ETV Bharat / sports

T20 World Cup: ଆଜି ଫାଇନାଲ ଫାଇଟ, ମୁହାଁମୁହିଁ ହେବେ ଇଂଲଣ୍ଡ-ପାକିସ୍ତାନ - ଇଂଲଣ୍ଡ ବନାମ ପାକିସ୍ତାନ

ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି ଟ୍ରଫି ଟକ୍କର । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ପାକିସ୍ତାନ । କିଏ ହାତେଇବ ଟାଇଟଲ ତାକୁ ଅପେକ୍ଷା । ଅଧିକ ପଢନ୍ତୁ

T20 World Cup: ଆଜି ଫାଇନାଲ ଫାଇଟ, ମୁହାଁମୁହିଁ ହେବେ ଇଂଲଣ୍ଡ-ପାକିସ୍ତାନ

author img

By

Published : Nov 13, 2022, 9:31 AM IST

ମେଲବୋର୍ଣ୍ଣ: ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଅନ୍ତିମ ପର୍ଯ୍ୟାୟରେ ରହିଛି । ଆଜି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ପାକିସ୍ତାନ । କିଏ ହାତେଇବ ଟାଇଟଲ ତାକୁ ଅପେକ୍ଷା । ପୂର୍ବ ରେକର୍ଡ ଅନୁସାରେ ପାକିସ୍ତାନ ସପକ୍ଷରେ ମ୍ୟାଚ ରହିଛି ମାତ୍ର ଫର୍ମକୁ ଦେଖିଲେ ଇଂଲଣ୍ଡ ଟ୍ରଫି ଫେବରିଟ ରହିଛି । ପାକିସ୍ତାନର ବୋଲିଂ ବିଭାଗ ଭଲ ରହିଥିବାବେଳେ ଇଂଲଣ୍ଡର ବ୍ୟାଟିଂ ବିଭାଗ ଭଲ ରହିଛି । ଆଜି ଟାଇଟଲ ହାତେଇବାକୁ ଦୁଇ ଦଳ ମଧ୍ୟରେ ଏକ ମୁକାବିଲା ଦେଖିବାକୁ ମିଳିବ । କିଏ ହାତେଇବ ଟାଇଟଲ ତାକୁ ଅପେକ୍ଷା ।

ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ କରିଥିଲା । ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚକୁ ଛାଡି ଦେଲେ ଦଳର ପ୍ରଦର୍ଶନ ଭଲ ରହିଥିଲା । ଭାରତ ବିପକ୍ଷ ସେମିରେ ବିନା ୱିକେଟ ହରାଇ ଦଳ ବିଜୟ ହାସଲ କରିଥିଲା । ଏହାପରେ ଦଳର ମନୋବଳ ଦୃଢ ରହିଛି । ଆଜିର ମୁକାବିଲା ଜିତିବାକୁ କଳ ବଳ କୌଶଳ ଲଗାଇ ଦେବ । 1992ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଦଳ । ଚଳିତ ବର୍ଷ ଭାରତକୁ ସେମି ଫାଇନାଲରେ ହରାଇ ଫାଇନାଲ ଟିକେଟ ହାତେଇଥିଲା ଇଂଲଣ୍ଡ । 1992 ବିଶ୍ବକର ମଧ୍ୟ ଅଷ୍ଟ୍ରେଲିଆରେ ଖେଳାଯାଇଥିଲା ।

ମେଲବୋର୍ଣ୍ଣରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ପାକିସ୍ତାନ ଇଂଲଣ୍ଡକୁ 22ରନରେ ପରାସ୍ତ କରିଥିଲା । ପାକିସ୍ତାନ ପୁଣି ସେହି ଇତିହାସକୁ ରିପିଟ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହାକୁ ବଦଳାଇବାକୁ ଇଂଲଣ୍ଡ ପାଖରେ ସୁଯୋଗ ରହିଛି । ପେସ ବୋଲରଙ୍କ ପାଇଁ ମେଲବୋର୍ଣ୍ଣ ପିଚ୍‌ ସୁହାଇବ । ତେଣୁ ଇଂଲଣ୍ଡ ବୋଲର ଏହାର ଫାଇଦା ଉଠାଇବେ । କ୍ରିକେଟ ଏକ ଅନିଶ୍ଚିତତା କ୍ରୀଡା । କେଉଁ ମୂହୁର୍ତ୍ତରେ କିଛି ବି ହୋଇପାରେ । ବିଦାୟ ଦ୍ବାର ଦେଶରେ ଥିବା ଦଳ କିପରି କମବ୍ୟାକ କରି ଫାଇନାଲରେ ପହଞ୍ଚି ପାରେ ତାହା ପାକିସ୍ତାନ ପକ୍ଷରେ ହୋଇଛି ।

ଏହା ବି ପଢନ୍ତୁ...T20 World Cup: ପାକିସ୍ତାନ ହାତେଇବ ଟି-୨୦ ବିଶ୍ୱକପ ଟାଇଟଲ !

ସୁପର-12 ରାଉଣ୍ଡର ପ୍ରଥମ ମୁକାବିଲାରେ ଭାରତଠୁ ପରାସ୍ତ ହୋଇଥିଲା ଦଳ । ଏହାପରେ ଜିମ୍ବାୱେଠୁ ପରାସ୍ତ ହୋଇ ବିଦାୟ ଦ୍ବାର ଦେଶରେ ପହଞ୍ଚିଥିଲା ବାବର ବାହିନୀ । ହେଲେ ପରେ ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡସକୁ ପରାସ୍ତ କରି ଜବରଦସ୍ତ କମବ୍ୟାକ ସହ ସେମି ଫାଇନାଲରେ ସ୍ଥାନ ପକ୍କା କରିଥିଲା ପକିସ୍ତାନ । ଏହାପରେ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲକୁ ଟିକେଟ ପାଇଥିଲା ଦଳ । 13 ବର୍ଷ ପରେ ଟି-ଟ୍ବେଣ୍ଟି ବିଶ୍ବକପରେ ପ୍ରବେଶ କରିଥିବା ଦଳ ଆଜି ଫାଇନାଲ ଲଢେଇରେ ଇଂଲଣ୍ଡକୁ ଭେଟିବ । 1992 ଟି-ଟ୍ବେଣ୍ଟି ବିଶ୍ବକପରେ ଇମରାନ ଖାନ ନେତୃତ୍ବାଧୀନ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଯାହା ବାବରଙ୍କ ନେତୃତ୍ବରେ ଦେଖିବାକୁ ମିଳିଛି ।

ବର୍ଷା ସାଜିପାରେ ବାଧକ...

ଆଜି ବର୍ଷା ହେବା ଅନୁମାନ କରାଯାଉଛି । ଫାଇନାଲ ମ୍ୟାଚ ରିଜର୍ଭ ଦିନ ବା ସୋମବାର ମଧ୍ୟ ବର୍ଷା ହୋଇପାରେ । 95 ପ୍ରତିଶତ ବର୍ଷା ହେବା ଅନୁମାନ କରାଯାଉଛି । ବର୍ଷା ଛାଡିବା ପରେ ଯଦି ଖେଳ ହୁଏ, ତେବେ ଫଳାଫଳ ପାଇଁ 10 ଓଭର ଖେଳାଯିବ । ଯଦି ଏହା ସମ୍ଭବ ହୋଇପାରିଲା ନାହିଁ ତେବେ ଦୁଇ ଦଳକୁ ଯୁଗ୍ମ ବିଜେତା ଭାବେ ଘୋଷଣା କରାଯିବ । ଗ୍ରୁପ ପର୍ଯ୍ୟାୟରେ ମଧ୍ୟ ବର୍ଷା କାରଣରୁ ମ୍ୟାଚ ପ୍ରଭାବିତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.