ETV Bharat / sports

ରାଜ୍ୟଗୋଷ୍ଠୀ କ୍ରୀଡା: ମହିଳା ଭାରତୀୟ କ୍ରିକେଟ ଦଳ ଘୋଷଣା

author img

By

Published : Jul 12, 2022, 12:50 PM IST

ବର୍ମିଂହାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି । ଅଧିକ ପଢନ୍ତୁ

ରାଜ୍ୟଗୋଷ୍ଠୀ କ୍ରୀଡା: ମହିଳା ଭାରତୀୟ କ୍ରିକେଟ ଦଳ ଘୋଷଣା
ରାଜ୍ୟଗୋଷ୍ଠୀ କ୍ରୀଡା: ମହିଳା ଭାରତୀୟ କ୍ରିକେଟ ଦଳ ଘୋଷଣା

ନୂଆଦିଲ୍ଲୀ: ବର୍ମିଂହାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି । ହର୍‌ମନପ୍ରୀତ କୌର ଦଳରେ ନେତୃତ୍ବ ନେବେ। ଏହାସହ ଅଲରାଉଣ୍ଡର ସ୍ନେହା ରାଣା ଦଳରୁ ଫେରିଛନ୍ତି । ହର୍‌ମନପ୍ରୀତଙ୍କ ନେତୃତ୍ବରେ ଦଳ ଦମଦାର ପ୍ରଦର୍ଶନ କରି ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ।

ପ୍ରଥମ ଥର ପାଇଁ ମହିଳା ବର୍ଗରେ ଟି-20 କ୍ରିକେଟକୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଥାନ ମିଳିଛି । ଭାରତ ଗ୍ରୁପ'ଏରେ ରହିଛି । ଏହି ଗ୍ରୁପରେ ଅନ୍ୟ ଦଳ ଭାବେ ଅଷ୍ଟ୍ରେଲିଆ, ବାର୍ବାଡସ ଓ ପାକିସ୍ତାନ ରହିଛନ୍ତି । ଗ୍ରୁପ ବି'ରେ ଶ୍ରୀଲଙ୍କା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଦଳ ସ୍ଥାନ ପାଇଛନ୍ତି । ଦୁଇ ଗ୍ରୁପରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳ ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ଜୁଲାଇ 29ରୁ ଭାରତ ତାର ଅଭିଯାନ ଆରମ୍ଭ କରିବ । ପ୍ରଥମେ ଅଷ୍ଟ୍ରେଲିଆକୁ ଭେଟବି ଟିମ ଇଣ୍ଡିଆ ।

ଦ୍ବିତୀୟ ମ୍ୟାଚ 31 ତାରିଖରେ ଭାରତ ପାକିସ୍ତାନ ଓ ଅଗଷ୍ଟ 3ରେ ବାର୍ବାଡସ ବିପକ୍ଷରେ ତାର ଦୁଇଟି ଲିଗ୍‌ ମ୍ୟାଚ ଖେଳିବ । ଶ୍ରୀଲଙ୍କା ବିପକ୍ଷରେ ଭାରତ ଟି-20 ଓ ଦିନିକିଆ ସିରିଜ କବଜା କରିବା ପରେ ଦୃଢ ମନୋବଳରେ ରହିଛି । ଚଳିତ ମାସ 28ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା । ଅଗଷ୍ଟ 8 ତାରିଖରେ ଶେଷ ହେବ ।

ଭାରତୀୟ ସ୍କ୍ବାଡ୍‌ : ହର୍‌ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା (ଉପ ଅଧିନାୟିକା), ଶେଫାଳି ବର୍ମା, ଏସ ମେଘନା, ତାନିୟା ଭାଟିଆ, ୟାସ୍ତିକା ଭାଟିଆ, ଦିପ୍ତୀ ଶର୍ମା, ରେଜେଶ୍ବରୀ ଗାୟକୱାଡ୍‌, ପୂଜା ବସ୍ତ୍ରାକାର, ମେଘନା ସିଂ, ରେଣୁକା ଠାକୁର, ରାଧା ଯାଦବ, ଜେମିମା ରୋଡ୍ରିକ୍ସ, ହର୍ଲିମ ଦେଓଲ ଓ ସ୍ନେହା ରାମା ।

ଷ୍ଟାଣ୍ଡବାଏ ଖେଳାଳି: ସିମରନ ଦିଲ ବାହାଦୂର, ରିଚା ଘୋଷ ଓ ପୁନମ ଯାଦବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.