ହାଇଦ୍ରାବାଦ: ଶେଷ ହୋଇଛି ଫଟାଫଟ କ୍ରିକେଟ ମହାସମର । ବିଶ୍ବଚମ୍ପିଆନ ହୋଇଛି ଇଂଲଣ୍ଡ । ଏହାରି ଭିତରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟିମ୍ ଅଫ ଦି ଟୁର୍ଣ୍ଣାମେଣ୍ଟ ( Team Of The Tournament ) ଘୋଷଣା କରିଛି । ବିଶ୍ବ କପରେ ଦମଦାର ପ୍ରଦର୍ଶନ କରିଥିବା ୧୨ ଜଣ କ୍ରିକେଟରଙ୍କ ନାମ ଏହି ଟୁର୍ଣ୍ଣାମେଣ୍ଟ ତାଲିକାରେ ପ୍ରକାଶ ପାଇଛି । 3 ଭାରତୀୟ କ୍ରିକେଟର ଏହି ତାଲିକାରେ ନିଜ ନାମକୁ ପକ୍କା କରି ପାରିଛନ୍ତି । ସେହିପରି ୧୨ ଜଣ ଖେଳାଳିଙ୍କ ମଧ୍ୟରୁ ସର୍ବାଧିକ ୪ ଜଣ ଖେଳାଳିଙ୍କ ନାମ ଆଇସିସିର ଏହି ତାଲିକାରେ ପ୍ରକାଶ ପାଇଛି । ଭାରତର ୩ ଜଣ, ପାକିସ୍ତାନର ଦୁଇ ଜଣ ଏବଂ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେର ଜଣେ ଲେଖାଏଁ କ୍ରିକେଟରଙ୍କୁ ଆଇସିସି ଟିମ୍ ଅଫ ଦି ଟୁର୍ଣ୍ଣାମେଣ୍ଟ ତାଲିକାରେ ସ୍ଥାନ ମିଳିଛି ।
ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ଇଂଲିସ୍ ଟିମର ଅଧିନାୟକ ଜୋସ୍ ବଟଲର । ଦ୍ବିତୀୟ ସ୍ଥାନରେ ରହିଛନ୍ତି ଇଂଲଣ୍ଡର ଆଲେକ୍ସ ହେଲ୍ସ । ତୃତୀୟ ସ୍ଥାନରେ ରହିଛନ୍ତି ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି । ଚତୁର୍ଥ ସ୍ଥାନରେ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ । ପଞ୍ଚମ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ଗ୍ଲେନ୍ ଫିଲିପ୍ସ । ଷଷ୍ଠ ସ୍ଥାନରେ ରହିଛନ୍ତି ଜିମ୍ବାୱେର ଅଲରାଉଣ୍ଡର ସିକନ୍ଦର ରାଜା । ସପ୍ତମ ସ୍ଥାନରେ ରହିଛନ୍ତି ପାକିସ୍ତାନ ଅଲରାଉଣ୍ଡର ଶଦାବ ଖାନ୍ । ଅଷ୍ଟମ ସ୍ଥାନରେ ରହିଛନ୍ତି ଇଂଲଣ୍ଡର ଅଲରାଉଣ୍ଡର ସାମ୍ କରନ । ନବମ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ବୋଲର ଏନରିକ ନର୍କିଆ । ଦଶମ ସ୍ଥାନରେ ରହିଛନ୍ତି ଇଂଲଣ୍ଡର ଫାଷ୍ଟ ବୋଲର ମାର୍କ ଉଡ୍ । ଏକାଦଶ ସ୍ଥାନରେ ରହିଛନ୍ତି ପାକିସ୍ତାନର ଫାଷ୍ଟ ବୋଲର ସାହିନ ଆଫ୍ରିଦି । ଦ୍ବାଦଶ ସ୍ଥାନରେ ରହିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।
ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ମାତ୍ ଦେଇ ବିଶ୍ବ ଚମ୍ପିଆନ ହୋଇଛି ଇଂଲିସ୍ ଟିମ୍ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୭ ରନ୍ କରିଥିଲା । ଏହାର ଜବାବରେ ଇଂଲିସ୍ ଟିମ୍ ୧୯ ଓଭରରେ ୫ ୱିକେଟ ହରାଇ ୧୩୮ ରନ କରି ପାକିସ୍ତାନ ଠାରୁ ବିଶ୍ବକପ୍ ଛଡ଼ାଇ ନେଇଛି ।