ETV Bharat / sports

T20 World Cup: ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଅଭ୍ୟାସ ମ୍ୟାଚ୍‌ ଖେଳିବ ଭାରତ - final warm-up game

ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ଅଭ୍ୟାସ ମ୍ୟାଚ୍‌ ଖେଳିବ ବିରାଟବାହିନୀ । ଏହି ମ୍ୟାଚ୍‌ରେ ବ୍ୟାଟିଂ କ୍ରମ ସୁଧାରିବାକୁ ଟିମ ଇଣ୍ଡିଆ ପାଖରେ ଶେଷ ସୁଯୋଗ । ଅଧିକ ପଢନ୍ତୁ...

T20 World Cup: India look to fix batting order in final warm-up game against Australia
T20 World Cup: ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଅଭ୍ୟାସ ମ୍ୟାଚ୍‌ ଖେଳିବ ଭାରତ
author img

By

Published : Oct 19, 2021, 10:47 PM IST

ଦୁବାଇ: ଆଗାମୀ ଟି-୨୦ ବିଶ୍ବକପ ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ବୁଧବାର ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ଅଭ୍ୟାସ ମ୍ୟାଚ୍‌ ଖେଳିବ ବିରାଟବାହିନୀ । ଏହି ମ୍ୟାଚ୍‌ରେ ବ୍ୟାଟିଂ କ୍ରମ ସୁଧାରିବାକୁ ଟିମ ଇଣ୍ଡିଆ ପାଖରେ ଶେଷ ସୁଯୋଗ ରହିବ ।

ପରେ ରବିବାର ପାକିସ୍ତାନ ବିପକ୍ଷରେ ବହୁ ପ୍ରତୀକ୍ଷିତ ମୁକାବିଲା ଖେଳିବ ଭାରତ । ଏହି ଟୁର୍ଣ୍ଣାମେଣ୍ଟ ବିରାଟ କୋହଲିଙ୍କ ପାଇଁ କ୍ୟାପଟେନ୍‌ ଭାବେ ଓ ମୁଖ୍ୟ କୋଚ୍‌ ଭାବେ ରବି ଶାସ୍ତ୍ରୀଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ହେବ ।

ଇଂଲଣ୍ଡ ବିପକ୍ଷରେ ଟିମ ଖେଳିଥିବା ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଶୀର୍ଷ ୩ଟି ବ୍ୟାଟିଂକ୍ରମ ନେଇ ସ୍ପଷ୍ଟ କରିଥିଲେ କ୍ୟାପଟେନ କୋହଲି । ରୋହିତ ଶର୍ମାଙ୍କ ସହ କେଏଲ ରାହୁଲ ଓପନିଂ କରିବେ ଓ ୩ ନମ୍ବର ସ୍ଥାନରେ ବିରାଟ ବ୍ୟାଟିଂ କରିବେ ।

୭୦ ରନର ମାରାଥନ ଅର୍ଦ୍ଧଶତକୀୟ ଇଂନିସ ଖେଳି ଯୁବ ବ୍ୟାଟର ଇଶାନ କିଶନ ମଧ୍ୟ ଚୁଡାନ୍ତ ଏକାଦଶରେ ସ୍ଥାନ ପାଇଁ ଦାବିଦାର ହୋଇଛନ୍ତି । ୱିକେଟ କିପର ଋଷଭ ପନ୍ତଙ୍କୁ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ପୂର୍ବରୁ ବ୍ୟାଟିଂ ସୁଯୋଗ ମିଳିଥିଲା । ତେବେ ଦ୍ବିତୀୟ ତଥା ଶେଷ ଅଭ୍ୟାସ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପାଖରେ ବ୍ୟାଟିଂ କ୍ରମ ଠିକ୍‌ କରିବାକୁ ସୁଯୋଗ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.