ETV Bharat / sports

IPL 2023: ଡିସେମ୍ବର 23ରେ କୋଚିରେ ଆଇପିଏଲ ନିଲାମୀ

2023 ଆଇପିଏଲ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଡିସେମ୍ବର 23ରେ କୋଚିରେ ଆଇପିଏଲ ନିଲାମୀ ହେବ । ଅଧିକ ପଢନ୍ତୁ

author img

By

Published : Nov 10, 2022, 9:08 AM IST

ଡିସେମ୍ବର 23ରେ କୋଚିରେ ଆଇପିଏଲ ନିଲାମୀ
ଡିସେମ୍ବର 23ରେ କୋଚିରେ ଆଇପିଏଲ ନିଲାମୀ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ 2023 (IPL) ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ତଥା ଡିସେମ୍ବର 23 ତାରିଖରେ କେରଳର କୋଚିରେ ଆଇପିଏଲ ନିଲାମୀ ହେବ । 2022ରେ ମେଗା (ବଡ) ନିଲାମୀ ହୋଇଥିଲା ମାତ୍ର 2023 ସଂସ୍କରଣରେ ମିନି (ଛୋଟ) ନିଲାମୀ ହେବ । ପୂର୍ବ ନିଲାମୀରେ ବଞ୍ଚିଥିବା ଟଙ୍କା ତାଙ୍କ ଦ୍ବାରା ଜାର କରାଯାଇଥିବା ଖେଳିଳୀଙ୍କ ମୂଲ୍ୟ ବ୍ୟତୀତ ପ୍ରତ୍ୟେକ ଖେଳାଳିଙ୍କ ପାଖରେ ନିଲାମୀରେ ଖର୍ଚ୍ଚ ହେବାକୁ ଥିବା ଅତିରିକ୍ତ 5 କୋଟି ଟଙ୍କା ହେବ । ନିଲାମୀରେ 95 କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ରହିବ ।

ପଞ୍ଜାବ କିଙ୍ଗସ ପାଖରେ ପୂର୍ବ ବର୍ଷ ନିଲାମୀ ପରେ ସବୁଠୁ ଅଧିକ 3.45 କୋଟି ଟଙ୍କା ବଞ୍ଚିଥିଲା । ଲକ୍ଷ୍ନୌ ସୁପରଜିଣ୍ଟସ ତାର ସମସ୍ତ ଟଙ୍କା ଶେଷ କରି ଦେଇଥିଲା । ଚେନ୍ନାଇ ସୁପରକିଙ୍ଗସ ପାଖରେ 2.95 କୋଟି ଟଙ୍କା ଥିଲା । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଖରେ 1.55 କୋଟି, ରାଜସ୍ଥାନ ରୟାଲ୍ସ 0.95 କୋଟି ଏବଂ କୋଲକାତା ନାଇଟ ରାଇଡର୍ସ ପାଖରେ 0.45 କୋଟି ଟଙ୍କା ବଳିଥିଲା । ପୂର୍ବ ବର୍ଷ ଚମ୍ପିୟନ ଗୁଜୁରାଟ ଟାଇଟନ୍ସ ପାଖରେ 0.15 କୋଟି ଟଙ୍କା ବଳିଥିଲା । ଅନ୍ 3 ଦଳ ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ 0.10 କୋଟି ଟଙ୍କା ରହିଛି ।

ଆଇପିଏଲରେ ଡିସେମ୍ବର ଆରମ୍ଭରୁ ନିଲାମୀ ପାଇଁ ଖେଳାଳୀଙ୍କ ତାଲିକା ପ୍ରକାଶ ପାଇବ । 15 ନଭେମ୍ବର ସୁଦ୍ଧା ତାଲିକା ପ୍ରକାଶ ପାଇବ । ପୂର୍ବ ବର୍ଷ ଫେବୃଆରୀରେ ଦୁଇଦିନ ମେଗା ନିଲାମୀ ହୋଇଥିଲା । 2023 ସଂସ୍କରଣ ପାଇଁ ଗୋଟିଏ ଦିନରେ ମିନି ନିଲାମୀ ଶେଷ ହେବ । ଏଥର ଅଲରାଉଣ୍ଡର ବେନ ଷ୍ଟୋକ, ସେମ କୁରେନ ଏବଂ କେମରନଙ୍କ ଭଲି ବିଦେଶୀ ଖେଳାଳୀଙ୍କ ଉପରେ ନଜର ରହିବ । ପଞ୍ଜାବ,ଦିଲ୍ଲୀ ଏବଂ ଲକ୍ଷ୍ନୌ 2022ରେ କେବଳ 7 ବିଦେଶୀ ଖେଳାଳିଙ୍କୁ କିଣିଥିଲା ।

2022ରେ ସବୁଠୁ ଦାମୀ ଖେଳାଳି ଥିଲେ ଇଷାନ କିଶନ । 15.25 କୋଟିରେ କିଣିଥିବା ମୁମ୍ବାଇ । 2022 ସଂସ୍କରଣରେ ଟ୍ରଫି ହାତେଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ଦଳ ଗୁଜୁରାଟ ଟାଇଟନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.