ETV Bharat / sports

T20 World Cup: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

author img

By

Published : Oct 27, 2022, 12:43 PM IST

Updated : Oct 27, 2022, 1:28 PM IST

ଟି-ଟ୍ବେଣ୍ଟି ବିଶ୍ବକପ ଆଜି ଭାରତ ନେଦରଲାଣ୍ଡସ ମଧ୍ୟରେ ଆରମ୍ଭ ହୋଇଛି ମ୍ୟାଚ୍‌ । ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଅଧିକ ପଢନ୍ତୁ

ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ସିଡନୀ: ଚଳିତ ଟି ଟ୍ବେଣ୍ଟି ବିଶ୍ବକପରେ ମୁହାଁମୁହିଁ ହୋଇଛନ୍ତି ଭାରତ ନେଦରଲାଣ୍ଡସ । ମ୍ୟାନ ଇନ ବ୍ଲ୍ୟୁ ବନାମ ମେନ ଇନ ଅରେଞ୍ଜ । ନେଦରଲାଣ୍ଡସ ବିପକ୍ଷରେ ଟସ ଜିତିଛି ଟିମ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ବୋଲିଂ କରିବ ନେଦରଲାଣ୍ଡସ । ପ୍ରଥମ ଥର ପାଇଁ ଟି-ଟ୍ବେଣ୍ଟିରେ ମୁହାଁମୁହିଁ ହୋଇଛନ୍ତି ଦୁଇଦଳ । ଭାରତୀୟ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ । ପାକିସ୍ତାନ ବିପକ୍ଷ ଚୂଡାନ୍ତ ଏକାଦଶକୁ ନେଇ ନେଦରଲାଣ୍ଡସ ବିପକ୍ଷରେ ମଇଦାନକୁ ଓହ୍ଲାଇଛନ୍ତି ରୋହିତ । ବିଜୟ ଧାରା ବଜାୟ ଲକ୍ଷ୍ୟରେ ରହିଛି ଭାରତ ।

ପାକିସ୍ତାନ ବିପକ୍ଷରେ ଏକ ଦମଦାର ବିଜୟ ହାସଲ କରିଥିଲା ଭାରତ । ହାଇପ୍ରୋଫାଇଲ ମ୍ୟାଚରେ ବିଜୟ ହାସଲ କରି ଦୃଢ ମନୋବଳରେ ରହିଛି ରୋହିତ ବାହିନୀ । କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟୀ କରାଇଥିଲା । କୋହଲିଙ୍କ ସହ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସାଥ ଦେଇଥିଲେ । ଆଜିର ମୁକାବିଲାରେ ମଧ୍ୟ କୋହଲିଙ୍କ ପୂର୍ବ ପ୍ରଦର୍ଶନ ଆଶା କରାଯାଉଛି । ପାକିସ୍ତାନ ବିପକ୍ଷରେ କେଏଲ ରାହୁଲ ଓ ଅଧିନାୟକ ରୋହିତ ଶାର୍ମା ବିଫଳ ହୋଇଥିଲେ । ବଡ ଇନିଂସ ଖେଳି ପାରିନଥିଲେ । ଆଜି ରାହୁଲ ରୋହିତଙ୍କୁ କିଛି କମାଲ କରିବାକୁ ପଡିବ । ଭାରତର ବୋଲିଂ ବିଭାଗ ସନ୍ତୁଳିତ ରହିଛି । ଅର୍ଶଦୀପ ସିଂ ପାକିସ୍ତାନ ବିପକ୍ଷରେ ଦୁଇ ବଡ ୱିକେଟ ହାସଲ କରିଥିଲେ । ବାବାର ଓ ରିଜୱାନୀଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ । ଆଜି ତାଙ୍କଠୁ ସମାନ ପ୍ରଦର୍ଶନ ଆଶା କରାଯାଉଛି ।

ସେପଟେ ଟି-ଟ୍ବେଣ୍ଟି ଫର୍ମାଟରେ ଶକ୍ତିଶାଳୀ ଦଳକୁ ପ୍ରଥମ ଥର ପାଇଁ ଭେଟିଛି ନେଦରଲାଣ୍ଡସ । ପୂର୍ବରୁ ଦିନିକିଆରେ 3 ଥର ଦୁଇଦଳ ମୁହାଁମୁହିଁ ହୋଇଥଲେ । ସମସ୍ତ ମ୍ୟାଚ ଜିତିଥିଲା ଭାରତ । ଆଜି ଭାରତ ବିପକ୍ଷରେ ବିଜୟ ଲକ୍ଷ୍ୟ ରଖିଛି ନେଦରଲାଣ୍ଡସ ।

ଭାରତୀୟ ଚୂଡାନ୍ତ ଏକାଦଶ

ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିଚନ୍ଦନ ଅଶ୍ବନୀ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂ, ମହମ୍ମହ ସାମି।

ନେଦରଲାଣ୍ଡସ ଚୂଡାନ୍ତ ଏକାଦଶ

ବିକ୍ରମଜିତ ସିଂହ, ମ୍ୟାକ୍ସ ଓଦାଉଦ, ବାସ ଡେ ଲିଡେ, କଲିନ ଆକରମେନ, ଟମ କୁପର, ସ୍କଟ ଏଡୱର୍ଡ୍ସ (ଅଧିନାକୟକ), ଟିମ ପ୍ରିଙ୍ଗଲ, ଲୋଗନ ଭାନ ବିକ, ଶହରୀଜ ଅହମଦ, ଫ୍ରେଡ କ୍ଲାସେନ ଓ ପଲ ଭାନ ମିକରେନ ।

Last Updated : Oct 27, 2022, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.