ETV Bharat / sports

IPL2021 Playoffs: ରେସ୍‌ରୁ ବାହାର ହୋଇନି ମୁମ୍ବାଇ, ଏମିତି ରହିଛି ସମୀକରଣ

author img

By

Published : Sep 27, 2021, 10:42 PM IST

Updated : Sep 27, 2021, 10:54 PM IST

ଯଦି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୧ ପ୍ଲେ-ଅଫ୍‌ରୁ ବାଦ୍‌ପଡେ, ତେବେ ୨୦୧୮ ପରେ ଯୋଗ୍ୟତା ଅର୍ଜନ କରିବାରେ ପ୍ରଥମ ଥର ବିଫଳ ହେବ । ଅଧିକ ପଢନ୍ତୁ...

IPL 2021 playoffs: Mumbai Indians not 'out' yet! Still have a chance
IPL 2021 playoffs: ରେସ୍‌ରୁ ବାହାର ହୋଇନି ମୁମ୍ବାଇ, ଏମିତି ରହିଛି ସମୀକରଣ

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣର ପ୍ଲେ-ଅଫ୍‌ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍‌ । ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ଏହି ଅଜବ ସମୀକରଣ ଦେଖିବାକୁ ମିଳିଛି । ରୋହିତ ଶର୍ମାଙ୍କ ନେତୃତାଧୀନ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ-ଅଫ୍‌ ଖେଳିବା ଆଶା ଏବେ ଆଶଙ୍କାରେ । ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ବିପକ୍ଷରେ ବଡ ପରାଜୟ ପରେ ମୁମ୍ବାଇର ଚିନ୍ତା ବଢିଯାଇଛି । ଫଳରେ ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ରହିଛି ଯେ, ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ଲେ-ଅଫ୍‌ ରାସ୍ତା ବନ୍ଦ ହୋଇଛି ନା ଏବେବି ଯୋଗ୍ୟତା ଅର୍ଜନ କରିବାକୁ କିଛି ସୁଯୋଗ ରହିଛି ?

ରବିବାର ପରାଜୟ ପରେ ଡିଫେଣ୍ଡିଂ ଚମ୍ପିଆନ ୧୦ଟି ମ୍ୟାଚ୍‌ରୁ ୮ ପଏଣ୍ଟ ସହ ଏବେ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନକୁ ଖସିଆସିଛି । IPL 2021ର ପ୍ରଥମ ପର୍ଯ୍ୟାୟ ଲିଗ୍‌ର ଶେଷ ସୁଦ୍ଧା ମୁମ୍ବାଇ ଚତୁର୍ଥ ସ୍ଥାନରେ ରହିଥିଲା । ମାତ୍ର କ୍ରମାଗତ ୩ଟି ପରାଜୟ ପ୍ଲେ-ଅଫ୍‌ ରାସ୍ତା କଠିନ କରିଛି । ମାତ୍ର ଏହା ଶେଷ ହୋଇନାହିଁ ।

ଏବେ ଟିମ ପାଖରେ ମାତ୍ର ୪ଟି ମ୍ୟାଚ୍‌ ଖେଳିବା ବାକି ରହିଛି । ପୂର୍ବ ସଂସ୍କରଣ ଗୁ଼ଡିକରେ ଏହି ସଫଳତମ ଚମ୍ପିଆନ ଟିମ ଅନେକ କରିସ୍ମା କରିଛି । ଏକାଧିକବାର ପ୍ଲେ-ଅଫ୍‌ ଯୋଗ୍ୟତା ଅର୍ଜନ ସଙ୍କଟ ସ୍ଥିତିରୁ ଯାଇ ଚମ୍ପିଆନ ହୋଇଛି । ସେଥିପାଇଁ ରୋହିତ ଶର୍ମାଙ୍କ ଟିମ କମବ୍ୟାକ୍‌ କରିବା ସମ୍ଭାବନା ରହିଛି ।

ଶେଷ ୪ଟି ମୁକାବିଲାରୁ ୪ଟିରେ ବିଜୟୀ ହେଲେ, ମୋଟ ପଏଣ୍ଟ ସଂଖ୍ୟା ୧୬ରେ ପହଞ୍ଚିଯିବ, ଯାହାକି ପ୍ଲେ-ଅଫ୍‌ରେ ଶୀର୍ଷ ୪ଟି ଟିମ ମଧ୍ୟରେ ରହି ଶେଷ ବା ଚତୁର୍ଥ ଟିମ ଭାବେ ପ୍ରବେଶ କରିବା ସମ୍ଭବ ହୋଇପାରିବ । ତେବେ ପ୍ଲେ-ଅଫ୍‌ ଦୌଡରେ ଥିବା ଟିମ ଗୁଡିକ ମଧ୍ୟରେ ମୁମ୍ବାଇର ସବୁଠୁ କମ ରନ୍‌ ରେଟ୍‌ ଅଧିକ ଚିନ୍ତାଜନକ ରହିଛି । ଫଳରେ ୧୪ ପଏଣ୍ଟରୁ କମ୍‌ ପଏଣ୍ଟ ସହିତ ଲିଗ ପର୍ଯ୍ୟାୟ ଶେଷ କରିବା ମୁମ୍ବାଇକୁ ଟୁର୍ଣ୍ଣାମେଣ୍ଟରୁ ବିଦାୟର ରାସ୍ତ ଦେଖାଇପାରେ । ଯଦି ଏପରି ହୁଏ, ତେବେ ୨୦୧୮ ପରେ ଟିମ ପ୍ଲେ-ଅଫ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ପ୍ରଥମ ଥର ବିଫଳ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 27, 2021, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.