ନୂଆଦିଲ୍ଲୀ: ୨୦୨୨ ମହିଳା ବିଶ୍ବକପ୍ କ୍ରିକେଟ ନେଇ ଖେଳସୂଚୀ ଜାରି କରିଛି ଅନ୍ତର୍ଜାତୀୟ କ୍ରିକେଟ କମିଟି(ICC) । ନ୍ୟୁଜିଲାଣ୍ଡରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଭେଟିବ । ତୌରାଙ୍ଗରେ ମାର୍ଚ୍ଚ ୬ ତାରିଖରେ ଏହି ମ୍ୟାଚ୍ ଖେଳାଯିବ ।
ମାର୍ଚ୍ଚ ୪ ତାରିଖରେ ଉଦ୍ଘାଟନୀ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଓ ୱେଷ୍ଟ-ଇଣ୍ଡିଜ୍ ପ୍ରତିଦ୍ବନ୍ଦିତା କରିବେ । ଗ୍ରୁପ୍ ପର୍ଯ୍ୟାୟରେ ମୋଟ ୩୧ଟି ମ୍ୟାଚ୍ ଖେଳାଯିବ । ଏହାପରେ ଟାଇଟଲ ହାତେଇବା ପର୍ଯ୍ୟନ୍ତ ମୋଟ ୮ଟି ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ୍ରେ ମୋଟ ୮ଟି ଦଳ ଭାଗ ନେବେ । ଟୁର୍ଣ୍ଣାମେଣ୍ଟରେ ଟପ୍ ୪ଟି ସ୍ଥାନରେ ଥିବା ଦଳ ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ ।
ICC ଚମ୍ପିଆନ୍ସିପ୍ ୨୦୧୭-୨୦ ପର୍ଯ୍ୟନ୍ତ ରାଙ୍କିଂକୁ ନେଇ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆପ୍ରିକା ଓ ଭାରତ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ହାସଲ କରିଥିଲେ । ଆୟୋଜକ ହୋଇଥିବାରୁ ନ୍ୟୁଜିଲାଣ୍ଡ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲା ।
ମାର୍ଚ୍ଚ ୩୧ ତାରିଖରେ ୱେଲିଂଟନ୍ ଓ ଓଭାଲ୍ରେ ଦୁଇଟି ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ । ଅପ୍ରେଲ୍ ୩ ତାରିଖରେ ଖେଳାଯିବ । ସେମିଫାଇନାଲ ଓ ଫାଇନାଲ୍ ପାଇଁ ICC ପକ୍ଷରୁ ନିୟମ ମୁତାବକ ଗୋଟିଏ ଦିନ ରିଜର୍ଭ ରଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ