ETV Bharat / sports

T20 World Cup: ବାଂଲେଦେଶର ସହଜ ବିଜୟ, ତସ୍କିନ ଅହମ୍ମଦଙ୍କୁ ୪ ୱିକେଟ

author img

By

Published : Oct 24, 2022, 6:14 PM IST

ଚାଲିଛି ଫଟାଫଟ କ୍ରିକେଟ ମହାସମର । ଆଜି ସୁପର ୧୨ ପର୍ଯ୍ୟାୟରେ ମୁହାଁମୁହିଁ ହୋଇଥିଲେ ବାଂଲାଦେଶ ବନାମ ନେଦରଲାଣ୍ଡସ । ଆଜିର ମ୍ୟାଚରେ ବାଂଲାଦେଶ ୯ ରନରେ ସହଜ ବିଜୟ ଲାଭ କରିଛି । ଅଧିକ ପଢନ୍ତୁ

T20 World Cup : ବାଂଲେଦେଶର ସହଜ ବିଜୟ, ତସକିନ ଅହମ୍ମଦଙ୍କୁ ୪ ୱିକେଟ

ହବର୍ଟ : ଚାଲିଛି ଫଟାଫଟ କ୍ରିକେଟ ମହାସମର । ଜାରି ରହିଛି ସୁପର ୧୨ ପର୍ଯ୍ୟାୟ ମହାମୁକାବିଲା । ଆଜି ସୁପର ୧୨ ପର୍ଯ୍ୟାୟରେ ମୁହାଁମୁହିଁ ହୋଇଥିଲେ ବାଂଲାଦେଶ ବନାମ ନେଦରଲାଣ୍ଡସ । ଆଜିର ମ୍ୟାଚରେ ବାଂଲାଦେଶ ୯ ରନରେ ସହଜ ବିଜୟ ଲାଭ କରିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୪ ରନ କରିଥିଲା । ଏହାର ଜବାବରେ ନେଦରଲାଣ୍ଡସ ନିର୍ଦ୍ଧାରିତ ୨୦ ଓଭରରେ ୧୩୫ ରନ କରି ଅଲଆଉଟ ହୋଇଯାଇଥିଲା ।

ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଆସିଥିଲା ବାଂଲାଦେଶ । ଓପନିଂ ଯୋଡି ଭଲ ପାଳି ଆରମ୍ଭ କରି ଦଳୀୟ ସ୍କୋର ପାଇଁ ୪୩ ରନ ଯୋଡିଥିଲେ । ଏହା ପରେ ସୌମ୍ୟା ସରକାର ୧୪ ରନ କରି ଆଉଟ ହୋଇଥିଲେ । ଆଫିଫ ହୁସେନ ସର୍ବାଧିକ ୩୮ ରନର ଇନିଂସ ଖେଳିଥିଲେ । ସେହିପରି ମୋସାଦ୍ଦିକ ହୁସେନ ୨୦ ରନ, ନୁରୁଲ ହାସଲ ୧୩ ରନ, ଲିଟନ ଦାସ ୯ ରନ, ସାକିବ ଅଲ ହାସନ ୭ ରନ କରିଥିଲେ । ନେଦରଲାଣ୍ଡସର ବାସ ଡି ଲିଡେ ଏବଂ ଭାନ ମୀକେରେନ ୨ ଟି ୱିକେଟ ଅକ୍ତିଆର କରିଥିଲେ । ଫ୍ରିଦ କ୍ଲାସିନ, ଭାନ ବିକ, ଶାରିଜ ଅହମଦ, ଟିମ ପ୍ରିଞ୍ଜଲ ଗୋଟିଏ ୱିକେଟ ନେଇଥିଲେ ।

ନେଦରଲାଣ୍ଡସ ୧୪୫ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା । ହେଲେ ତସ୍କିନ ଅହମ୍ମଦଙ୍କ ବଲରେ ଧରାଶାୟୀ ହୋଇଥିଲେ ନେଦରଲାଣ୍ଡ ବ୍ୟାଟର । ତସକିନ ଅହମ୍ମଦ ପ୍ରଥମ ବଲରେ ହିଁ ନେଦରଲାଣ୍ଡକୁ ଝଟକା ଦେଇଥିଲା । ଏହାପରେ ଦ୍ବିତୀୟ ବଲରେ ମଧ୍ୟ ଦ୍ବିତୀୟ ଝଟକା ଦେଇଥିଲେ ସେ । ପ୍ରାରମ୍ଭରୁ ନେଦରଲାଣ୍ଡସର ବ୍ୟାଟିଂ ବିପର୍ଯ୍ୟୟ ଦେଖାଦେଇଥିଲା । ପ୍ରଥମ ଓଭରରେ ଦୁଇଟି ୱିକେଟ ହରାଇ ସାରିଥିଲା ନେଦରଲାଣ୍ଡସ । କୋଲିନ ଆକେରମନଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ନେଦରଲାଣ୍ଡସ ୧୩୫ ରନ କରିପାରିଥିଲା । ସେ ୪୮ ବଲରୁ ୬ ଟି ଚୌକା ଏବଂ ଦୁଇଟି ୬ ଛକା ସହିତ ୬୨ ରନର ଇନିଂସ ଖେଳିଥିଲେ । ସେହିପରି ସ୍କୋଟ ଏଡୱାର୍ଡସ ୧୬ ରନ କରିଥିଲେ । ଏହି ଦୁଇ ବ୍ୟାଟରଙ୍କୁ ଛାଡିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହିଥିଲେ । ବାଂଲାଦେଶର ତସକିନ ଅହମ୍ମଦ ସର୍ବାଧିକ ୪ ଟି ୱିକେଟ ଅକ୍ତିଆର କରିଥିଲେ । ହାସନ ମହମ୍ମଦ ୨ ଟି ୱିକେଟ ନେଇଥିବା ବେଳେ ସାକିବ ଅଲ ହାସନ ସୌମ୍ୟା ସରକାର ଗୋଟିଏ ୱିକେଟ ନେଇଥିଲେ । ତସକିନ ଅହମ୍ମଦ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.