ETV Bharat / sports

ତୃତୀୟ ଟି-୨୦: ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି - ଭାରତ ବନାମ ଶ୍ରୀଲଙ୍କା ଟି-୨୦ ଲାଇଭ୍

ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ବର୍ତ୍ତମାନ ସୁଦ୍ଧା ଏହି ସିରିଜରେ ଭାରତ ଗୋଟିଏ ମ୍ୟାଚ ଜିତି ଥିବାବେଳେ ଶ୍ରୀଲଙ୍କା ଗୋଟିଏ ମ୍ୟାଚ ଜିତିଛି । ଅଧିକ ପଢ଼ନ୍ତୁ...

ତୃତୀୟ ଟି-୨୦:  ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

author img

By

Published : Jul 29, 2021, 7:54 PM IST

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ବର୍ତ୍ତମାନ ସୁଦ୍ଧା ଏହି ସିରିଜରେ ଭାରତ ଗୋଟିଏ ମ୍ୟାଚ ଜିତି ଥିବାବେଳେ ଶ୍ରୀଲଙ୍କା ଗୋଟିଏ ମ୍ୟାଚ ଜିତିଛି । ୧-୧ରେ ସିରିଜ ବରାବର ରହିଛି । ଆଜିର ମ୍ୟାଚରେ ଦୁଇ ଦଳ ପାଇଁ ନିର୍ଣ୍ଣାୟକ ହେବ । ଆଜିର ମ୍ୟାଚ ଯେଉଁ ଦଳ ବିଜୟୀ ହେବ, ସେହି ଦଳ ସିରିଜ ମଧ୍ୟ କବଜା କରିବ ।

ଆଜିର ମ୍ୟାଚ ପାଇଁ ଭାରତ ଓ ଶ୍ରୀଲଙ୍କା ଦଳରେ ଗୋଟିଏ ଲେଖାଏଁ ପରିବର୍ତ୍ତନ ହୋଇଛି । ଭାରତୀୟ ଦଳରେ ନବଦୀପ ସାଇନିଙ୍କ ସ୍ଥାନରେ ସନ୍ଦୀପ ୱାରିଅରଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ସେପଟେ ଶ୍ରୀଲଙ୍କା ଦଳରେ ମଧ୍ୟରେ ଇଶୁରୁ ଉଡାନାଙ୍କ ସ୍ଥାନରେ ପଥୁମ ନିଶଙ୍କଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳ ସିରିଜରେ ଭଲ ବ୍ୟାଟିଂ ପ୍ରଦର୍ଶନ କରି ପାରିନାହିଁ । ଗତ ମ୍ୟାଚରେ ଭାରତୀୟ ଦଳ ପ୍ରଥମ ବ୍ୟାଟିଂ କରିଥିଲେ ସୁଦ୍ଧା ବଡ଼ ସ୍କୋର କରିବାରେ ବିଫଳ ରହିଥିଲା ।

ସେପଟେ ଭାରତୀୟ ବୋଲରମାନେ ଦ୍ବିତୀୟ ଟି-୨୦ ମ୍ୟାଚରେ ଭାରତୀୟ ବୋଲର ଲଢ଼ୁଆ ପ୍ରଦର୍ଶନ କରିଥିଲେ । ୧୩୩ ରନ ବିଜୟ ଲକ୍ଷ୍ୟକୁ ଶ୍ରୀଲଙ୍କା ୧୯.୪ ଓଭରରେ ହାସଲ କରିଥିଲା । ଆଜିର ମ୍ୟାଚରେ ଭାରତୀୟ ଦଳର ବ୍ୟାଟିଂ ଉପରେ ସଭିଁଙ୍କ ନଜର ରହିବ ।

ଭାରତୀୟ ଚୂଡ଼ାନ୍ତ ଏକାଦଶ

ଶିଖର ଧାୱନ, ଋତୁରାଜ ଗାୟକୱାଡ, ଦେବଦତ୍ତ ପାଦ୍ଦିକଲ, ସଞ୍ଜୁ ସାମସନ, ନୀତିଶ ରାଣା, ଭୁବନେଶ୍ବର କୁମାର, କୂଳଦୀପ ଯାଦବ, ରାହୁଲ ଚହର, ସନ୍ଦୀପ ୱାରିଅର, ଚେତନ ସାକାରିଆ ଓ ବରୁଣ ଚକ୍ରବର୍ତ୍ତୀ ।

ଶ୍ରୀଲଙ୍କା ଚୂଡ଼ାନ୍ତ ଏକାଦଶ

ଅଭିସ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା, ସଦିରା ସମରବିକ୍ରମ, ପଥୁମ ନିଶଙ୍କ, ଡାସୁନ ସନକ, ଧନଞ୍ଜୟ ଡି ସିଲଭା, ୱାନିନ୍ଦୁ ହାସାରଙ୍ଗା, ରମେଶ ମେଣ୍ଡିସ, ଚମିକା କରୁଣାରତ୍ନେ, ଅକିଲ ଧନଞ୍ଜୟ ଓ ଦୁଶ୍ମନ୍ତ ଚମିରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.