ETV Bharat / sports

Eng vs Ind, 3rd test: ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ୨୧୫/୨ - ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନ ଭାରତ ପାଇଁ କିଛି ଶୁଭଙ୍କର ସାବ୍ୟସ୍ତ ହୋଇଛି । ତୃତୀୟ ଦିନ ଆରମ୍ଭ ହେଉ ଭାରତୀୟ ବୋଲର ଖୁବଶୀଘ୍ର ଇଂଲଣ୍ଡର ଦୁଇଟି ବ୍ୟାଟସମ୍ୟାନଙ୍କୁ ପାଭେଲିୟନ ପଠାଇଥିଲେ । ଅଧିକ ପଢ଼ନ୍ତୁ...

Eng vs Ind, 3rd test: ତୃତୀୟ ଦିନରେ ଶେଷ ସୁଦ୍ଧା ଭାରତ ୨୧୫/୨

author img

By

Published : Aug 27, 2021, 11:05 PM IST

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନ ଭାରତ ପାଇଁ କିଛି ଶୁଭଙ୍କର ସାବ୍ୟସ୍ତ ହୋଇଛି । ତୃତୀୟ ଦିନ ଆରମ୍ଭ ହେଉ ଭାରତୀୟ ବୋଲର ଖୁବଶୀଘ୍ର ଇଂଲଣ୍ଡର ଦୁଇଟି ବ୍ୟାଟସମ୍ୟାନଙ୍କୁ ପାଭେଲିୟନ ପଠାଇଥିଲା । ଏହାପରେ ପଡ଼ିଆକୁ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଦୁଇ ଭାରତୀୟ ଓପନର ରୋହିତ ଶର୍ମା ଓ କେ.ଏଲ ରାହୁଲ ଜଗି ରଖି ବ୍ୟାଟିଂ କରିଥିବା ଦେଖିବାକୁ ମିଳିଥିଲା । ତେବେ ଦଳୀୟ ସ୍କୋର ୩୪ ରନ ହୋଇଥିବା ବେଳେ କ୍ରେଗ ଓଭରଟନଙ୍କ ବଲରେ ଆଉଟ ହୋଇଥିଲେ କେ.ଏଲ ରାହୁଲ ।

ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ଚେତେଶ୍ବର ପୂଜାରା । ଖରାପ ପ୍ରଦର୍ଶନ ପାଇଁ କଡ଼ା ସମାଲୋଚନାର ଶିକାର ହୋଇଥିବା ପୂଜାରା ଦାୟିତ୍ବର ସହ ବ୍ୟାଟିଂ କରିଥିବା ଦେଖିବାକୁ ମିଳିଥିଲା । ରୋହିତ ଶର୍ମା ଓ ପୂଜାରାଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ତେବେ ଦଳୀୟ ସ୍କୋର ୧୧୬ ରନ ହୋଇଥିବା ବେଲେ ରୋହିତ ଶର୍ମା ରବିନସନଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପାଭେଲିୟନକୁ ଫେରିଥିଲେ ।

ଏହାପରେ ଅଧିନାୟକ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇଥିଲେ । ପ୍ରଥମ ସେ କିଛିଟା ଖରାପ ସଟ ଖେଳିବା ସହ ବିଚଳିତ ହେବା ଦେଖା ଯାଇଥିଲା । ତେବେ ଏହାପରେ ସେ ମଧ୍ୟ ଦାୟିତ୍ବର ସହ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା । ତୃତୀୟ ଦିନ ଷ୍ଟମ୍ବ ଅପସାରଣ ବେଳକୁ ଭାରତୀୟ ଦଳ ମୋଟ ୨୧୫ ରନ କରିଛି । ଚେତେଶ୍ବର ପୂଜାରା ୯୧ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ୪୫ ରନ କରି ଅପରାଜିତ ରହିଛନ୍ତି । ଏବେବି ଇଂଲଣ୍ଡ ଦଳ ୧୩୯ ରନ ଲିଡରେ ରହିଛି । ଭାରତ ଏହି ମ୍ୟାଚ ବଞ୍ଚାଇବାକୁ ଚେଷ୍ଟା କରୁଛି ।

ଭାରତ ମ୍ୟାଚ ଜିତିବାକୁ ହେଲେ କିଛି ଚମତ୍କାର ହିଁ କରିବାକୁ ହେବ । କାରଣ ପ୍ରଥମ ଇନିଂସରେ ୭୮ ରନ ଭାରତ ଉପରେ ଭାରୀ ପଡ଼ିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.