ETV Bharat / sports

T20 World Cup: ଟସ ଜିତି ବାଂଲାଦେଶର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ - ଭାରତ ବନାମ ବାଂଲାଦେଶ

ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହାେଇଛି ଟକ୍କର । ଟସ ଜିତି ବାଂଲାଦେଶ ବୋଲିଂ ନିଷ୍ପତ୍ତି ନେଇଛି । ପ୍ରଥମେ ବ୍ୟାଟିଂ କରିବ ଭାରତ । ଅଧିକ ପଢନ୍ତୁ

ଟସ ଜିତି ବାଂଲାଦେଶର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

author img

By

Published : Nov 2, 2022, 1:15 PM IST

Updated : Nov 2, 2022, 1:58 PM IST

ଆଡିଲେଡ: ଟି-ଟ୍ବେଣ୍ଟି ବିଶ୍ବକପରେ ମୁହାଁମୁହିଁ ହୋଇଛନ୍ତି ଭାରତ ବାଂଲାଦେଶ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ବାଂଲାଦେଶ ଅଧିନାୟକ ସାକିବ ଅଲ ହସନ । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ । ସେମି ଫାଇନାଲରେ ପ୍ରବେଶ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଛି ରୋହିତ ବାହିନୀ । ପୂର୍ବ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠୁ ପରାସ୍ତ ହୋଇ ପଏଣ୍ଟ ଟେବୁଲ ଦ୍ବିତୀୟକୁ ଖସିଥିଲା ଭାରତ । ବାଂଲାଦେଶ ବିପକ୍ଷରେ ଏକ ବଡ ବିଜୟ ହାସଲ କରି ଟେବୁଲ ଟପକୁ ଯିବାକୁ ଲକ୍ଷ୍ୟ ରଖିଛି ଭାରତ । ଭାରତୀୟ ଦଳରେ ପରିବର୍ତ୍ତନ ହୋଇଛି । ଦୀପକ ହୁ଼ଡାଙ୍କ ବଦଳରେ ଅକ୍ଷର ପଟେଲଙ୍କୁ ଏକାଦଶରେ ସାମିଲ କରାଯାଇଛି ।

ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ୩ଟି ମ୍ୟାଚରୁ ୨ଟିରେ ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡସ ବିପକ୍ଷରେ ବିଜୟ ହାସଲ କରିଥିଲା ଦଳ । ଦକ୍ଷିଣ ଆଫ୍ରିକାଠୁ ତୃତୀୟ ମ୍ୟାଚରେ ପରାସ୍ତ ହୋଇ ୪ ପଏଣ୍ଟ ପାଇ ଗ୍ରୁପ-୨ ର ଦ୍ବିତୀୟ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚରେ ଦଳ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି । ପ୍ରଥମ 3 ମୁକାବିଲାରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ମାତ୍ର ସମସ୍ତ ମ୍ୟାଚରେ କେଏଲ ରାହୁଲଙ୍କ ନୈରାଶ୍ୟ ଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । 3ଟି ମ୍ୟାଚ ଖେଳି ସେ ମାତ୍ର 22ରନ ସଂଗ୍ରହ କରିଛନ୍ତି । ଆଜି ତାଙ୍କ ବ୍ୟାଟରୁ ଏକ ସଫଳ ଇନିଂସ ଆଶା କରାଯାଉଛି । ଆଜି ବିଶେଷ କରି ଭାରତୀୟ ବ୍ୟାଟରଙ୍କ ଉପରେ ନଜର ରହିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ବ୍ୟାଟିଂ ପ୍ରଦର୍ଶନ ଏତେ ଭଲ ନଥିଲା । ଆଜି ସମସ୍ତ ତ୍ରୁଟି ସୁଧାରିବେ ବ୍ୟାଟର । ଦଳର ବୋଲିଂ ବିଭାଗ ସନ୍ତୁଳିତ ରହିଛି ।

ଏହା ବି ପଢନ୍ତୁ...T20 World Cup: କାଲି ଭାରତକୁ ଭେଟିବ ବାଂଲାଦେଶ, ମ୍ୟାଚ ପୂର୍ବରୁ ମନୋବଳ ଭାଙ୍ଗିଲେ କ୍ୟାପଟେନ୍

ସେହିପରି ସାକିବ୍ ଅଲ୍ ହାସନଙ୍କ ନେତୃତ୍ବାଧିନ ବାଂଲାଦେଶ ୩ଟି ମ୍ୟାଚରୁ ୨ଟିରେ ବିଜୟ ହାସଲ କରିଛି । ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନରେ ରହିଛି । ଉଭୟ ଦଳ ଏହି ମ୍ୟାଚକୁ ଜିତି ସେମିଫାଇନାଲ ରାସ୍ତା ପକ୍କା କରିବାର ଲକ୍ଷ୍ୟ ରଖିଛନ୍ତି ।

ଭାରତୀୟ ଚୂଡାନ୍ତ ଏକାଦଶ:

ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ (ଓ୍ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିଚନ୍ଦନ ଅଶ୍ବିନୀ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂ, ମହମ୍ମହ ସାମି ।

ବାଂଲାଦେଶ ଚୂଡନ୍ତ ଏକାଦଶ:

ସାକିବ ଅଲ ହାସନ, ନଜମୁଲ ହୁସେନ ଶାନ୍ତୋ, ଲିଟନ ଦାସ, ଅଫିଫ ହୁସେନ, ୟାସିର ଅଲ୍ଲୀ, ମୋସାଡେକ ହୁସେନ, ସୋରିଫୁଲ ଇସଲାମ୍‌, ନରୁଲା ହାସାନ (ଓ୍ୱିକେଟ୍ କିପର), ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ହାସାନ ମହମ୍ମଦ ।

Last Updated : Nov 2, 2022, 1:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.