ଶାରଜାହ: ଚୁଡାନ୍ତ ହୋଇଛି ଚଳିତ ICC ପୁରୁଷ ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟ । ବାଂଲାଦେଶ, ଶ୍ରୀଲଙ୍କା,ସ୍କଟଲାଣ୍ଡ ଓ ନାମ୍ବିଆ ରାଉଣ୍ଡ ୧ ପର୍ଯ୍ୟାୟରୁ ସୁପର ୧୨କୁ ଉନ୍ନୀତ ହୋଇଛନ୍ତି । ନେଦରଲାଣ୍ଡକୁ ଶେଷ ଗ୍ରୁପ ଏ ମ୍ୟାଚ୍ରେ ୮ ୱିକେଟରେ ହରାଇ ସୁପର ୧୨ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ଶ୍ରୀଲଙ୍କା । ସେହିପରି ନାମ୍ବିଆ ମଧ୍ୟ ଆୟରଲାଣ୍ଡକୁ ହରାଇ ପ୍ରଥମ ଥର ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ସୁପର ୧୨ ଟିକେଟ ହାସଲ କରି ଇତିହାସ ରଚିଛି ।
୧୦ ଓଭର ବିଶିଷ୍ଟ ମ୍ୟାଚ୍ରେ ନେଦରଲାଣ୍ଡ ୪୪ ରନ କରିବାକୁ ସମର୍ଥ ହୋଇଥିଲା । ଫଳରେ ୪୫ ରନ୍ର ବିଜୟ ଲକ୍ଷ୍ୟକୁ ୭.୧ ଓଭରରେ ହାସଲ କରିନେଇଥିଲା । ଏଥିସହ ରାଉଣ୍ଡ ୧ ପର୍ଯ୍ୟାୟରେ ଖେଳିଥିବା ୩ଟି ମ୍ୟାଚ୍ରୁ ୩ଟିରେ ବିଜୟୀ ହୋଇଛି ଶ୍ରୀଲଙ୍କା ।
ଅନ୍ୟପଟେ ଆୟରଲାଣ୍ଡ ବିପକ୍ଷରେ ୧୨୫ ରନ୍ର ବିଜୟ ଲକ୍ଷ୍ୟକୁ ସହଜରେ ହସାଲ କରିନେଇଥିଲା । କ୍ୟାପଟେନ ଗରହାର୍ଡ ଏରସମସଙ୍କ ଅର୍ଦ୍ଧଶତକୀୟ ଇଂନିସ ବଳରେ ୮ ୱିକେଟରେ ବିଜୟୀ ହୋଇଥିଲା ଟିମ ।
-
The fantastic four 🙌
— T20 World Cup (@T20WorldCup) October 22, 2021 " class="align-text-top noRightClick twitterSection" data="
Bangladesh, Sri Lanka, Scotland and Namibia - the teams which qualify from Round 1 into the Super 12 👏#T20WorldCup pic.twitter.com/gDeAd5PRYZ
">The fantastic four 🙌
— T20 World Cup (@T20WorldCup) October 22, 2021
Bangladesh, Sri Lanka, Scotland and Namibia - the teams which qualify from Round 1 into the Super 12 👏#T20WorldCup pic.twitter.com/gDeAd5PRYZThe fantastic four 🙌
— T20 World Cup (@T20WorldCup) October 22, 2021
Bangladesh, Sri Lanka, Scotland and Namibia - the teams which qualify from Round 1 into the Super 12 👏#T20WorldCup pic.twitter.com/gDeAd5PRYZ
ରାଉଣ୍ଡ ପର୍ଯ୍ୟାୟ ମ୍ୟାଚ୍ ଶେଷ ପରେ ଏପରି ରହିଛି ସୁପର ୧୨ ଟିମ ସୂଚୀ:
ସୁପର ୧୨ ଗ୍ରୁପ ୧:
ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ବାଂଲାଦେଶ, ଇଂଲଣ୍ଡ, ଶ୍ରୀଲଙ୍କା
ସୁପର ୧୨ ଗ୍ରୁପ ୨:
ପାକିସ୍ତାନ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ସ୍କଟଲାଣ୍ଡ, ଭାରତ, ନାମ୍ବିଆ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ