ETV Bharat / sports

Chandrayaan-3: ସଫଳ ଲ୍ୟାଣ୍ଡିଂ କଲା ଚନ୍ଦ୍ରଯାନ, ଐତିହାସିକ କ୍ଷଣକୁ LIVE ଉପଭୋଗ କଲା ଟିମ୍‌ ଇଣ୍ଡିଆ - ଚନ୍ଦ୍ରଯାନ ୩ ସଫଳତା ପରେ ଟିମ ଇଣ୍ଡିଆର ସେଲିବ୍ରେସନ

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ୩ ସଫଳ ଅବତରଣ କରିବା ସହ ଇତିହାସ ରଚିଛି ଭାରତ । ଏନେଇ ସାରା ଦେଶରେ ଉତ୍ସବର ମାହୋଲ । ଏହିକ୍ରମରେ ଆୟରଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ମଧ୍ୟ ସେଲିବ୍ରେସନ କରିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି ବିସିସିଆଇ । ଅଧିକ ପଢ଼ନ୍ତୁ

ଭାରତୀୟ କ୍ରିକେଟ ଦଳ ସେଲିବ୍ରେସନ
ଭାରତୀୟ କ୍ରିକେଟ ଦଳ ସେଲିବ୍ରେସନ
author img

By ETV Bharat Odisha Team

Published : Aug 23, 2023, 8:08 PM IST

ଡବ୍‌ଲିନ୍‌: ମହାକାଶ ବଗେଷଣା କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି ଭାରତ । ସଫଳ ହେଲା ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ମିଶନ୍‌ । ପୂର୍ବ ନିର୍ଦ୍ଧାରିତ ସମୟ ଅର୍ଥାତ ଭାରତୀୟ ସମୟ ସନ୍ଧ୍ୟା ୬ଟା ୪ ମିନିଟରେ ଏହି ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର ଚତୁର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଛି । ତେବେ ଏଥିପାଇଁ କେବଳ ଭାରତ ନୁହେଁ, ସାରା ବିଶ୍ବରେ ସେଲିବ୍ରେସନ୍‌ର ମାହୋଲ ଦେଖିବାକୁ ମିଳିଛି । ଆୟରଲାଣ୍ଡ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆ ମଧ୍ୟ ଏହି ଐତିହାସିକ କ୍ଷଣର LIVE ଉପଭୋଗ କରିବା ସହ ସେଲିବ୍ରେସନ୍‌ କରିଛି ।

ଦୀର୍ଘ ୫୦ ଦିନର ମହାକାଶ ଯାତ୍ରା ଶେଷ କରି ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳତାର ଲ୍ୟାଣ୍ଡିଂ କରିଛି ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ ୩ ଲ୍ୟାଣ୍ଡର 'ବିକ୍ରମ' । ୫.୪୫ରେ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ରଫ ବ୍ରେକିଂ ପ୍ରକ୍ରିୟା । ପୂର୍ବ ନିର୍ଦ୍ଧାରିତ ସମୟରେ ଏହି ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି । ଏହି ଐତିହାସିକ କ୍ଷଣକୁ ଚାହିଁ ରହିଥିଲେ ୧୪୦ କୋଟି ଦେଶବାସୀ । ଏହି ସଫଳତା ପରେ ବିଭିନ୍ନ ମହଲରୁ ଇସ୍ରୋକୁ ଶୁଭେଚ୍ଛାର ସୁଅ ଛୁଟିଛି । ଚାରିଆଡେ ସେଲିବ୍ରେସନ୍‌ର ମାହୋଲ । ଏହାରି ମଧ୍ୟରେ ଭାରତୀୟ ସ୍ପିଡ୍‌ଷ୍ଟାର୍‌ ଯଶପ୍ରୀତ ବୁମ୍‌ରାଙ୍କ ନେତୃତ୍ବରେ ଆୟରଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳର ସମସ୍ତ ମଧ୍ୟ ଏହି ଐତିହାସିକ କ୍ଷଣକୁ LIVE ଉପଭୋଗ କରିଥିଲେ । ଚନ୍ଦ୍ରଯାନ ୩ ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ପୁରା ଟିମ୍‌ ଇଣ୍ଡିଆ ଖୁସିରେ ତାଳି ବଜାଇ ଏହି ମୁହୂର୍ତ୍ତକୁ ସେଲିବ୍ରେସନ୍‌ କରିଥିଲେ । ଯାହାର ଭିଡିଓ ବିସିସିଆଇ ସୋସିଆଲ ମିଡିଆରେ ପୋଷ୍ଟ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...Lander Vikram Touches Down on the Moon: କେମିତି ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ ? ଦେଖନ୍ତୁ

ପ୍ରକାଶଯୋଗ୍ୟ, ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳା ଖେଳିବା ପାଇଁ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆ ଏବେ ଆୟରଲାଣ୍ଡ ଗସ୍ତରେ ରହିଛି । ଏବେ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ୨ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଦୁଇଟି ଯାକ ମ୍ୟାଚ୍‌ ଜିତି ଆଗୁଆ ସିରିଜ୍‌ କବ୍‌ଜା କରିସାରିଛି ଭାରତ । ତେବେ ଭ୍ରମଣକାରୀ ଭାରତ ଓ ଘରୋଇ ଆୟରଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜରେ ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚ ଜିତି ଶୃଙ୍ଖଳା କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି ଯଶପ୍ରୀତ ବୁମରାଙ୍କ ନେତୃତ୍ବାଧୀନ ଟିମ ଇଣ୍ଡିଆ । ଅନ୍ୟପଟେ ଶେଷ ଟି୨୦ ମ୍ୟାଚ୍‌ ଜିତି ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବ ଘରୋଇ ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.