ETV Bharat / sports

IND vs NZ: କୋଲକାତାରେ କ୍ଳିନସୁଇପ୍‌ ଲକ୍ଷ୍ୟରେ ଟିମ ଇଣ୍ଡିଆ - ଭାରତ ବନାମ ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦

କ୍ୟାପଟେନ କେନ ୱିଲିୟମସନଙ୍କ ଅନୁପସ୍ଥିତିରେ କିୱି ଟିମ ଟି-୨୦ ସିରିଜ ୦-୩ରେ ପରାଜୟ ଦ୍ବାରରେ ରହିଛି । ଅଧିକ ପଢନ୍ତୁ

TEAM INDIA MAY TRY NEW COMBINATION TO LOOK FORWARD TO CLEAN SWEEP
IND vs NZ: କୋଲକାତାରେ କ୍ଳିନସୁଇପ୍‌ ଲକ୍ଷ୍ୟରେ ଟିମ ଇଣ୍ଡିଆ
author img

By

Published : Nov 20, 2021, 10:51 PM IST

କୋଲକାତା: ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତିବା ସତ୍ତ୍ବେ କ୍ୟାପଟେନ ରୋହିତ ଶର୍ମା ଆକ୍ରମଣାତ୍ମକ ରଣନୀତି ଜାରି ରଖିବେ । ମାତ୍ର ରବିବାର ଖେଳାଯିବାକୁ ଥିବା ସିରିଜର ତୃତୀୟ ଟି-୨୦ରେ ରିଜର୍ଭ ଖେଳାଳିଙ୍କୁ ମୌକା ମିଳିବାର ସମ୍ଭାବନା ରହିଛି ।

ବିଶ୍ବ ତମାମ ଅନେକ ଘରୋଇ ଲିଗ୍‌ କାରଣରୁ ଦ୍ବିପାକ୍ଷିକ ଟି-୨୦ ସିରିଜର ଚମକ କମ୍‌ ହେବାରେ ଲାଗିଛି । ମାତ୍ର ବିଶ୍ବକପରେ ଖରାପ ପ୍ରଦର୍ଶନ ପରେ ଏହି ସିରିଜ ବିଜୟ ଭାରତର ଜଖମରେ ମଲମ ଲାଗିବା ପରି ହେବ ।

ବିଶ୍ବକପ ସେମିଫାଇନାଲ ପରେ ଦୁଇ ସପ୍ତାହ ମଧ୍ୟରେ ୫ ମ୍ୟାଚ୍‌ ଖେଳିବାକୁ ଥିବା ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ୍‌ କେବଳ ଔପଚାରିକତା ହେବ । କ୍ୟାପଟେନ କେନ ୱିଲିୟମସନଙ୍କ ଅନୁପସ୍ଥିତିରେ କିୱି ଟିମ ଟି-୨୦ ସିରିଜ ୦-୩ରେ ପରାଜୟ ଦ୍ବାରରେ ରହିଛି ।

ଜୟପୁର ଓ ରାଞ୍ଚିରେ ବିଜୟ ପରେ ଭାରତୀୟ ଟିମ ସିରିଜ ନିଜ ନାମରେ କରିସାରିଛି । ମାତ୍ର ଇଡେନ ଗାର୍ଡେନରେ 'କ୍ଳିନ ସୁଇପ୍‌' କରିବାକୁ ଟିମ ଲକ୍ଷ୍ୟ ରଖିଛି । ପୂର୍ଣ୍ଣକାଳୀନ ଟି-୨୦ କ୍ୟାପଟେନ ଭାବେ ଭାରତୀୟ ଟିମ ରୋହିତ ଶର୍ମାଙ୍କ ନେତୃତ୍ବରେ ପ୍ରଥମ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଟସ୍‌ରେ ବିଜୟୀ ହୋଇଛି । ଫଳରେ ବୋଲରଙ୍କୁ କାକର ପରିବେଶର ଫାଇଦା ଉଠାଇବାକୁ ସୁଯୋଗ ମିଳିବା ସହ ବ୍ୟାଟରଙ୍କ ଜବରଦସ୍ତ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିଛି ।

ଦିନିକିଆ କ୍ରିକେଟରେ ରୋହିତ ଇଡେନ ଗାର୍ଡେନରେ ରୋହିତ ୨୬୪ ରନ୍‌ର ବିଶାଳ ଇଂନିସ ଖେଳିଥିଲେ । ଫଳରେ ଏହି ଐତିହାସିକ ଗ୍ରାଉଣ୍ଡରେ ୩-୦ରେ ସିରଜ ଜିତିବା ରୋହିତଙ୍କ ପାଇଁ ଅନ୍ୟ ଏକ ରେକର୍ଡ ହେବ ।

ସ୍କ୍ବାଡ୍‌:

ଭାରତ: ରୋହିତ ଶର୍ମା(କ୍ୟାପଟେନ), ଲୋକେଶ ରାହୁଲ, ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଇଶାନ କିଶନ, ଭେଙ୍କଟସ ଆୟର, ୟୁଜଭେନ୍ଦ୍ର ଚହଲ, ଆର ଅଶ୍ବିନ, ଅକ୍ଷର ପଟେଲ, ଅଭେଖ ଖାନ, ଭୁବନେଶ୍ବର କୁମାର, ଦୀପକ ଚହର, ହର୍ଷଲ ପଟେଲ, ଓ ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ: ଟିମ ସାଉଦୀ(କ୍ୟାପଟେନ), ଟଡ୍‌ ଏଷ୍ଟଲ, ଟ୍ରେଣ୍ଟ ବୋଲ୍ଟ, ମାର୍କ ଚପମନ, ଲୋକି ଫର୍ଗୁସନ, ମାର୍ଟିନ ଗପ୍ଟିଲ, ଆଡାମ ମିଲନେ, ଡେରିଲ ମିଚେଲ, ଜିମି ନିଶାମ, ଗ୍ଳେନ ମାକ୍ସୱେଲ, ମିଚେଲ ସାଣ୍ଟନର, ଟିମ ସୈଫର୍ଟ ଓ ଇସ ସୋଢି ।

ସମୟ: ମ୍ୟାଚ୍‌ ସନ୍ଧ୍ୟା ୭.୦୦ଟାରେ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.