ETV Bharat / sports

'ମିଶନ ଅକ୍ସିଜେନ': ସଚିନ ତେନ୍ଦୁଲକର ଦେଲେ 1 କୋଟି

author img

By

Published : Apr 29, 2021, 9:22 PM IST

ଅକ୍ସିଜେନ କନସେଣ୍ଟ୍ରେଟରରେ ଖର୍ଚ୍ଚ କରିବାକୁ 1 କୋଟି ଟଙ୍କା ଦାନ କଲେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର । ଅଧିକ ପଢନ୍ତୁ...

Tendulkar donates Rs 1 crore to procure oxygen concentrators for covid-19 patients
'ମିଶନ ଅକ୍ସିଜେନ' ସଚିନ ତେନ୍ଦୁଲକର ଦେଲେ 1 କୋଟି

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଦେଶରେ କୋଭିଡ-19ରେ ସଂକ୍ରମିତ ହୋଇ ଜୀବନ ସହ ଲଢେଇ କରୁଥିବା ଲୋକଙ୍କ ପାଇଁ ଗୁରୁବାର 1 କୋଟି ଟଙ୍କା ଦାନ କରିଛନ୍ତି । ଏହି ଟଙ୍କା ବିଶେଷରୂପେ ଗୁରୁତର କୋଭିଡ ରୋଗୀଙ୍କ ପାଇଁ ଅକ୍ସିଜେନ କନସେଣ୍ଟ୍ରେଟରରେ ଖର୍ଚ୍ଚ କରିବାକୁ ଦାନ କରିଛନ୍ତି ସଚିନ ।

ଦେଶରେ କୋରୋନାର ଭୟାବହତା ଜାରି ରହିଛି । ବୁଧବାର ଗୋଟିଏ ଦିନରେ 3, 79,257 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅତ୍ୟଧିକ ସଂଖ୍ୟକ ରୋଗୀଙ୍କୁ ହସ୍ପିଟାଲ ବେଡ୍‌ ଆବଶ୍ୟକତା କରୁଥିବାରୁ ଏହା ସମ୍ଭବ ହୋଇପାରୁନାହିଁ । ଜରୁରୀ ଔଷଧ ଓ ଅକ୍ସିଜେନ ମଧ୍ୟ ଉପଲବ୍ଧ କରିବା ସମ୍ଭବପର ହେଉନାହିଁ । ଫଳରେ ଦେଶର ସ୍ବାସ୍ଥ୍ୟସେବା ପ୍ରତି ଆହ୍ବାନ ସୃଷ୍ଟି ହୋଇଛି ।

ଦିଲ୍ଲୀ-ଏନସିଆରସ୍ଥିତ ବ୍ୟବସାୟୀଙ୍କୁ ଅକ୍ସିଜେନ କନସେଣ୍ଟ୍ରେଟର ମେସିନ କିଣିବାରେ ଖର୍ଚ୍ଚ କରିବାକୁ ମିଶନ ଅକ୍ସିଜେନ କାର୍ଯ୍ୟକ୍ରମ ଜାରି ରଖିଥିବା ଅନୁଷ୍ଠାନକୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଦେଶର ବିଭିନ୍ନ ହସ୍ପିଟାଲରେ ସଞ୍ଜିବନୀ ରୂପକ ଅକ୍ସିଜେନ ଉପଲବ୍ଧ ଲକ୍ଷ୍ୟରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି । ଏଥିରେ ପ୍ରାୟ 250ରୁ ଅଧିକ ଯୁବ ଉଦ୍ୟୋଗପତି ଦେଶର ସମସ୍ତ ହସ୍ପିଟାଲରେ ଅକ୍ସିଜେନ ପହଞ୍ଚାଇବା ପାଇଁ ପାଣ୍ଠି ଏକାଠି କରିବାରେ ଲାଗିଛନ୍ତି ।

48 ବର୍ଷୀୟ ସଚିନ ନିଜେ ସଂକ୍ରମଣର ଶିକାର ହେବାପରେ ନିକଟରେ ହସ୍ପିଟାଲରେ ଅନେକ ଦିନ କଟାଇଛନ୍ତି । କୋରୋନାର ଦ୍ବିତୀୟ ଲହର ଦେଶର ସ୍ବାସ୍ଥ୍ୟ ସେବାର କ୍ଷେତ୍ର ପ୍ରତି ଚାପ ସୃଷ୍ଟି କରିଛି । ଫଳରେ ଏପରି କଠିନ ସମୟରେ ଅତି ଜରୁରୀ ଅକ୍ସିଜେନ ଗୁରୁତ୍ବର ରୋଗୀଙ୍କ ପାଖେ ପହଞ୍ଚାଇବା ବର୍ତ୍ତମାନ ସମୟର ପ୍ରାଥମିକତା ।

ମହାମାରୀ କୋରୋନା ବିରୋଧୀ ଲଢେଇରେ ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ 7.5 କୋଟି ଓ ଦିଲ୍ଲୀ କ୍ୟାପିଟାଲ୍ସ 1.5 କୋଟି ମଧ୍ୟ ଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.