ETV Bharat / sports

ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜ: ସୁପରନୋଭା ଓ ଭେଲୋସିଟି ମଧ୍ୟରେ ହେବ ଟକ୍କର - ଭେଲୋସିଟି

ୟୁଏଇରେ ଆରମ୍ଭ ହେଉଛି ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜ 2020 ଟୁର୍ଣ୍ଣାମେଣ୍ଟ। ଶାରଜାହର କ୍ରେକେଟ ମୈଦାନରେ ଆଜି ପ୍ରଥମ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ସୁପରନୋଭା ଓ ଭେଲୋସିଟି ମଧ୍ୟରେ ହେବ ମୁକାବିଲା। ଅଧିକ ପଢ଼ନ୍ତୁ...

ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜ: ସୁପରନୋଭା ଓ ଭେଲୋସିଟି ମଧ୍ୟରେ ହେବ ଟକ୍କର

author img

By

Published : Nov 4, 2020, 6:46 PM IST

ଶାରଜାହ: ଆଜିଠାରୁ(ବୁଧବାର) ୟୁଏଇରେ ଆରମ୍ଭ ହେଉଛି ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜ 2020 ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟ ମୁଖ୍ୟତଃ ତିନୋଟି ଦଳ ଭାଗ ନେଉଛନ୍ତି। ସେଗୁଡ଼ିକ ହେଉଛନ୍ତି ସୁପରନୋଭା, ଟ୍ରେଲବ୍ଲେଜର୍ସ ଓ ଭେଲୋସିଟି। ଶାରଜାହର କ୍ରେକେଟ ମୈଦାନରେ ଆଜି ପ୍ରଥମ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ସୁପରନୋଭା ଓ ଭେଲୋସିଟି ମଧ୍ୟରେ ହେବ ମୁକାବିଲା। 2018 ମସିହାରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଆସୁଛି।

ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜ: ସୁପରନୋଭା ଓ ଭେଲୋସିଟି ମଧ୍ୟରେ ହେବ ଟକ୍କର
ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜ: ସୁପରନୋଭା ଓ ଭେଲୋସିଟି ମଧ୍ୟରେ ହେବ ଟକ୍କର

ସୁପରନୋଭାର ଅଧିନାୟିକା ରହିଛନ୍ତି ଧୁଆଁଦାର ବ୍ୟାଟସମେନ ହମନପ୍ରୀତ କୌର। ଏହାପୂର୍ବରୁ ହୋଇଥିବା ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ସୁପରନୋଭା ଟିମ ଭଲ ପ୍ରଦର୍ଶନ କରି ଆସିଛି। ଗତ ଦୁଇଟି ଟୁର୍ଣ୍ଣାମେଣ୍ଟରେ ଦଳ ଚାମ୍ପିୟନ ହୋଇଛି। ଚଳିତ ସିଜିନରେ ମଧ୍ୟ ସୁପରନୋଭା ଦଳ ଭଲ ପ୍ରଦର୍ଶନ କରି ଟାଇଟଲ ହାତେଇବାକୁ ଚେଷ୍ଟା କରିବ। ଏହାସହ ସୁପରନୋଭାର କ୍ୟାପଟେନ ହରମପ୍ରୀତ କୌର ଗତ ସିଜିନରେ ଭଲ ଫର୍ମରେ ରହିଥିଲେ। ଫାଇନାଲ ମ୍ୟାଚରେ ସେ 37ଟି ବଲରୁ 51 ରନ କରି ଦଳକୁ ବିଜୟ ବାଟ ଦେଖାଇଥିଲେ। ଏହସହ ଦଳରେ ରହିଛନ୍ତି ମୁମ୍ବାଇର ଜେମିମା ରୋଡ୍ରିଗ୍ସ। ଗତ ସିଜନରେ ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ 123 ରନ କରି ସର୍ବଶ୍ରେଷ୍ଟ ପ୍ଲେୟାର ଘୋଷିତ ହୋଇଥିଲେ। ଚଳିତ ସିଜନରେ ଜେମିମାଙ୍କ ଉପରେ ସବୁ ଖେଳାଳିଙ୍କ ଧ୍ୟାନ ରହିବ।

ସେପଟେ ଭେଲୋସିଟିର କ୍ୟାପଟେନ ରହିଛନ୍ତି ମିତାଲି ରାଜ। ମିତାଲି ରାଜଙ୍କ ଅଭିଜ୍ଞତା ନେଇ ଦଳ ଚଳିତ ସିଜନରେ ଚାମ୍ପିୟନ ହେବାକୁ ଚେଷ୍ଟା କରିବ। ଏହାସହ ଭେଲୋସିଟି ଟିମରେ ରହିଛନ୍ତି ଶେଫାଳି ବର୍ମା। ବିଶ୍ବ ଟି-ଟ୍ବେଣ୍ଟି ଚାମ୍ପିୟନସିପରେ ସେ 9ଟି ଛକା ମାରି ନିଜର ଦମ୍ ଦେଖାଇଥିଲେ। 2019ରେ ଶେଷ ଓଭରରେ 4ଟି ୱିକେଟ ହରାଇ ସୁପରନୋଭାଠାରୁ ପରାଜୟ ବରଣ କରିଥିଲା ଭେଲୋସିଟି। ଚଳିତ ସିଜନରେ ଏହାର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭେଲୋସିଟି।

ବିଶ୍ବ ଟି-ଟ୍ବେଣ୍ଟି ଚାମ୍ପିୟନସିପ ପରେ ପ୍ରଥମ ଥର ପାଇଁ ସମସ୍ତ ଭାରତୀୟ ମହିଳା କ୍ରିକେଟର ମୈଦାନକୁ ଓହ୍ଲାଇବେ। ଏଥିପାଇଁ ସମସ୍ତ ଖେଳାଳିଙ୍କ ଉପରେ ଫ୍ୟାନମାନଙ୍କ ନଜର ରହିବ।

ସୁପରନୋଭା ଦଳ:

ହରମନପ୍ରୀତ କୌର, ଜେମିମା ରୋଡ୍ରିଗ୍ସ, ଚାମାରି ଅଟାପାଟ୍ଟୁ, ପ୍ରିୟା ପୁନିଆ, ଅନୁଜା ପାଟିଲ, ରାଧା ଯାଦବ, ତାନିଆ ଭାଟିଆ, ଶଶିକଳା ସିରିବର୍ଦ୍ଧନେ, ପୁନମ ଯାଦବ, ଶକିରା ସେଲମନ, ଅରୁନ୍ଧତୀ ରେଡ୍ଡୀ, ପୂଜା ଭସ୍ତ୍ରାକର, ଆୟୁଷୀ ସୋନୀ ଏବଂ ମୁସ୍କାନ ମଲିକ୍

ଭେଲୋସିଟି ଦଳ:

ମିତାଲି ରାଜ, ବେଦା କୃଷ୍ଣମୂର୍ତ୍ତି, ଶେଫାଳୀ ବର୍ମା, ସୁଷମା ବର୍ମା, ଏକତା ବିଷ୍ତ, ମାନସୀ ଯୋଶୀ, ଶିଖା ପାଣ୍ଡେ, ଦେବିକା ବୈଦ୍ୟ, ସୁଶ୍ରୀ ଦିବ୍ୟଦର୍ଶନୀ, ମନାଲି ଦକ୍ଷିଣିନୀ, ଲିଘ କାସ୍ପରେକ, ଡାନିଏଲ ବଟ, ସୁନ ଲୁସ, ଜାହାଁଆରା ଆଲମ ଓ ଅନାଘା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.