ETV Bharat / sports

ଟି20 ବିଶ୍ବକପ: ଟାକ୍ସ ରିହାତି ବୈଠକ, ମୁମ୍ବାଇ ପହଞ୍ଚିଲେ BCCI ବସ୍‌ - T20 World Cup

ଅକ୍ଟୋବର-ନଭେମ୍ବରରେ ଭାରତ ଆୟୋଜନ କରିବାକୁ ଥିବା ଆଗାମୀ ଆଇସିସି ଟି20 ବିଶ୍ବକପରେ ଟାକ୍ସ ରିହାତି ଦ୍ବନ୍ଦ୍ବ ନେଇ ବୈଠକରେ ଆଲୋଚନା ହେବ । ଅଧିକ ପଢନ୍ତୁ...

T20 World Cup: BCCI President Ganguly reaches Mumbai to discuss tax exemption issue ahead of deadline
ଟି20 ବିଶ୍ବକପ: ଟାକ୍ସ ରିହାତି ବୈଠକ, ମୁମ୍ବାଇ ପହଞ୍ଚିଲେ BCCI ବସ୍‌
author img

By

Published : Jun 14, 2021, 3:56 PM IST

ନୂଆଦିଲ୍ଲୀ: ଟି20 ବିଶ୍ବକପ ନେଇ ମୁମ୍ବାଇରେ ବସୁଛି ବିସିସିଆଇର ଗୁରୁତ୍ବପୂର୍ଣ୍ଣ ବୈଠକ । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୋମବାର ମୁମ୍ବାଇରେ ପହଞ୍ଚିଛନ୍ତି । ଅକ୍ଟୋବର-ନଭେମ୍ବରରେ ଭାରତ ଆୟୋଜନ କରିବାକୁ ଥିବା ଆଗାମୀ ଆଇସିସି ଟି20 ବିଶ୍ବକପରେ ଟାକ୍ସ ରିହାତି ଦ୍ବନ୍ଦ୍ବ ନେଇ ବୈଠକରେ ଆଲୋଚନା ହେବ । ଏହି ଦୃଷ୍ଟିରୁ ଏହି ବୈଠକ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି । ମଙ୍ଗଳବାର ସୁଦ୍ଧା ଅନ୍ତର୍ଜାତୀୟ ପରିଷଦକୁ ବିସିସିଆଇ ପକ୍ଷରୁ ଟାକ୍ସ ଗ୍ୟାରେଣ୍ଟି ଦେବାକୁ ଧାର୍ଯ୍ୟ ସମୟ ରହିଛି ।

ଟି20 ବିଶ୍ବକପ ଆୟୋଜନ ନେଇ ମଧ୍ୟ ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ । ଆସନ୍ତାକାଲି ସୁଦ୍ଧା ଟାକ୍ସ ରିହାତି ବିବାଦର ସମାଧାନ ନେଇ ମଧ୍ୟ ଆଇସିସିକୁ ଚୂଡାନ୍ତ ରିପୋର୍ଟ ବିସିସିଆଇ ଦେବାକୁ ଥିବାରୁ ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି ।

ଜୁନ 28 ସୁଦ୍ଧା ଟୁର୍ଣ୍ଣାମେଣ୍ଟର ଆୟୋଜନ ନେଇ ମଧ୍ୟ ନିଷ୍ପତ୍ତି ନେବ ବୋର୍ଡ । ଫଳରେ ବୈଠକରେ ପ୍ରମୁଖ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି ।

ଦେଶରେ କୋଭିଡ ସ୍ଥିତି ସୁଧୁରି ନ ଥିବାରୁ ବିସିସିଆଇ 2021 ଟି20ବିଶ୍ବକପ ୟୁଏଇରେ ଆୟୋଜନ ନେଇ ଏମିରେଟ୍‌ସ କ୍ରିକେଟ ବୋର୍ଡ(ECB) ସହ ଆଲୋଚନା ଚଳାଇଥିବାବେଳେ, ଶ୍ରୀଲଙ୍କା ରେସ୍‌ରେ ସାମିଲ ହୋଇଥିବା ଜଣାପଡିଛି । ତେବେ ପୂର୍ବରୁ ଆଇସିସି ବୋର୍ଡ ବୈଠକରେ ଏହା ସ୍ପଷ୍ଟ ହୋଇଛି ଯେ, ଟୁର୍ଣ୍ଣାମେଣ୍ଟ ଭାରତ ବାହାରେ ଖେଳାଗଲେ ମଧ୍ୟ ବିସିସିଆଇ ଟି20 ବିଶ୍ବକପ ଆୟୋଜକ ମାନ୍ୟତା ବଜାୟ ରଖିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.