ଆଡିଲେଡ: ଚଳିତ ଟି-ଟ୍ବେଣ୍ଟି ବିଶ୍ୱକପରେ ଆରମ୍ଭ ହୋଇଛି ଦ୍ବିତୀୟ ସେମିଫାଇନାଲ ସମର । ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ । ଭାରତ ବିପକ୍ଷରେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ଦଳ । ଭାରତୀୟ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ । ଜିମ୍ବାୱେ ବିପକ୍ଷ ମ୍ୟାଚରେ ଥିବା ଚୂଡାନ୍ତ ଏକାଦଳଶକୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ଦଳ ।
-
🚨 Toss & Team News from Adelaide 🚨
— BCCI (@BCCI) November 10, 2022 " class="align-text-top noRightClick twitterSection" data="
England have elected to bowl against #TeamIndia in the #T20WorldCup semi-final. #INDvENG
Follow the match ▶️ https://t.co/5t1NQ2iUeJ
Here's our Playing XI 🔽 pic.twitter.com/9aFu6omDko
">🚨 Toss & Team News from Adelaide 🚨
— BCCI (@BCCI) November 10, 2022
England have elected to bowl against #TeamIndia in the #T20WorldCup semi-final. #INDvENG
Follow the match ▶️ https://t.co/5t1NQ2iUeJ
Here's our Playing XI 🔽 pic.twitter.com/9aFu6omDko🚨 Toss & Team News from Adelaide 🚨
— BCCI (@BCCI) November 10, 2022
England have elected to bowl against #TeamIndia in the #T20WorldCup semi-final. #INDvENG
Follow the match ▶️ https://t.co/5t1NQ2iUeJ
Here's our Playing XI 🔽 pic.twitter.com/9aFu6omDko
ସେମିଫାଇନାଲ ମୁକାବିଲାରେ ଭାରତୀୟ ଟିମ୍ରେ କୌଣସି ପରିବର୍ତ୍ତିନ କରାଯାଇନାହିଁ । ରୋହିତ ବାହିନୀ ଓ ବଟଲରଙ୍କ ବ୍ରିଗେଡଙ୍କ ମଧ୍ୟରେ ହେବ ମୁକାବିଲା । କିଏ ହାତେଇବ ଫାଇନାଲ ଟିକେଟ ତାହା ଉପରେ ସମସ୍ତଙ୍କ ନଜର । ପୂର୍ବ ରେକର୍ଡକୁ ଦେଖିଲେ ଭାରତର ପଲ୍ଲା ଭାରି ରହିଛି । ଭାରତ ସପକ୍ଷରେ ମ୍ୟାଚ ଯାଉଛି । ହେଲେ ରୋହିତବାହିନୀ ଏହାକୁ ଖାମ ଖିଆଲିରେ ନେବ ନାହିଁ । ଇଂଲଣ୍ଡ ବିପକ୍ଷରେ ଭାରତ ଶେଷ 4ଟି ଟି-ଟ୍ବେଣ୍ଟି ସିରିଜ ଜିତିଛି । 2012 ଟି-ଟ୍ବେଣ୍ଟି ବିଶ୍ବକପରେ ଉଭୟ ଦଳ ଶେଷ ଥର ପାଇଁ ପରସ୍ପରକୁ ଭେଟିଥିଲେ ।
ଏହି ମ୍ୟାଚରେ ରୋହିତଙ୍କ ଅର୍ଦ୍ଧଶତକ ବଳରେ ଭାରତ 90 ରନରେ ଇଂଲଣ୍ଡକୁ ହରାଇଥିଲା । ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାର, ବିରାଟ କୋହଲି ଫୁଲ ଫର୍ମରେ ରହିଛନ୍ତି । ସେପଟେ ପୂର୍ବ ମ୍ୟାଚରେ ଫର୍ମକୁ ଫେରିଛନ୍ତି କେଏଲ ରାହୁଲ । ଉଭୟ ଦଳରେ ଷ୍ଟାର ଖେଳାଳି ଭରପୁର ରହିଛନ୍ତି । ଭାରତୀୟ ବୋଲିଂ ବିଭାଗ ସନ୍ତୁଳିତ ଅଛି । ଭାରତ କୌଣସି ମତ୍ତେ ମ୍ୟାଚକୁ ହାତଛଡା କରିବ ନାହିଁ ।
ଭାରତୀୟ ଚୂଡାନ୍ତ ଏକାଦଶ...
ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନୀ , ଅର୍ଶଦୀପ ସିଂହ, ଭୁବନେଶ୍ୱର କୁମାର, ମହମ୍ମଦ ସାମି ।
ଇଂଲଣ୍ଡ ଚୂଡାନ୍ତ ଏକାଦଶ...
ଆଲେକ୍ସ ହେଲ୍ସ, ଜସ୍ ବଟଲର ( ଅଧିନାୟକ), ପି.ସଲ୍ଟ, ଏଚ୍ ବ୍ରୁକ୍, ଏଲ୍ ଲିଭିଙ୍ଗଷ୍ଟୋନ୍, ବେନ୍ ଷ୍ଟୋକ୍ସ, ମୋଇନି ଅଲ୍ଲି, ସାମ୍ କରନ୍, ଆଦିଲ ରସିଦ, କ୍ରିସ୍ ବୋକ୍ସ, ସି ଜୋର୍ଡାନ ।