋଇଥିଲେ । ଏହାପରେ ତାଙ୍କୁ ଗୋଡ଼ର ସ୍କାନିଂ ପାଇଁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା କୁହାଯାଉଥିଲା । ପାଣ୍ଡ୍ୟା ଆହତ ହେବା ପରେ ଭାରତ ପାଇଁ ଏହା ଏକ ଚିନ୍ତାର ବିଷୟ ହୋଇଥିଲା । କିନ୍ତୁ ସେ ବିଶେଷ ଆହତ ହୋଇନଥିବା କହିଛନ୍ତି ଅଧିନାୟକ ରୋହିତ ଶର୍ମା ।

ଗୁରୁବାର ମ୍ୟାଚ ଶେଷ ହେବା ପରେ ରୋହିତ କହିଛନ୍ତି ଯେ, ବୋଲିଂ ସମୟରେ ପାଣ୍ଡ୍ୟା ଆହତ ହୋଇଥିଲେ। କିନ୍ତୁ ଏଥିରେ ତାଙ୍କର କୌଣସି ବଡ କ୍ଷତି ହୋଇନାହିଁ। ଯାହା ଆମ ପାଇଁ ଭଲ ଖବର। ମ୍ୟାଚ ସମୟରେ ବେଳେ ବେଳେ ଏମିତି ହୁଏ। ତାହା ଆମକୁ ସମ୍ମୁଖୀନ କରିବାକୁ ପଡିବ। ଏଥି ସହ ବିଜୟକୁ ନେଇ ରୋହିତ କହିଥିଲେ ଯେ, ଏହା ଆମ ପାଇଁ ଏକ ଭଲ ବିଜୟ। ଆମେ ଆରମ୍ଭ ଭଲ କରିନଥିଲି କିନ୍ତୁ ମିଡିଲରେ ଆମର ପ୍ରଦର୍ଶନ ଭଲ ରହିଥିଲା। ବୋଲିଂ ଓ ଫିଲ୍ଡିରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲୁ। ଶେଷ ତିନୋଟି ମ୍ୟାଚରେ ଆମର ଫିଲ୍ଡିଂ ଭଲ ଥିଲା। ଯାହା ଚତୁର୍ଥ ମ୍ୟାଚରେ ମଧ୍ୟ ଆମେ ଜାରି ରଖିଥିଲୁ।

ଏହା ମଧ୍ୟ ପଢନ୍ତୁ-World Cup 2023: ହସ୍ପିଟାଲ ଗଲେ ହାର୍ଦ୍ଦିକ, କରିବେନି ବ୍ୟାଟିଂ !

ଗୁରୁବାର ମହାରାଷ୍ଟ୍ର ଆସୋସିଏନ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ପ୍ରଥମ ବାଂଲାଦେଶ ବ୍ୟାଟିଂ କରି 50 ଓଭରର 8 ଓ୍ବିକେଟ ହରାଇ 256 ରନ କରିଥିଲା। ଏହାପରେ 257 ରନର ବଜୟ ଲକ୍ଷ୍ୟ ପିଛା କରି ଭାରତ 3 ଓ୍ବିକେଟ ହରାଇ 261 ରନରେ ବିଜୟୀ ହୋଇଥିଲା। କିଙ୍ଗ କୋହଲିଙ୍କ ଦମଦାର ଶତକ ବଳରେ ଭାରତ ସହଜ ବିଜୟ ହାସଲ କରିଥିଲା । 41.3 ଓଭର ସୁଦ୍ଧା ଭାରତ ବିଜୟ ହୋଇଥିବା ବେଳେ ପରାଜୟ ବରଣ କରିଥିଲା ବାଂଲାଦେଶ ।

ମ୍ୟାଚ୍‌ର ପ୍ରଥମ ଇନିଂସରେ ନିଜର ପ୍ରଥମ ଓଭର ବୋଲିଂ କରୁଥିବା ସମୟରେ ବାମ ପାଦରେ ପାଣ୍ଡ୍ୟାଙ୍କ ଆଘାତ ଲାଗିଥିଲା । ସେ ୩ଟି ବଲ୍‌ ପକାଇଥିବା ବେଳେ ବାକି ୩ଟି ବଲ୍‌ ବିରାଟ କୋହଲି ପକାଇ ଓଭରକୁ ସମ୍ପୂର୍ଣ୍ଣ କରିଥିଲେ । ହାର୍ଦ୍ଦିକ 9 ନମ୍ବର ଓଭର୍‌ ବୋଲିଂ କରିଥିଲେ । ତେବେ ୩ ନମ୍ବର ବଲ୍‌ ପକାଇବା ପରେ ବାଂଲାଦେଶ ବ୍ୟାଟର୍‌ ଲିଟନ ଦାସ ଷ୍ଟ୍ରେଟ ଡ୍ରାଇଭ ମାରିଥିଲେ । ଏହି ସମୟରେ ହାର୍ଦ୍ଦିକ ନିଜ ଡାହାଣ ଗୋଡ଼ରେ ବଲ୍‌କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଆହତ ହୋଇଥିଲେ । ତାଙ୍କ ବାମ ଗୋଡ଼ ମୋଡ଼ି ହୋଇଯିବାରୁ ଚାଲିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.