ETV Bharat / sports

T20 WC: ବର୍ଣ୍ଣବୈଷମ୍ୟ ବିରୋଧୀ ଅଭିଯାନକୁ ଭାରତର ସମର୍ଥନ

author img

By

Published : Oct 24, 2021, 9:41 PM IST

ବିରାଟ କୋହଲିଙ୍କ ନେତୃତାଧିନ ଭାରତୀୟ ଟିମ ଏହି ମ୍ୟାଚ୍‌ ପୂର୍ବରୁ ବର୍ଣ୍ଣବୈଷମ୍ୟ ବିରୋଧୀ ଅଭିଯାନ ବ୍ଲାକ୍‌ ଲାଇଭ ମ୍ୟାଟର(BLM)ରେ ସାମିଲ ହୋଇଛି । ଅଧିକ ପଢନ୍ତୁ...

T20 WC: India take the knee to show solidarity with BLM movement
T20 WC: ବର୍ଣ୍ଣବୈଷମ୍ୟ ବିରୋଧୀ ଅଭିଯାନକୁ ଭାରତର ସମର୍ଥନ

ଦୁବାଇ: ICC ପୁରୁଷ ଟି-୨୦ ବିଶ୍ବକପରେ ସୁପର ୧୨ ପର୍ଯ୍ୟାୟର ପ୍ରଥମ ମୁକାବିଲା ଖେଳୁଛନ୍ତି ଭାରତ ଓ ପାକିସ୍ତାନ। ବିରାଟ କୋହଲିଙ୍କ ନେତୃତାଧିନ ଭାରତୀୟ ଟିମ ଏହି ମ୍ୟାଚ୍‌ ପୂର୍ବରୁ ବର୍ଣ୍ଣବୈଷମ୍ୟ ବିରୋଧୀ ଅଭିଯାନ ବ୍ଲାକ୍‌ ଲାଇଭ ମ୍ୟାଟର(BLM)ରେ ସାମିଲ ହୋଇଛି ।

T20 WC: India take the knee to show solidarity with BLM movement
ବ୍ଲାକ୍‌ ଲାଇଭ ମ୍ୟାଟରକୁ ସମର୍ଥ ଜଣାଉଛନ୍ତି ରୋହିତ ଶର୍ମା

ଭାରତୀୟ ଖେଳାଳି ଆଣ୍ଠୁ ମାଡି BLM ଅଭିଯାନକୁ ସମର୍ଥନ ଜଣାଇଥିଲେ । ସେହିପରି ପାକିସ୍ତାନ ଖେଳାଳିମାନେ ମଧ୍ୟ ନିଜ ଛାତିରେ ହାତ ରଖି ସମର୍ଥନ ଜଣାଇଥିଲେ ।

ପୋଲିସ ଅଫିସର ଡେରାକ ଚଉଭିନ ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲଏଡଙ୍କ ବେକକୁ ଚାପି ରଖିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ଅନେକ କ୍ରୀଡାବିତ୍‌ ପ୍ରତିକ୍ରିୟା ରଖିବା ସହ ଘଟଣାକୁ ନିନ୍ଦା କରିଥିଲେ । ଏହି ଘଟଣା ପରଠାରୁ 'ବ୍ଲାକ ଲାଇଭ ମ୍ୟାଟର' ଅଭିଯାନ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.