ETV Bharat / sports

ମହିଳା ଟି-ଟ୍ବେଣ୍ଟି: ସିରିଜ ହାତେଇଲା ଟିମ ଇଣ୍ଡିଆ

ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଅନୁଷ୍ଠିତ ତୃତୀୟ ତଥା ଶେଷ ଟି-ଟ୍ବେଣ୍ଟିରେ ଭାରତ ପରାସ୍ତ ହୋଇଛି । ମାତ୍ର ମହିଳା ଦଳ 2-1ରେ ସିରିଜ କବାଜରେ କରି ନେଇଛି । ଅଧିକ ପଢନ୍ତୁ

ଭାରତ କବଜାରେ ସରିଜ
ଭାରତ କବଜାରେ ସରିଜ
author img

By

Published : Jun 28, 2022, 10:35 AM IST

ଦାମ୍ବୁଲା: ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଅନୁଷ୍ଠିତ ତୃତୀୟ ତଥା ଶେଷ ଟି-ଟ୍ବେଣ୍ଟିରେ ଭାରତ ପରାସ୍ତ ହୋଇଛି । ମାତ୍ର ମହିଳା ଦଳ 2-1ରେ ସିରିଜ କବାଜରେ କରି ନେଇଛି । ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତକୁ 7 ୱିକେଟରେ ପରାସ୍ତ କରି କ୍ଲିନ ସୁଇପ ପରାଜୟକୁ ଏଡାଇବାରେ ସଫଳ ହୋଇଛି । ଫର୍ମାଟ ଅନୁସାରେ ପ୍ରଥମ ଦୁଇ ମ୍ୟାଚକୁ ଭାରତ ଜିତିଥିବାରୁ ସିରିଜ ବିଜୟୀ ହୋଇଛି ।

ଅଲରାଉଣ୍ଡ ପ୍ରଦର୍ଶନ କରି ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିବା ଅଧିନାୟିକା ହର୍ମନପ୍ରୀଚ କୌର ପ୍ଲେୟାର ଅଫ ଦ ସିରିଜ ବିବେଚିତ ହୋଇଛନ୍ତି । ସେହିପରି ଶ୍ରୀଲଙ୍କା ଅଧନାୟିକା ଚମାରୀ ଆଟାପାଟୁ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ତୃତୀୟ ମ୍ୟାଚରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି 5 ୱିକେଟ ହରାଇ 138 ରନ କରିଥିଲା । ସ୍ମୃତି ମନ୍ଧାନା 22 3(ଚୌକା) ସାବିନେନି ମେଘନା 22(3ଚୌକା), ଜେମିମା ରୋଡ୍ରିଗ୍ସ 33 (3ଚୌକା), ପୂଜା ବସ୍ତ୍ରକାର 13, ହରମମନପ୍ରୀତ ଅପରାଜିତ 33 (3 ଚୌକା, 1ଛକା) ରନ୍‌ କରିଥିଲେ ।

ଶ୍ରୀଲଙ୍କାକୁ 139ର ଟାର୍ଗେଟ ଦେଇଥିବା ଟିମ ଇଣ୍ଡିଆ । 139 ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଶ୍ରୀଲଙ୍କା । ଦଳୀୟ ସ୍କୋର 37ରେ 2ଟି ୱିକେଟ ହରାଇଥିଲା ଦଳ । ବିଶମୀ ଗୁଣାରତ୍ନୋ 5 ଓ ହର୍ଷିତା ସମବିକ୍ରମା 13 ରନ କରି ଆଉଟ ହୋଇଥିଲେ । ଅନ୍ୟ ଓପନର ଚମାରୀ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ ।

ଚମାରୀ 48 ବଲରୁ 14 ଚୌକା ଓ 1 ଛକା ମାରି 80 ରନ କରିଥିଲେ । ଦଳ ପକ୍ଷରୁ ନୀଳାକ୍ଷୀ ଡି' ସିଲଭା 30 ଓ କବିଶା ଦିଲହାରୀ ଅପରାଜିତ 7 ରନ କରିଥିଲେ । ଭାରତ ପକ୍ଷରୁ ରେଣୁକା ସିଂହ ଓ ରାଧା ଯାଦବ ଗୋଟିଏ ଲେଖାଏଁ ୱିକେଟ ହାତେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.