କାବୁଲ: ତାଲିବାନ ବଳପୂର୍ବକ ଆଫଗାନିସ୍ତାନ ଦଖଲ କରିବା ପରେ ଗଢିବାକୁ ଯାଉଛି ଆତଙ୍କର ସରକାର । ଭୟ, ଆତଙ୍କ ଓ ଅନିଶ୍ଚିତତା ମଧ୍ୟରେ ଆଫଗାନବାସୀ ଥିବାବେଳେ ଦେଶର କ୍ରିକେଟମହଲରୁ ଆସିଛି ଆଶ୍ବସ୍ଥିକର ଖବର । ଖୁବଶ୍ରୀଘ୍ର ରାଜଧାନୀ କାବୁଲରେ ଆରମ୍ଭ ହେବାକୁ ଯାଉଛି ଏକ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ।
ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ACB)ର ଘରୋଇ ଟି୨୦ ଟୁର୍ଣ୍ଣାମେଣ୍ଟ ସ୍ପାଗିଜା କ୍ରିକେଟ ଲିଗ (Shpageeza Cricket League) ସେପ୍ଟେମ୍ବର ୧୦ରୁ କାବୁଲ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ।
ଏହି ଲିଗର ଅଷ୍ଟମ ସଂସ୍କରଣ ହୋଇଥିବାବେଳେ ଆଉ ଦୁଇଟି ଫ୍ରାଞ୍ଚାଇଜଙ୍କୁ ଲିଗ୍ରେ ସାମିଲ କରାଯାଇଛି । ଫଳରେ ମୋଟ ଟିମ ୮ରେ ପହଞ୍ଚିଛି ।
ସମସ୍ତ ୮ଟି ଫ୍ରାଞ୍ଚାଇଜର ମାଲିକାନା ଗୁରୁବାର କାବୁଲ ସ୍ଥିତ ACB ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ବିକ୍ରି ହୋଇଛି ।
୮ଟି ଫ୍ରାଞ୍ଚାଇଜ ହେଉଛନ୍ତି, ହିନ୍ଦୁକୁସ ଷ୍ଟାର୍ସ, ପମିର ଜାଲମିଆନ, ସ୍ପିଙ୍ଘର ଟାଇଗର୍ସ, କାବୁଲ ଇଗଲ୍ର୍ସ, ଏମୋ ସାର୍କସ, ବୋଷ୍ଟ ଡିଫେଣ୍ଡର୍ସ, ବନ୍ଦେ-ଇ ଅମିର ଡ୍ରାଗନ୍ର୍ସ, ମିସ-ଇ ଏଇନକ ନାଇଟ୍ସ । ହିନ୍ଦୁକୁସ ଷ୍ଟାର୍ସ, ପମିର ଜାଲମିଆନ ନୂଆ ଫ୍ରାଞ୍ଚାଇଜ ଭାବେ ଲିଗ୍ରେ ସାମିଲ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ