ETV Bharat / sports

ମ୍ୟାଚ ପାଇଁ ପ୍ରସ୍ତୁତ ହେବା ସମୟରେ ଚାପ ନେବାକୁ ପସନ୍ଦ କରେ କହିଲେ SKY

author img

By

Published : Jan 9, 2023, 12:50 PM IST

ଶ୍ରୀଲଙ୍କା ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୫୧ ବଲରେ ୧୧୨ ରନ ସଂଗ୍ରହ କରି ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ୩୨ ବର୍ଷୀୟ ତାରକା ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ନିଜର ଏହି ଦମଦାର ପାଳି ବିଷୟରେ କହିବାକୁ ଯାଇ ସେ କହିଛନ୍ତି ଯେ କୌଣସି ମ୍ୟାଚ ପାଇଁ ପ୍ରସ୍ତୁତ ହେବା ସମୟରେ ନିଜ ଉପରେ ଚାପ ନେବାପାଇଁ ସେ ପସନ୍ଦ କରିଥାନ୍ତି । ଅଧିକ ପଢ଼ନ୍ତୁ

ସୂର୍ଯ୍ୟକୁମାର ଯାଦବ
ସୂର୍ଯ୍ୟକୁମାର ଯାଦବ

ହାଇଦ୍ରାବାଦ: ଶ୍ରୀଲଙ୍କା ବିପକ୍ଷ ଟି୨୦ରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତୃତୀୟ ତଥା ଶେଷ ଟି୨୦ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୫୧ ବଲରେ ୧୧୨ ରନ ସଂଗ୍ରହ କରିଥିଲେ ୩୨ ବର୍ଷୀୟ ତାରକା ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ତେବେ ନିଜର ଧୂଆଁଧାର ଇନିଂସକୁ ନେଇ ସୂର୍ଯ୍ୟକୁମାର କହିଛନ୍ତି, ସେ କୌଣସି ମ୍ୟାଚ ପାଇଁ ପ୍ରସ୍ତୁତ ହେବା ସମୟରେ ନିଜ ଉପରେ ଚାପ ନେବାପାଇଁ ସେ ପସନ୍ଦ କରିଥାନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ଶ୍ରୀଲଙ୍କାକୁ ଟି୨୦ ସିରିଜରେ ଭେଟିଥିବା ଭାରତୀୟ ଦଳ ଶେଷ ତଥା ତୃତୀୟ ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୨୨୮ ରନ ସଂଗ୍ରହ କରିଥିଲା । ଜବାବରେ ଶ୍ରୀଲଙ୍କାକୁ ମାତ୍ର ୧୩୭ ରନ୍‌ରେ ଅଲ ଆଉଟ କରିବା ଫଳରେ ୯୧ ରନରେ ବିଜୟ ହାସଲ କରିଥିଲା ଭାରତ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଅଧିନାୟକତ୍ବରେ ଏହା ପ୍ରଥମ ସିରିଜ ଥିଲା, ଯେଉଁଥିରେ ଭାରତ ୨-୧ରେ ବିଜୟ ହାସଲ କରିଛି । ଏହି ଟି୨୦ ସିରିଜ ଜିତିବା ପରେ ଅଧିନାୟକ ପାଣ୍ଡ୍ୟା ସିରିଜରେ ଟିମର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଥିବା କହିଛନ୍ତି । ସେ ଏହି ସିରିଜରେ ସୂର୍ଯ୍ୟକୁମାର ଯାଦବ ଓ ଅକ୍ଷର ପଟେଲଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ତେବେ ତୃତୀୟ ମୁକାବିଲାରେ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିବା ସୂର୍ଯ୍ୟକୁମାର ଯାଦବ ନିଜ ଧୂଆଁଧାର ପାଳିକୁ ନେଇ କହିଛନ୍ତି, "କୌଣସି ଖେଳ ପାଇଁ ପ୍ରସ୍ତୁତ ହେବା ସମୟରେ ନିଜକୁ ଚାପ ଭିତରକୁ ନେବା ବହୁତ ଆବଶ୍ୟକ । ନିଜ ଉପରେ ଯେତେ ଚାପ ପକାଇବେ, ସେତେ ଭଲ ଆପଣ ଖେଳି ପାରିବେ । ତେବେ ଏଥିରେ ବହୁତ କଠିନ ପରିଶ୍ରମ ମଧ୍ୟ ସାମିଲ ଅଛି ।" ଏହି ମ୍ୟାଚରେ ସେ ୭ଟି ଚୌକା ଓ ୯ଟି ଛକା ସହିତ ମାତ୍ର ୫୧ ବଲରେ ୧୧୨ ରନ କରି ଭାରତକୁ ୨୨୮ରେ ପହଞ୍ଚାଇଥିଲେ । ଯାହା ଭାରତକୁ ୯୧ ରନ ଭଳି ଏକ ବଡ଼ ବିଜୟ ଦେବାରେ ସହାୟକ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.