ETV Bharat / sports

Spot Fixing Allegation: ଫିକ୍ସିଂ ପାଇଁ ରାଜଗୋପାଲଙ୍କୁ ଟଙ୍କା ଅଫର୍‌ ଅଭିଯୋଗ

author img

By

Published : Jan 16, 2022, 5:27 PM IST

ଘରୋଇ କ୍ରିକେଟରେ ପୁଣି ମୁଣ୍ଡ ଟେକିଲା ସ୍ପଟ୍‌ ଫିକ୍ସିଂ ବିବାଦ । ବାନି ଆନନ୍ଦ ନାମକ ବ୍ୟକ୍ତି ତାମିଲନାଡ଼ୁର ଅଲରାଉଣ୍ଡର ସତୀଶ ରାଜଗୋପାଲଙ୍କୁ ସ୍ପଟ୍‌ ଫିକ୍ସିଂ ପାଇଁ ଟଙ୍କା ଅଫର୍‌ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

Spot Fixing Allegation: ଫିକ୍ସିଂ ପାଇଁ ରାଜଗୋପାଲଙ୍କୁ ଟଙ୍କା ଅଫର୍‌ ଅଭିଯୋଗ
Spot Fixing Allegation: ଫିକ୍ସିଂ ପାଇଁ ରାଜଗୋପାଲଙ୍କୁ ଟଙ୍କା ଅଫର୍‌ ଅଭିଯୋଗ

ବେଙ୍ଗାଲୁରୁ: ଘରୋଇ କ୍ରିକେଟରେ ପୁଣି ମୁଣ୍ଡ ଟେକିଲା ସ୍ପଟ୍‌ ଫିକ୍ସିଂ ବିବାଦ । ଏହାକୁ ନେଇ ବେଙ୍ଗାଲୁରୁର ଜୟନଗର ପୋଲିସ ଷ୍ଟେସନରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ବାନି ଆନନ୍ଦ ନାମକ ବ୍ୟକ୍ତି ତାମିଲନାଡ଼ୁର ଅଲରାଉଣ୍ଡର ରାଜଗୋପାଲ ସତୀଶଙ୍କୁ ସ୍ପଟ୍‌ ଫିକ୍ସିଂ ପାଇଁ ଟଙ୍କା ଅଫର୍‌ କରିଥିବା ଅଭିଯୋଗ ହୋଇଛି ।

ଲୋକେଶ ନାମକ ଯୁବକ ଏଭଳି ଏକ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗତ ଜାନୁଆରୀ ୩ ତାରିଖରେ ବାନି ଆନନ୍ଦ ଇନ୍‌ଷ୍ଟାଗ୍ରାମ ଜରିଆରେ ରାଜଗୋପାଲ ସତୀଶଙ୍କୁ ସ୍ପଟ୍‌ ଫିକ୍ସିଂ କରିବାକୁ ଟଙ୍କା ଅଫର କରିଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ଖେଳା ଯିବାକୁ ଥିବା ତାମିଲନାଡ଼ୁ ପ୍ରିମିୟର ଲିଗ୍‌ରେ ଏହି ଫିକ୍ସିଂ କରିବାକୁ ବାନି ଆନନ୍ଦ ଟଙ୍କା ଅଫର୍‌ କରିଥିଲା । ଏଥିରେ ଦୁଇଜଣ କ୍ରିକେଟର ରାଜି ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଲୋକେଶ ।

ରାଜଗୋପାଲ ସତୀଶ ସ୍ପଟ୍‌ ଫିକ୍ସିଂ ପାଇଁ ରାଜି ହେଲେ ତାଙ୍କୁ ପ୍ରତି ମ୍ୟାଚ୍‌ ପାଇଁ ୪୦ ଲକ୍ଷ ଟଙ୍କା ଦେବାକୁ କହିଥିଲା ବାନି ଆନନ୍ଦ । ତେବେ ସତୀଶ ଏଭଳି ହୀନ କାର୍ଯ୍ୟ କରିବା ପାଇଁ ମନା କରି ଦେଇଥିଲେ । ସେ ଏହାକୁ ନେଇ ବିସିସିଆଇର ଆଣ୍ଟି କର୍‌ପ୍‌ସନ୍‌ ୟୁନିଟ( BCCI Anti-Corruption Unit)କୁ ସୂଚନା ମଧ୍ୟ ଦେଇଛନ୍ତି ।

ବାନି ଆନନ୍ଦର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ବେଙ୍ଗାଲୁରୁ ଚଳା ଯାଉଥିବା ନେଇ ତଦନ୍ତରୁ ଜଣା ପଡ଼ିଛି । ବର୍ତ୍ତମାନ ବୋଲି ଲୋକେଶଙ୍କ ଅଭିଯୋଗ ଆଧାରରେ ବାନି ଆନନ୍ଦକୁ ଖୋଜା ଚଳାଇଛି । ଏହାପୂର୍ବରୁ ସ୍ପଟ୍‌ ଫିକ୍ସିଂ ଅଭିଯୋଗରେ ଶ୍ରୀଶନ୍ଥଙ୍କୁ ବ୍ୟାନ କରିଥିଲା ବିସିସିଆଇ । କିଛି ବର୍ଷ ପରେ ପୁଣି ଭାରତୀୟ କ୍ରିକେଟରେ ଏଭଳି ଅଭିଯୋଗରେ ବହୁ କ୍ରିକେଟର ସାମିଲ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.