ETV Bharat / sports

Team India Record: ୪ବର୍ଷରେ ୨୨ଟି ସିରିଜରେ କବଜା, ୨ଟି ଡ୍ର - team india

୨୨ଟି ଦ୍ବିପାକ୍ଷିକ ସିରିଜରେ ବିଜୟ ହାସଲ କରିବାରେ ସଫଳ ହୋଇଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ମେନ୍ ଇନ୍ ବ୍ଲୁ
ମେନ୍ ଇନ୍ ବ୍ଲୁ
author img

By

Published : Jan 21, 2023, 10:47 PM IST

ହାଇଦ୍ରାବାଦ: ଅପରାଜୟ ମେନ୍ ଇନ୍ ବ୍ଲୁ । ୨୨ଟି ଦ୍ବିପାକ୍ଷିକ ସିରିଜରେ ବିଜୟ ହାସଲ କରିବାରେ ସଫଳ ହୋଇଛି ଟିମ ଇଣ୍ଡିଆ । ଘରୋଇ ମାଟିରେ ଟିମ ଇଣ୍ଡିଆ ଗତ ଚାରି ବର୍ଷରେ ୨୪ ଟି ସିରିଜରୁ ୨୨ ଟି ଦ୍ବିପାକ୍ଷିକ ସିରିଜରେ ବିଜୟୀ ହୋଇଛି । ୨ ଟି ସିରିଜ ଡ୍ର ରହିଛି । ଭାରତ ଏହି ୨୪ ଟି ସିରିଜ ମଧ୍ୟରୁ ଗୋଟିଏ ବି ସିରିଜରେ ପରାଜିତ ହୋଇନାହିଁ । ଭାରତୀୟ ଦଳ ବିଶ୍ବକପ ପୂର୍ବରୁ ଘରୋଇ ମାଟିରେ ଦ୍ବିପାକ୍ଷିକ ସିରିଜ କବଜା କରିବାରେ ସଫଳ ହୋଇଛି ।

ଘରୋଇ ମାଟିରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ଦିନିକିଆ ସିରିଜ ଖେଳୁଛି । ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ସିରିଜ ୨-୧ ରେ ବିଜୟୀ ହୋଇଥିବା ବେଳେ ଦିନିକିଆ ସିରିଜ ୩-୦ରେ କ୍ଲିନ ସ୍ବିପ କରିଥିଲା । ବର୍ଷ ୨୦୧୯ରୁ ଘରୋଇ ମାଟିରେ ଖେଳାଯାଇଥିବା ଶେଷ ୨୪ ଟି ଦ୍ବିପାକ୍ଷିକ ସିରିଜ ଉପରେ ନଜର ପକାଇଲେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ ୧-୧ରେ ବରାବର ରହିଥିଲା । ସେହିପରି ଭାରତ ଦକ୍ଷିଣ ଆଫ୍ରିକାକୁ ଟେଷ୍ଟ ସିରିଜରେ ୩-୦ରେ ମାତ୍ ଦେଇଥିଲା । ବାଂଲଦେଶ ବିପକ୍ଷ ଟି୨୦ ସିରିଜରେ ୨-୧ରେ ବିଜୟୀ ହୋଇଥିବା ବେଳେ ଟେଷ୍ଟ ସିରିଜ ୨-୦ରେ କ୍ଲିନ ସ୍ବିପ କରିଥିଲା ଟିମ ଇଣ୍ଡିଆ । ସେହିପରି ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦିନିକିଆ ଏବଂ ଟି୨୦ ଦୁଇଟି ଫର୍ମାଟରେ ୨-୧ ରେ ମାତ୍ ଦେଇଥିଲା ଭାରତ ।

ଭାରତ ୨୦୨୩ରେ ଏପର୍ଯ୍ୟନ୍ତ ଘରୋଇ ମାଟିରେ ୩ ଟି ଦ୍ବିପାକ୍ଷିକ ସିରିଜରେ ବିଜୟ ଲାଭ କରିଛି । ଏବର୍ଷ ଦିନିକିଆ ବିଶ୍ବକପ ଖେଳାଯିବ । ତେବେ ବର୍ଷ ୨୦୧୧ଠାରୁ ଦିନିକିଆ ଟ୍ରଫି ଭୋକିଲା ଥିବା ଭାରତ ପାଇଁ ଏହା ବୁଷ୍ଟର ଡୋଜ ସଦୃଶ ହେବ । ଆଜି (ଶନିବାର) ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଦିନିକଆରେ ଭାରତ ୮ ୱିକେଟରେ ବିଜୟୀ ହୋଇଛି । ଏହି ତିନି ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୨-୦ରେ ଆଗୁଆ ସିରିଜ କବଜା କରି ନେଇଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୩୪.୩ ଓଭରରେ ମାତ୍ର ୧୦୮ ରନ କରି ଅଲ ଆଉଟ ହୋଇଥିଲା । ଜବାବରେ ଟିମ ଇଣ୍ଡିଆ ୨୦.୧ ଓଭରରେ ୨ଟି ୱିକେଟ ହରାଇ ୧୧୧ ରନ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.