ETV Bharat / sports

ସ୍ମରଣୀୟ ସେପ୍ଟେମ୍ବର 24: ଧୋନିିଙ୍କ ନେତୃତ୍ବରେ ଫଟାଫଟ କ୍ରିକେଟର ବସ୍‌ ବନିଥିଲା ଭାରତ

author img

By

Published : Sep 24, 2021, 6:01 PM IST

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକାରେ ୨୦୦୭ ଟି-୨୦ ବିଶ୍ବକପ ବିଜେତା ବନିଥିଲା ଭାରତ । ଅଧିକ ପଢନ୍ତୁ...

On this day in 2007: Dhoni-led India won inaugural T20 WC
ଧୋନିିଙ୍କ ନେତୃତ୍ବରେ ଆଜି ଫଟାଫଟ କ୍ରିକେଟର ବସ୍‌ ବନିଥିଲା ଭାରତ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ପାଇଁ ଆଜି (ସେପ୍ଟେମ୍ବର ୨୪) ଏକ ସ୍ମରଣୀୟ ଦିନ । ଠିକ୍‌ ୧୪ ବର୍ଷ ତଳେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକାରେ ବିଶ୍ବବିଜେତା ହୋଇଥିଲା ଭାରତ । ଟି-୨୦ ବିଶ୍ବକପର ପ୍ରଥମ ସଂସ୍କରଣରେ ଚିର ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ବିଶ୍ବ ଜିଣିଥିଲା ଟିମ ଇଣ୍ଡିଆ ।ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଖେଳାଯାଇଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲା । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ କ୍ୟାପଟେନ ଧୋନି ।

ଓପନର ବିରେନ୍ଦ୍ର ସେହ୍ବାଗ ଆହତ କାରଣରୁ ଫାଇନାଲ ମ୍ୟାଚ୍‌ରୁ ବାଦ ପଡିଥିଲେ । ଫଳରେ ୟୁସୁଫ ପଠାନ ଓ ଗୌତମ ଗମ୍ଭୀର ଭାରତ ପାଇଁ ଓପନିଂ କରିଥିଲେ । ୟୁସୁଫ ପଠାନ ଗୋଟିଏ ଛକା ଓ ଗୋଟିଏ ଛକା ସହାୟତାରେ ୧୫ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ମ୍ୟାଚର ତୃତୀୟ ଓଭରରେ ପାକିସ୍ତାନୀ ବୋଲର ମହମ୍ମଦ ଆସିଫଙ୍କ ଦ୍ବାରା ଆଉଟ୍‌ ହୋଇଥିଲେ । ଏହାପରେ ରବିନ ଉଥାପ୍ପା ୮ ମଧ୍ୟ ଶୀଘ୍ର ପାଭିଲିୟନ ଫେରିଥିଲେ । ଫଳରେ ମାତ୍ର ୪୦ ରନ୍‌ରେ ୨ଟି ୱିକେଟ ହରାଇ ସଂଘର୍ଷ କରିଥିଲା ଟିମ ଇଣ୍ଡିଆ । ପରେ ଗୌତମ ଗମ୍ଭୀର ଓ ଯୁବରାଜ ସିଂହ ଚତୁର୍ଥ ୱିକେଟ ଯୋଡିରେ ୬୩ ରନ୍‌ ଯୋଡି ଇଂନିସ ସମ୍ଭାଳିଥିଲେ । ମାତ୍ର ନିୟମିତ ବ୍ୟବଧାନରେ ମେନ ଇନ ବ୍ଲୁ ୱିକେଟ ହରାଇଥିଲା । ମ୍ୟାଚର ୧୪ତମ ଓଭରରେ ଯୁବରାଜ ୧୪ ରନ୍‌ କରି ଆଉଟ ହୋଇଥିଲେ । ଗମ୍ଭୀର ୫୪ ବଲ୍‌ରୁ ୮ଟି ଚୌକା ଓ ଦୁଇଟି ଛକା ସହାୟତାରେ ୭୫ ରନ୍‌ର ବିଜୟୀ ଇଂନିସ ଖେଳିଥିଲେ । ପରେ ରୋହିତ ଶର୍ମା ୧୬ ବଲ୍‌ରୁ ୩୦ରନ ବଳରେ ଭାରତର ସ୍କୋର ୧୫୭/୫ ରେ ପହଞ୍ଚିଥିଲା ।

ବ୍ୟାଟ୍‌ରେ ବିଶେଷ କମାଲ କରିପାରିନଥିବା ଟିମ ଇଣ୍ଡିଆକୁ ସାହା ହୋଇଥିଲେ ବୋଲର୍‌ । ୧୫୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ପାକିସ୍ତାନକୁ ୭୭ ରନ୍‌ ମଧ୍ୟରେ(୭୭/୬) ଅଧାରୁ ଅଧିକ ଖେଳାଳିଙ୍କୁ ପାଭିଲିୟନ ପଠାଇଦେଇଥିଲେ ଭାରତୀୟ ବୋଲର । ସାହିଦ ଆଫ୍ରିଦୀ, ୟୁନିସ ଖାନ, ସୋଏବ ମଲ୍ଲିକଙ୍କ ଭଳି ବଡ ନାମ ଭାରତୀୟ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲେ ।

ମାତ୍ର ମିଶବାହ-ଉଲ୍‌-ହକ୍‌ ଭାରତୀୟ ବୋଲରଙ୍କୁ ନିରାଶ କରିବା ସହ ଏକାକୀ ପାକିସ୍ତାନକୁ ବିଜୟ ନକଟତର କରାଇଥିଲେ । ଶେଷ ଓଭରରେ ପାକସ୍ତାନ ବିଜୟ ପାଇଁ ମାତ୍ର ୧୩ ରନ୍‌ ଆବଶ୍ୟକ କରୁଥିଲା । ଭାରତ ପାଖରେ ପାକିସ୍ତାନର ବିଜୟ ରୋକିବାକୁ ଶେଷ ସୁଯୋଗ ଥିଲା । ସେତେବେଳେ ଚତୁର ଧୋନି ଏକ ଚାଲ୍‌ ଖେଳିଦେଲେ । ଅନଭିଜ୍ଞ ଯୋଗିନ୍ଦର ଶର୍ମାଙ୍କ ହାତରେ ବଲ୍‌ ଧରାଇଦେଲେ । ମିଶବାହ ଓଭରର ଦ୍ବିତୀୟ ବଲ୍‌ରେ ଛକା ମାରି ବିଜୟର ବ୍ୟବଧାନକୁ କମ କରିବା ପରେ ଭାରତର ବିଜୟ ଆଶା ମଧ୍ୟ କ୍ଷୀଣ ହୋଇଯାଇଥିଲା । ତେବେ ଓଭରର ତୃତୀୟ ବଲ୍‌ରେ ଚମତ୍କାର କରିଥିଲେ ଯୋଗିନ୍ଦର । ପୁଣି ଏକ ବଡ ସଟ୍‌ ଖେଳିବାକୁ ଯାଇ ଶ୍ରୀସନ୍ତଙ୍କୁ ଏକ ସହଜ କ୍ୟାଚ୍‌ ଦେଇଥିଲେ ମିଶବାହ । ସ୍ତବ୍ଦ ହୋଇଯାଇଥିଲା ପାକିସ୍ତାନ କ୍ୟାମ୍ପ୍‌ ଓ ଅନ୍ୟପଟେ ଖୁସିରେ ଧୋନିବାହିନୀ ସହିତ ନାଚିଉଠିଥିଲେ କୋଟିକୋଟି ଭାରତୀୟ ।

ମାତ୍ର ୫ ରନ୍‌ରେ ବିଜୟୀ ହେବାସହ ଟି-୨୦ ଟ୍ରଫି ନିଜ ନାମରେ କରିଥିଲା ଭାରତ । ଏହି ସଂସ୍କରଣର ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ପାଇଁ ମଧ୍ୟ ସ୍ମରଣୀୟ ହୋଇ ରହିଛି । ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ଗୋଟିଏ ଓଭରରେ ୬ଟି ଛକା ଲଗାଇବା ସହିତ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମୁକାବିଲାରେ ୭୦ ରନ୍‌ର ସ୍ମରଣୀୟ ଇଂନିସ ଖେଳିଥିଲେ ଯୁବରାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.