ETV Bharat / sports

ଭାରତୀୟ ବ୍ୟାଟରଙ୍କୁ ଡରିଲେ ନେଦରଲ୍ୟାଣ୍ଡ ଓପନର ! କହିଲେ ବୋଲର ହୋଇନଥିବାରୁ ଖୁସି

author img

By ETV Bharat Odisha Team

Published : Nov 12, 2023, 10:21 AM IST

ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ବର ଶ୍ରେଷ୍ଠ ବ୍ୟାଟର କହିଲେ ନେଦରଲ୍ୟାଣ୍ଡର ଓପନର । ଅଧିକ ପଢ଼ନ୍ତୁ

netherland india match
netherland india match

ବେଙ୍ଗାଲୁରୁ: ଆଜି ICC ପୁରୁଷ ବିଶ୍ବକପ୍‌ରେ ରହିଛି ଶେଷ ଲିଗ୍‌ ମ୍ୟାଚ୍‌ । ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁହିାଁମୁହିଁ ହେବେ ଭାରତ ଓ ନେଦରଲ୍ୟାଣ୍ଡ । ଏହା ପୂର୍ବରୁ ଭାରତ ଟିମର ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ବର ଶ୍ରେଷ୍ଠ ବ୍ୟାଟର ବୋଲି କହିଛନ୍ତି ନେଦରଲ୍ୟାଣ୍ଡର ଓପନର ମ୍ୟାକ୍ସ ଓଦାଉଦ । ସେ ଜଣେ ବୋଲର ହୋଇନଥିବାରୁ ଖୁସି ବ୍ୟକ୍ତ ମଧ୍ୟ କରିଛନ୍ତି । କିନ୍ତୁ ଆଜିର ମ୍ୟାଚରେ ଏହି ଦୁଇ ଖେଳାଳିଙ୍କୁ ତାଙ୍କ ଟିମ୍‌ ଜଲଦି ଆଉଟ କରିବାକୁ ଚେଷ୍ଟା କରିବ ବୋଲି ମଧ୍ୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଦୀପାବଳି ପାଳିଲେ ଟିମ୍‌ ଇଣ୍ଡିଆର ଖେଳାଳୀ, ପାରମ୍ପରିକ ଲୁକ୍‌ରେ ନଜର ଆସିଲେ କ୍ରିକେଟର୍ସ

ମ୍ୟାକ୍ସ ଦାଉଦ କହିଛନ୍ତି ଯେ, ମୁଁ ଭାବୁଛି ଆମ ପାଇଁ ରୋହିତ ଓ କୋହଲି ବିପଦପୂର୍ଣ୍ଣ ଖେଳାଳି । ସେମାନେ ଦୁନିଆର ଶ୍ରେଷ୍ଠ ବ୍ୟାଟର । ଖୁସିର କଥା ମୁଁ ଜଣେ ବୋଲର ନୁହେଁ ଏବଂ ମୋତେ ସେମାନଙ୍କୁ ବୋଲିଂ କରିବାକୁ ପଡିବ ନାହିଁ । ଆଶା କରୁଛି, ଆମେ ସେମାନଙ୍କୁ ଜଲଦି ଆଉଟ କରିପାରିବୁ । ଘରୋଇ ଗ୍ରାଉଣ୍ଡରେ ବିଶ୍ବକପ ମ୍ୟାଚ ଖେଳି ଭାରତୀୟ ଦଳ ଭଲ ଶ୍ରେଷ୍ଠ ସ୍ଥାନରେ ରହିଛି । ଦୀପାବଳି ଅବସରରେ ଆମେ ଭାରତ ସହ ମ୍ୟାଚ ଖେଳିବୁ । ଭାରତୀୟ ଦଳରେ ଟପ ବୋଲର ରହିଛନ୍ତି । ସେମାନଙ୍କ ବଲକୁ ମୁଁ କେବେବି ସାମ୍ନା କରିନାହିଁ । କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜାଙ୍କ ବଲ୍‌କୁ ସାମ୍ନା କରିବା ମୋ ପାଇଁ ଚ୍ୟାଲେଞ୍ଜ ହେବ । ଟିମ୍‌ ଇଣ୍ଡିଆରେ ଥିବା 5 ଜଣ ବୋଲର ବିଶ୍ବର ଶ୍ରେଷ୍ଠ ବୋଲର ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ନେଦରଲ୍ୟାଣ୍ଡ ବିପକ୍ଷରେ ବଦଳିବନି ଚୂଡ଼ାନ୍ତ ଏକାଦଶ, ରୋହିତ-ଆୟରଙ୍କୁ କୋଚ୍‌ଙ୍କ ପ୍ରଶଂସା

ମ୍ୟାଚ ପୂର୍ବରୁ ନେଦରଲ୍ୟାଣ୍ଡର ବ୍ୟାଟର ବିକ୍ରମଜିତ୍ ସିଂ କହିଛନ୍ତି ଯେ, ଭାରତୀୟ ଦଳ ବିଳଶ୍ବକପରେ ଅପରାଜୟ ରହିଛି । ଏହି ଦଳ ସହ ମୁକାବିଲା କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ହେବ । କିନ୍ତୁ ଟିମ୍‌ ଇଣ୍ଡିଆକୁ ଦୀପାବଳିରେ ହରାଇ ଆମେ ବିଜୟ ହାସଲ କରିବୁ ବୋଲି ଆଶା । ସାଉଥ୍‌ ଆଫ୍ରିକା ବିପକ୍ଷରେ ଆମର ପ୍ରଦର୍ଶନ ଭଲ ରହିଥିଲା । ତେଣୁ ଆଜିର ମ୍ୟାଚରେ ମଧ୍ୟ ଭଲ ଖେଳିବୁ, ସେଥିରେ କୌଣସି ସନ୍ଦେହ ନାହିଁ । ମୁଁ ଆଶା କରୁଛି ନେଦରଲ୍ୟାଣ୍ଡ ଭଲ ପ୍ରଦର୍ଶନ କରି ଭାରତକୁ ପରାସ୍ତ କରିବ । ଦୀପାବଳିରେ ନେଦରଲ୍ୟାଣ୍ଡ ବିଜୟ ହେବ ବୋଲି ମୁଁ ଆଶା କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.