ETV Bharat / sports

IPL2021: ପଞ୍ଜାବକୁ ୧୩୫ ରନ୍‌ରେ ରୋକିଲେ ମୁମ୍ବାଇ ବୋଲର

ପ୍ରଥମ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୩୫ ରନ୍‌ ସଂଗ୍ରହ କରିଛି । ଅଧିକ ପଢନ୍ତୁ...

author img

By

Published : Sep 28, 2021, 9:26 PM IST

Updated : Sep 28, 2021, 9:38 PM IST

IPL 2021: Disciplined Mumbai bowlers keep panjab to 135/6
IPL 2021: ପଞ୍ଜାବକୁ ୧୩୫ ରନ୍‌ରେ ରୋକିଲେ ମୁମ୍ବାଇ ବୋଲର

ଶାରଜାହ: ଆଇପିଏଲର ୪୨ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ପ୍ରଥମ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୩୫ ରନ୍‌ ସଂଗ୍ରହ କରିଛି । ଫଳରେ ମୁମ୍ବାଇ ସାମ୍ନାରେ ୧୩୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ପ୍ଲେ-ଅଫ୍‌ ରେସ୍‌ ଦୃଷ୍ଟିରୁ ଏହି ମ୍ୟାଚ୍‌ ଉଭୟ ଟିମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।

ପଞ୍ଜାବ ପକ୍ଷରୁ ଆଡନ ମାର୍କ୍ରନ ସର୍ବାଧିକ ୪୨ ରନ୍‌ର ଇଂନିସ ଖେଳିଛନ୍ତି । ଦୀପକ ହୁଡ୍ଡା ୨୮ ଓ କ୍ୟାପଟେନ କେଏଲ ରାହୁଲ ୨୧ ରନ୍‌ର ଇଂନିସ ଖେଳିଛନ୍ତି । ଉଭୟଙ୍କ ମଧ୍ୟରେ ପଞ୍ଚମ ୱିକେଟ ଯୋଡିରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । ତେବେ ଷ୍ଟାର ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍‌ ମାତ୍ର ୧ ରନ୍‌ରେ ଆଉଟ ହେବାସହ ନିରାଶ କରିଥିଲେ । ଅନ୍ୟତମ ଇଣ୍ଡିସ ପାୱରହିଟର ନିକୋଲାସ ପୁରନ ମଧ୍ୟ ଫେଲ୍‌ ମାରିଥିଲେ । ଶେଷ ଭାଗରେ ହରପ୍ରୀତ ବ୍ରାର ୧୪ ରନ୍‌ର ଯୋଗଦାନ କରିଥିଲେ ।

ମୁମ୍ବାଇ ପକ୍ଷର ପ୍ରାୟ ସମସ୍ତ ବୋଲର ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଜଶପ୍ରୀତ ବୁମରା ଓ କିରଣ ପୋଲାର୍ଡ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବାବେଳେ, କ୍ରୁଣାଳ ପାଣ୍ଡ୍ୟା ଓ ରାହୁଲ ଚହରଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ଉଭୟ ମୁମ୍ବାଇ ଓ ପଞ୍ଚାବ ପାଇଁ ଏହି ମ୍ୟାଚ୍‌ କର ବା ମର ସଦୃଶ ହୋଇଛି । ପ୍ଲେ-ଅଫ୍‌ ରେସ୍‌ରେ ରହିବାକୁ ନିଶ୍ଚିନ୍ତ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 28, 2021, 9:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.